PUCC ରୁ ଚାଲାଣ ଅଲଗା କରିବାକୁ ଯୁବ ବିଜେଡିର ଦାବି

Madhusudan Das Picture
Published On

ଭୁବନେଶ୍ୱର: PUCCରୁ ଚାଲାଣକୁ ଅଲଗା କରାଯିବାକୁ ପୁଣି ଦାବି କଲା ଯୁବ ବିଜେଡି । ସରକାର ତାରିଖ ପରେ ତାରିଖ ନୀତି ଚଳାଇଛନ୍ତି । ଏଥିରୁ ଫାଇଦା ମିଳିବନି । ହାଇକୋର୍ଟଙ୍କ ଛାଟ ପାଇଁ ସରକାର ସମୟ ସୀମା ବଢାଇ ଚାଲିଛନ୍ତି । ପୂର୍ବରୁ କେବେ PUCC ସହ ଚାଲାଣ ଲିଙ୍କ ନଥିଲା । ବିଧାନସଭା ସମୟରେ ବିରୋଧ ଭୟରେ ଏହାକୁ କଲେନି । ତେଣୁ ଏଥିରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ଯୁବ ବିଜେଡି ଦାବି କରିଛି ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ଯୁବ ବିଜେଡି ପକ୍ଷରୁ କୁହାଯାଇଛି, ମୁଖ୍ୟମନ୍ତ୍ରୀ ପରିବହନ ଅଧିକାରୀଙ୍କୁ ଡାକି ଏହାକୁ ପ୍ରତ୍ୟାହାର କରନ୍ତୁ । ପୋଲିସକୁ ଟାର୍ଗେଟ ଦିଆଯାଇଛି ନମ୍ବର ପ୍ଲେଟ ଫଟୋ ଉଠାଉଛନ୍ତି । ପରିବହନ ବିଭାଗ ଫାଇନ କରୁଛି । ଲୋକ କ’ଣ ଲୋନ କରି ଫାଇନ ଦେବେ ବୋଲି ଦଳ ପ୍ରଶ୍ନ କରିଛି । ଏହା ବିରୋଧରେ ଜନ ଆନ୍ଦୋଳନ ହେଲାଣି । ଗତକାଲି ଆନ୍ଦୋଳନକୁ ବହୁ ସମର୍ଥନ ମିଳିଛି । ମିଛ ଫାଇନ ବିରୋଧରେ ଟ୍ରାଫିକ ପୋଷ୍ଟ ଆଗରେ ଜନ ସଚେତନତା କରାଯିବ । ଲଘୁ ଖଣିଜରୁ ଟଙ୍କା ଆସୁନି ବୋଲି ଲୋକଙ୍କୁ ଭରଣା କରି ଲୁଟ କରିବାକୁ ସରକାର ବେଡି ଉପରେ କୋରଡ଼ା ମାଡ କରୁଛନ୍ତି । ପିୟୁସି ନିଷ୍ପତ୍ତି ପ୍ରତ୍ୟାହାର ନ ହେଲେ, ଆନ୍ଦୋଳନ ଆହୁରି ବ୍ୟାପକ ହେବ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସବୁବେଳେ ଲୋକଙ୍କ ସହ ଅଛନ୍ତି । ଲୋକେ ହଇରାଣ ହେଉଛନ୍ତି, ନବୀନ ପଟ୍ଟନାୟକ ଚୁପ ବସି ନାହାନ୍ତି । ସେଥିପାଇଁ ତାଙ୍କୁ ଧନ୍ୟବାଦ ଦେଇଛି ବିଜୁ ଯୁବ ଜନତା ଦଳ ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

09 Jan 2026 By Madhusudan Das

PUCC ରୁ ଚାଲାଣ ଅଲଗା କରିବାକୁ ଯୁବ ବିଜେଡିର ଦାବି

ଭୁବନେଶ୍ୱର: PUCCରୁ ଚାଲାଣକୁ ଅଲଗା କରାଯିବାକୁ ପୁଣି ଦାବି କଲା ଯୁବ ବିଜେଡି । ସରକାର ତାରିଖ ପରେ ତାରିଖ ନୀତି ଚଳାଇଛନ୍ତି । ଏଥିରୁ ଫାଇଦା ମିଳିବନି । ହାଇକୋର୍ଟଙ୍କ ଛାଟ ପାଇଁ ସରକାର ସମୟ ସୀମା ବଢାଇ ଚାଲିଛନ୍ତି । ପୂର୍ବରୁ କେବେ PUCC ସହ ଚାଲାଣ ଲିଙ୍କ ନଥିଲା । ବିଧାନସଭା ସମୟରେ ବିରୋଧ ଭୟରେ ଏହାକୁ କଲେନି । ତେଣୁ ଏଥିରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ଯୁବ ବିଜେଡି ଦାବି କରିଛି ।

ଯୁବ ବିଜେଡି ପକ୍ଷରୁ କୁହାଯାଇଛି, ମୁଖ୍ୟମନ୍ତ୍ରୀ ପରିବହନ ଅଧିକାରୀଙ୍କୁ ଡାକି ଏହାକୁ ପ୍ରତ୍ୟାହାର କରନ୍ତୁ । ପୋଲିସକୁ ଟାର୍ଗେଟ ଦିଆଯାଇଛି ନମ୍ବର ପ୍ଲେଟ ଫଟୋ ଉଠାଉଛନ୍ତି । ପରିବହନ ବିଭାଗ ଫାଇନ କରୁଛି । ଲୋକ କ’ଣ ଲୋନ କରି ଫାଇନ ଦେବେ ବୋଲି ଦଳ ପ୍ରଶ୍ନ କରିଛି । ଏହା ବିରୋଧରେ ଜନ ଆନ୍ଦୋଳନ ହେଲାଣି । ଗତକାଲି ଆନ୍ଦୋଳନକୁ ବହୁ ସମର୍ଥନ ମିଳିଛି । ମିଛ ଫାଇନ ବିରୋଧରେ ଟ୍ରାଫିକ ପୋଷ୍ଟ ଆଗରେ ଜନ ସଚେତନତା କରାଯିବ । ଲଘୁ ଖଣିଜରୁ ଟଙ୍କା ଆସୁନି ବୋଲି ଲୋକଙ୍କୁ ଭରଣା କରି ଲୁଟ କରିବାକୁ ସରକାର ବେଡି ଉପରେ କୋରଡ଼ା ମାଡ କରୁଛନ୍ତି । ପିୟୁସି ନିଷ୍ପତ୍ତି ପ୍ରତ୍ୟାହାର ନ ହେଲେ, ଆନ୍ଦୋଳନ ଆହୁରି ବ୍ୟାପକ ହେବ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସବୁବେଳେ ଲୋକଙ୍କ ସହ ଅଛନ୍ତି । ଲୋକେ ହଇରାଣ ହେଉଛନ୍ତି, ନବୀନ ପଟ୍ଟନାୟକ ଚୁପ ବସି ନାହାନ୍ତି । ସେଥିପାଇଁ ତାଙ୍କୁ ଧନ୍ୟବାଦ ଦେଇଛି ବିଜୁ ଯୁବ ଜନତା ଦଳ ।

https://www.thesakala.in/latest-odisha-news/separate-challan-from-pucc-demands-youth-bjd/article-44010
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର