କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ଶ୍ରୀକ୍ଷେତ୍ରରେ ପୋଲିସ ପ୍ରଶାସନର ବ୍ୟାପକ ପ୍ରସ୍ତୁତି, ମୁତୟନ ହେବେ ୪୫ପ୍ଲାଟୁନ ଫୋର୍ସ

Madhusudan Das Picture
Published On

ପୁରୀ: କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ପୁରୀରେ ପୋଲିସ ପ୍ରଶାସନର ବ୍ୟାପକ ପ୍ରସ୍ତୁତି । ୪୫ପ୍ଲାଟୁନ ଫୋର୍ସ ମୁତୟନ ହେବେ l ସାତ ପାହାଚ ଏବଂ ବାହାର କାଠ ନିକଟରେ ପୁଲିସ ପ୍ରଶାସନର ବ୍ୟାପକ ବ୍ୟବସ୍ଥା। ବଡ଼ଦାଣ୍ଡରେ ଫାଷ୍ଟଟେଡ୍ କାଉଣ୍ଟର, ପିଇବା ପାଣି ଓ ଅସ୍ଥାୟୀ ଶୌଚାଳୟର ବ୍ୟବସ୍ଥା କରାଯାଇଛି। ସମୁଦ୍ର ବେଳାଭୂମିରେ ଜଣେ ଏସ୍ପି ରାଙ୍କର ଅଫିସର, ୩୭୦ ଲାଇଫ ଗାର୍ଡ, ୨ଟି ଓଡ୍ରାଫ ଟିମ୍, ୩ଟି ଆମ୍ବୁଲାନ୍ସ, ୩ଟି ଫାଷ୍ଟଟେଡ କାଉଣ୍ଟର ଏବଂ ପୁଲିସ କଣ୍ଟ୍ରୋଲ ରୁମ୍ ରହିବ। ଏନେଇ ପୁରୀ ଏସପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। 

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରତ୍ନ ସିଂହାସନରେ ସୁନାବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି। ମହାପ୍ରଭୁଙ୍କ ଦିବ୍ୟ ବେଶ ଦର୍ଶନ କରିବାକୁ ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହେବା ଅନୁମାନ କରାଯାଉଛି । ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ନାୟକପ୍ଲାଜା ଛକ ପର୍ଯ୍ୟନ୍ତ ବ୍ୟାରିକେଡ଼ କରାଯାଇଛି । ମେଡିକାଲ ଛକଠାରୁ ନୋ ଭେଇକିଲ ଜୋନ କରାଯାଇଛି । ସମୁଦ୍ର ଓ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଲାଇଫଗାର୍ଡଙ୍କ ସହ ୨ ଟି ଓଡ୍ରାଫ ଟିମ  ମୁତୟନ ହେବେ। ବ୍ୟାରିକେଡ଼ରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଫ୍ୟାନ, ବସିବା ବ୍ୟବସ୍ଥା ଓ ପାନୀୟ ଜଳର ଵ୍ୟଵସ୍ଥା ହୋଇଛି। ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ ସୁପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ପୁରୀ ଏସପି କହିଛନ୍ତି l

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର