ଓଡ଼ିଶା ଦିବସ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଲେ ବେଦାନ୍ତ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ

The Sakala Picture
Published On

ଭୁବନେଶ୍ୱର: ଓଡ଼ିଶା ଦିବସ ଅବସରରେ ବେଦାନ୍ତ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ରାଜ୍ୟର ସାଂସ୍କୃତିକ ପରମ୍ପରା, ଜୀବନ୍ତ ଐତିହ୍ୟ ଏବଂ ବିକାଶମୂଳକ ପଦକ୍ଷେପକୁ ସମ୍ମାନ ଜଣାଇ ଓଡ଼ିଶାର ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ଅଗ୍ରୱାଲ ତାଙ୍କ ବାର୍ତ୍ତାରେ ଓଡ଼ିଶାର ଆଧ୍ୟାତ୍ମିକ ଗଭୀରତା, ପାରମ୍ପରିକ କଳା, ରନ୍ଧନ ପ୍ରଣାଳୀ ଏବଂ ସମୃଦ୍ଧ ପ୍ରାକୃତିକ ଦୃଶ୍ୟ ଦ୍ୱାରା ଗଠିତ ସ୍ୱତନ୍ତ୍ର ପରିଚୟ ବିଷୟରେ କହିଥିଲେ। ନିଜର ସମର୍ପଣ ଏବଂ ପ୍ରତିଭା ଜରିଆରେ ବିଶ୍ୱ ମଞ୍ଚରେ ଭାରତର ଉପସ୍ଥିତିକୁ ସୁଦୃଢ଼ କରିବାରେ […]

ଭୁବନେଶ୍ୱର: ଓଡ଼ିଶା ଦିବସ ଅବସରରେ ବେଦାନ୍ତ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ରାଜ୍ୟର ସାଂସ୍କୃତିକ ପରମ୍ପରା, ଜୀବନ୍ତ ଐତିହ୍ୟ ଏବଂ ବିକାଶମୂଳକ ପଦକ୍ଷେପକୁ ସମ୍ମାନ ଜଣାଇ ଓଡ଼ିଶାର ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ମଧ୍ୟ ପ୍ରାଚ୍ୟରେ ଫସିରହିଥିବା ଓଡ଼ିଆ ଲୋକଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କଲେ ନବୀନ

ଶ୍ରୀ ଅଗ୍ରୱାଲ ତାଙ୍କ ବାର୍ତ୍ତାରେ ଓଡ଼ିଶାର ଆଧ୍ୟାତ୍ମିକ ଗଭୀରତା, ପାରମ୍ପରିକ କଳା, ରନ୍ଧନ ପ୍ରଣାଳୀ ଏବଂ ସମୃଦ୍ଧ ପ୍ରାକୃତିକ ଦୃଶ୍ୟ ଦ୍ୱାରା ଗଠିତ ସ୍ୱତନ୍ତ୍ର ପରିଚୟ ବିଷୟରେ କହିଥିଲେ। ନିଜର ସମର୍ପଣ ଏବଂ ପ୍ରତିଭା ଜରିଆରେ ବିଶ୍ୱ ମଞ୍ଚରେ ଭାରତର ଉପସ୍ଥିତିକୁ ସୁଦୃଢ଼ କରିବାରେ ଓଡ଼ିଆ ଜନସାଧାରଣଙ୍କ ଦୀର୍ଘସ୍ଥାୟୀ ଯୋଗଦାନକୁ ସେ ପ୍ରଶଂସା କରିଥିଲେ।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ଓଡ଼ିଶାକୁ ‘ବିଶ୍ୱର ଆଲୁମିନିୟମ ରାଜଧାନୀ’ ବୋଲି ଅଭିହିତ କରି ଶ୍ରୀ ଅଗ୍ରୱାଲ ରାଜ୍ୟ ସହିତ ବେଦାନ୍ତର ଦୃଢ଼ ସମ୍ପର୍କ ବିଷୟରେ ଉଲ୍ଲେଖ କରିଥିଲେ। ଉଭୟ ଭୂପୃଷ୍ଠ ଏବଂ ଭୂତଳ କ୍ଷେତ୍ରରେ ପ୍ରଚୁର ପ୍ରାକୃତିକ ସମ୍ବଳ ଯୋଗୁଁ ଓଡ଼ିଶା ବିଶ୍ୱସ୍ତରରେ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ସୃଷ୍ଟି କରିଛି। ଆମେ ଗର୍ବିତ ଯେ ଆମେ ଏକ ଲକ୍ଷ କୋଟି କୋଟି ଟଙ୍କାରୁ ଅଧିକ ନିବେଶ କରିଛୁ। କିନ୍ତୁ ଆମ ପାଇଁ, ଆମର ଦାୟିତ୍ୱ ବ୍ୟବସାୟ ବାହାରେ-ଏହା ସ୍ଥାନୀୟ ଲୋକଙ୍କର କଲ୍ୟାଣ ଏବଂ ସ୍ଥାୟୀ ଅଭିବୃଦ୍ଧି ସୁନିଶ୍ଚିତ କରିବା ସହିତ ଆରମ୍ଭ ହୁଏ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୪୬୦୭ ଡାକ୍ତର ପଦବୀ ଖାଲି: ବିଧାନସଭାରେ ଉଦବେଗଜନକ ତଥ୍ୟ ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ବେଦାନ୍ତର ଗୋଷ୍ଠୀଗତ ପଦକ୍ଷେପ ଉପରେ ଆଲୋକପାତ କରି ସେ କହିଥିଲେ, “ଏହା ମୋ ପାଇଁ ଗର୍ବର ବିଷୟ ଯେ ଆମେ କାଳାହାଣ୍ଡିରେ ସମୃଦ୍ଧି ଆଣିବାର ସ୍ୱପ୍ନ ପୂରଣ କରିପାରିଛୁ। ସେଠାକାର ପ୍ରତ୍ୟେକ ଘର ଏକ ସକାରାତ୍ମକ ପରିବର୍ତ୍ତନ ଅନୁଭବ କରିଛି।

ଓଡ଼ିଶାର ଭବିଷ୍ୟତ ପାଇଁ ସେ ଆଶାବ୍ୟକ୍ତ କରି କହିଥିଲେ, “ଭଗବାନ ଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟର ବିକାଶ ନୂତନ ଉଚ୍ଚତାରେ ପହଞ୍ଚିବ ।”

ବେଦାନ୍ତ ଆଲୁମିନିୟମ ଓଡ଼ିଶାର ଆର୍ଥିକ ଏବଂ ଶିଳ୍ପ ପରିଦୃଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ, ଲାଞ୍ଜିଗଡ଼ରେ ୩.୫ ଏମଟିପିଏ ଆଲୁମିନା ବିଶୋଧନାଗାର ଏବଂ ଝାରସୁଗୁଡ଼ାରେ ବିଶ୍ୱର ସର୍ବବୃହତ ଆଲୁମିନିୟମ ସ୍ମେଲ୍ଟର ମଧ୍ୟରୁ ଗୋଟିଏ ପରିଚାଳନା କରେ । କମ୍ପାନୀ ନୂତନ ନିବେଶରେ ୨୫,୦୦୦ କୋଟି ଟଙ୍କାରୁ ଅଧିକ ପ୍ରତିଶ୍ରୁତିବଦ୍ଧ, ଯାହାର ଉଦ୍ଦେଶ୍ୟ ହେଉଛି କାର୍ୟ୍ୟର ସମ୍ପ୍ରସାରଣ ଏବଂ ନିଯୁକ୍ତି, ଭିତ୍ତିଭୂମି ଏବଂ ବୈଷୟିକ ପ୍ରଗତି ସୃଷ୍ଟି କରିବା।

ଅର୍ନ୍ତଭୁକ୍ତ ବିକାଶ ଉପରେ ନିଜର ଧ୍ୟାନ ଜାରି ରଖି ବେଦାନ୍ତ ସକ୍ରିୟ ଭାବେ ଶିକ୍ଷା, ଦକ୍ଷତା ବିକାଶ, ସ୍ୱାସ୍ଥ୍ୟସେବା ସୁବିଧା ଏବଂ ପରିବେଶଗତ ସ୍ଥିରତା ପ୍ରତି ସମର୍ଥନ କରୁଛି। ଓଡ଼ିଶାର ଦୀର୍ଘକାଳୀନ ସାମାଜିକ-ଅର୍ଥନୈତିକ ଅଭିବୃଦ୍ଧିରେ ଯୋଗଦାନ ପାଇଁ କମ୍ପାନୀ ଗଭୀର ଭାବେ ପ୍ରତିବଦ୍ଧ।

01 Apr 2025 By The Sakala

ଓଡ଼ିଶା ଦିବସ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଲେ ବେଦାନ୍ତ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ

ଭୁବନେଶ୍ୱର: ଓଡ଼ିଶା ଦିବସ ଅବସରରେ ବେଦାନ୍ତ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ରାଜ୍ୟର ସାଂସ୍କୃତିକ ପରମ୍ପରା, ଜୀବନ୍ତ ଐତିହ୍ୟ ଏବଂ ବିକାଶମୂଳକ ପଦକ୍ଷେପକୁ ସମ୍ମାନ ଜଣାଇ ଓଡ଼ିଶାର ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି।

ଶ୍ରୀ ଅଗ୍ରୱାଲ ତାଙ୍କ ବାର୍ତ୍ତାରେ ଓଡ଼ିଶାର ଆଧ୍ୟାତ୍ମିକ ଗଭୀରତା, ପାରମ୍ପରିକ କଳା, ରନ୍ଧନ ପ୍ରଣାଳୀ ଏବଂ ସମୃଦ୍ଧ ପ୍ରାକୃତିକ ଦୃଶ୍ୟ ଦ୍ୱାରା ଗଠିତ ସ୍ୱତନ୍ତ୍ର ପରିଚୟ ବିଷୟରେ କହିଥିଲେ। ନିଜର ସମର୍ପଣ ଏବଂ ପ୍ରତିଭା ଜରିଆରେ ବିଶ୍ୱ ମଞ୍ଚରେ ଭାରତର ଉପସ୍ଥିତିକୁ ସୁଦୃଢ଼ କରିବାରେ ଓଡ଼ିଆ ଜନସାଧାରଣଙ୍କ ଦୀର୍ଘସ୍ଥାୟୀ ଯୋଗଦାନକୁ ସେ ପ୍ରଶଂସା କରିଥିଲେ।

ଓଡ଼ିଶାକୁ ‘ବିଶ୍ୱର ଆଲୁମିନିୟମ ରାଜଧାନୀ’ ବୋଲି ଅଭିହିତ କରି ଶ୍ରୀ ଅଗ୍ରୱାଲ ରାଜ୍ୟ ସହିତ ବେଦାନ୍ତର ଦୃଢ଼ ସମ୍ପର୍କ ବିଷୟରେ ଉଲ୍ଲେଖ କରିଥିଲେ। ଉଭୟ ଭୂପୃଷ୍ଠ ଏବଂ ଭୂତଳ କ୍ଷେତ୍ରରେ ପ୍ରଚୁର ପ୍ରାକୃତିକ ସମ୍ବଳ ଯୋଗୁଁ ଓଡ଼ିଶା ବିଶ୍ୱସ୍ତରରେ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ସୃଷ୍ଟି କରିଛି। ଆମେ ଗର୍ବିତ ଯେ ଆମେ ଏକ ଲକ୍ଷ କୋଟି କୋଟି ଟଙ୍କାରୁ ଅଧିକ ନିବେଶ କରିଛୁ। କିନ୍ତୁ ଆମ ପାଇଁ, ଆମର ଦାୟିତ୍ୱ ବ୍ୟବସାୟ ବାହାରେ-ଏହା ସ୍ଥାନୀୟ ଲୋକଙ୍କର କଲ୍ୟାଣ ଏବଂ ସ୍ଥାୟୀ ଅଭିବୃଦ୍ଧି ସୁନିଶ୍ଚିତ କରିବା ସହିତ ଆରମ୍ଭ ହୁଏ।

ବେଦାନ୍ତର ଗୋଷ୍ଠୀଗତ ପଦକ୍ଷେପ ଉପରେ ଆଲୋକପାତ କରି ସେ କହିଥିଲେ, “ଏହା ମୋ ପାଇଁ ଗର୍ବର ବିଷୟ ଯେ ଆମେ କାଳାହାଣ୍ଡିରେ ସମୃଦ୍ଧି ଆଣିବାର ସ୍ୱପ୍ନ ପୂରଣ କରିପାରିଛୁ। ସେଠାକାର ପ୍ରତ୍ୟେକ ଘର ଏକ ସକାରାତ୍ମକ ପରିବର୍ତ୍ତନ ଅନୁଭବ କରିଛି।

ଓଡ଼ିଶାର ଭବିଷ୍ୟତ ପାଇଁ ସେ ଆଶାବ୍ୟକ୍ତ କରି କହିଥିଲେ, “ଭଗବାନ ଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟର ବିକାଶ ନୂତନ ଉଚ୍ଚତାରେ ପହଞ୍ଚିବ ।”

ବେଦାନ୍ତ ଆଲୁମିନିୟମ ଓଡ଼ିଶାର ଆର୍ଥିକ ଏବଂ ଶିଳ୍ପ ପରିଦୃଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ, ଲାଞ୍ଜିଗଡ଼ରେ ୩.୫ ଏମଟିପିଏ ଆଲୁମିନା ବିଶୋଧନାଗାର ଏବଂ ଝାରସୁଗୁଡ଼ାରେ ବିଶ୍ୱର ସର୍ବବୃହତ ଆଲୁମିନିୟମ ସ୍ମେଲ୍ଟର ମଧ୍ୟରୁ ଗୋଟିଏ ପରିଚାଳନା କରେ । କମ୍ପାନୀ ନୂତନ ନିବେଶରେ ୨୫,୦୦୦ କୋଟି ଟଙ୍କାରୁ ଅଧିକ ପ୍ରତିଶ୍ରୁତିବଦ୍ଧ, ଯାହାର ଉଦ୍ଦେଶ୍ୟ ହେଉଛି କାର୍ୟ୍ୟର ସମ୍ପ୍ରସାରଣ ଏବଂ ନିଯୁକ୍ତି, ଭିତ୍ତିଭୂମି ଏବଂ ବୈଷୟିକ ପ୍ରଗତି ସୃଷ୍ଟି କରିବା।

ଅର୍ନ୍ତଭୁକ୍ତ ବିକାଶ ଉପରେ ନିଜର ଧ୍ୟାନ ଜାରି ରଖି ବେଦାନ୍ତ ସକ୍ରିୟ ଭାବେ ଶିକ୍ଷା, ଦକ୍ଷତା ବିକାଶ, ସ୍ୱାସ୍ଥ୍ୟସେବା ସୁବିଧା ଏବଂ ପରିବେଶଗତ ସ୍ଥିରତା ପ୍ରତି ସମର୍ଥନ କରୁଛି। ଓଡ଼ିଶାର ଦୀର୍ଘକାଳୀନ ସାମାଜିକ-ଅର୍ଥନୈତିକ ଅଭିବୃଦ୍ଧିରେ ଯୋଗଦାନ ପାଇଁ କମ୍ପାନୀ ଗଭୀର ଭାବେ ପ୍ରତିବଦ୍ଧ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର