୯୪ ପ୍ରତିଶତ ବହୁଜନଙ୍କ ପାଇଁ ଲଢେଇ, ବିଧାନସଭା ଭିତରେ ପରିକ୍ରମା କରି ପ୍ରତିବାଦ କଲା ବିଜେଡି

The Sakala Picture
Published On

ଭୁବନେଶ୍ବର: ସଂରକ୍ଷଣକୁ ନେଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କଲା ବିଜେଡି । ସଂରକ୍ଷଣକୁ ନେଇ ବିଧାନସଭାରେ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି । ଗୃହରେ ସଂରକ୍ଷଣ ଦାବି ନେଇ ବିଜେଡିର ହଙ୍ଗାମା । ସଂରକ୍ଷଣ ବ୍ୟବସ୍ଥା ନେଇ ବରିଷ୍ଠ ନେତା ଗଣେଶ୍ଵର ବେହେରା କହିଛନ୍ତି, ଜନସଂଖ୍ୟାର ଭାଗ ୯୪ ପ୍ରତିଶତ ହେଉଛନ୍ତି SC, ST ଓ OBC । SC, ST ହେଲେ ୪୯.୯୮ ପ୍ରତିଶତ କିନ୍ତୁ ମିଳୁଛି ୩୮.୭୫ %  । ପୂର୍ବରୁ ଏହା […]

ଭୁବନେଶ୍ବର: ସଂରକ୍ଷଣକୁ ନେଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କଲା ବିଜେଡି । ସଂରକ୍ଷଣକୁ ନେଇ ବିଧାନସଭାରେ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି । ଗୃହରେ ସଂରକ୍ଷଣ ଦାବି ନେଇ ବିଜେଡିର ହଙ୍ଗାମା । ସଂରକ୍ଷଣ ବ୍ୟବସ୍ଥା ନେଇ ବରିଷ୍ଠ ନେତା ଗଣେଶ୍ଵର ବେହେରା କହିଛନ୍ତି, ଜନସଂଖ୍ୟାର ଭାଗ ୯୪ ପ୍ରତିଶତ ହେଉଛନ୍ତି SC, ST ଓ OBC । SC, ST ହେଲେ ୪୯.୯୮ ପ୍ରତିଶତ କିନ୍ତୁ ମିଳୁଛି ୩୮.୭୫ %  । ପୂର୍ବରୁ ଏହା ୨୦ ପ୍ରତିଶତ ଥିଲା । ନବୀନ ସରକାର ଏହାକୁ ୨୦ରୁ ୩୮.୭୫ ପ୍ରତିଶତକୁ ବୃଦ୍ଧି କରିଥିଲେ । ବୈଷୟିକ ଶିକ୍ଷାରେ କେବଳ ୨୦ ପ୍ରତିଶତ ସଂରକ୍ଷଣ ମିଳୁଛି । କାହିଁକି ୪୯. ୯୮ ପ୍ରତିଶତ ନମିଳିବ । ଓବିସିଙ୍କୁ ଯେତେ ସଂରକ୍ଷଣ ମିଳିବା କଥା ମିଳୁନି ଏହା ଅବିଚାର ଅଟେ । ବିଜେଡି ତାଙ୍କ ପାଇଁ ସ୍ୱର ଉଠାଉଛି କିନ୍ତୁ ସରକାର ଆଳ ନେଉଛନ୍ତି ଯେ ଆମେ OBCଙ୍କ ପାଇଁ ଅଛୁ ହେଲେ କାର୍ଯ୍ୟରେ ରହୁନି । ରାଜ୍ୟ ସରକାର କାହିଁକି ପଛଘୁଞ୍ଚା ଦେଉଛନ୍ତି ।

ଆହୁରି ପଢ଼ନ୍ତୁ: OERCର ନୂଆ ସଦସ୍ୟ ଭାବେ ସୁଧାଂଶୁ ଶେଖର ବରପଣ୍ଡାଙ୍କୁ ନିଯୁକ୍ତ କଲେ ରାଜ୍ୟ ସରକାର

ସେହିପରି ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି, ବିଜୁ ପଟ୍ଟନାୟକ ୨୭ ପ୍ରତିଶତ OBC ସଂରକ୍ଷଣ ଦେଉଥିଲେ। ହରପ୍ରିୟ ଦାସ ବନାମ ରାଜ୍ୟ ସରକାର ମାମଲାରେ ଏହାକୁ ୧୧.୨୫ ପ୍ରତିଶତକୁ ଖସାଇ ଦିଆଗଲା । ବିଜେପି ସବକା ସାଥ ସାବକା ବିକାଶ କହୁଛି ହେଲେ ଫଳ ଶୂନ । ୫୦ % ରୁ ଅଧିକ ସଂରକ୍ଷଣ ପାଇଁ ସଂକଳ୍ପ ଓଡ଼ିଶା ବିଧାନସଭାରେ ଆସୁ । ୯୪ % ବହୁଜନମାନଙ୍କ ନ୍ୟାଯ୍ୟ ଦାବି ପାଇଁ ଆମର ଲଢେଇ। ଏହି ଲଢ଼େଇକୁ ବିଜେଡି ରାସ୍ତାଘାଟକୁ ନେବ। ଜାତିଭିତ୍ତିକ ଜନଗଣନା ହେଲେ ଜଣା ପଡିବ ଉଚ୍ଚ ବର୍ଗ ଓ ଆଦିବାସୀ OBC କେତେ ଅଧିକାର ପାଇଛନ୍ତି । ଡବଲ ଇଂଜିନ ସରକାର ଡବଲ ଧୋକା ନ ଦିଅନ୍ତୁ ।

ଆହୁରି ପଢ଼ନ୍ତୁ: ବର୍ଷକୁ ୧୦ ଦିନ ବିନା ବ୍ୟାଗ୍‌ରେ ସ୍କୁଲ୍‌ ଆସିବେ ପିଲା, ଜାତୀୟ ଶିକ୍ଷା ନୀତି-୨୦୨୦କୁ ଲାଗୁ ନିଷ୍ପତ୍ତି

ସେପଟେ ଅରୁଣ ସାହୁ କହିଛନ୍ତି, ଜିସକି ଜିତିନା ହିସେଦାରୀ ଉସକୀ ଉତ୍ନୀ ଭାଗିଦାରୀ। ସଂଖ୍ୟା ଯାହାର ଯେତେ, ତା ଭାଗିଦାରୀ ସେତେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଚିଠି ଲେଖିଥିଲେ OBC ସଂରକ୍ଷଣ ପାଇଁ । ନୂଆ ସରକାର ଆସିଲେ କାର୍ଯ୍ୟକାରୀ ହେବ। ଜୁନ ଜୁଲାଇରେ ନାମଲେଖା ସରିଗଲା। ସେ ସମୟରେ ଶିଶୁ ସରକାର ଥିଲା ଏବେ ସରକାର ବଡ଼ ହେଲେଣି କିନ୍ତୁ କିଛି ଶିଖୁ ନାହାନ୍ତି । ଏ ସରକାର ହେଉଛି ଶୁଖୁଆ ସରକାର । ନାମଲେଖା ହେଲାଣି । ହେଲେ ଏ ଯାଏଁ ସଂରକ୍ଷଣ ହେଲାନି। ନିଯୁକ୍ତି କ୍ଷେତ୍ରରେତ OBC ଙ୍କୁ ପଛକୁ ଠେଲି ଦେଲେଣି । ବିଧାନସଭା ଭିତରେ, ବାହାରେ, PMG ଛକ ସମେତ ରାଜ୍ୟ ରାଜ୍ୟରେ ଲଢେଇ ହେବ ବୋଲି ଅରୁଣ ସାହୁ ଚେତାବନୀ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଓପିଏସ୍‌ସି ପରୀକ୍ଷାରେ କପି କରିବା ଅଭିଯୋଗରେ ପରୀକ୍ଷାର୍ଥୀ ସହ ଅନ୍ୟ ୩ ଗିରଫ

24 Mar 2025 By The Sakala

୯୪ ପ୍ରତିଶତ ବହୁଜନଙ୍କ ପାଇଁ ଲଢେଇ, ବିଧାନସଭା ଭିତରେ ପରିକ୍ରମା କରି ପ୍ରତିବାଦ କଲା ବିଜେଡି

ଭୁବନେଶ୍ବର: ସଂରକ୍ଷଣକୁ ନେଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କଲା ବିଜେଡି । ସଂରକ୍ଷଣକୁ ନେଇ ବିଧାନସଭାରେ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି । ଗୃହରେ ସଂରକ୍ଷଣ ଦାବି ନେଇ ବିଜେଡିର ହଙ୍ଗାମା । ସଂରକ୍ଷଣ ବ୍ୟବସ୍ଥା ନେଇ ବରିଷ୍ଠ ନେତା ଗଣେଶ୍ଵର ବେହେରା କହିଛନ୍ତି, ଜନସଂଖ୍ୟାର ଭାଗ ୯୪ ପ୍ରତିଶତ ହେଉଛନ୍ତି SC, ST ଓ OBC । SC, ST ହେଲେ ୪୯.୯୮ ପ୍ରତିଶତ କିନ୍ତୁ ମିଳୁଛି ୩୮.୭୫ %  । ପୂର୍ବରୁ ଏହା ୨୦ ପ୍ରତିଶତ ଥିଲା । ନବୀନ ସରକାର ଏହାକୁ ୨୦ରୁ ୩୮.୭୫ ପ୍ରତିଶତକୁ ବୃଦ୍ଧି କରିଥିଲେ । ବୈଷୟିକ ଶିକ୍ଷାରେ କେବଳ ୨୦ ପ୍ରତିଶତ ସଂରକ୍ଷଣ ମିଳୁଛି । କାହିଁକି ୪୯. ୯୮ ପ୍ରତିଶତ ନମିଳିବ । ଓବିସିଙ୍କୁ ଯେତେ ସଂରକ୍ଷଣ ମିଳିବା କଥା ମିଳୁନି ଏହା ଅବିଚାର ଅଟେ । ବିଜେଡି ତାଙ୍କ ପାଇଁ ସ୍ୱର ଉଠାଉଛି କିନ୍ତୁ ସରକାର ଆଳ ନେଉଛନ୍ତି ଯେ ଆମେ OBCଙ୍କ ପାଇଁ ଅଛୁ ହେଲେ କାର୍ଯ୍ୟରେ ରହୁନି । ରାଜ୍ୟ ସରକାର କାହିଁକି ପଛଘୁଞ୍ଚା ଦେଉଛନ୍ତି ।

ସେହିପରି ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି, ବିଜୁ ପଟ୍ଟନାୟକ ୨୭ ପ୍ରତିଶତ OBC ସଂରକ୍ଷଣ ଦେଉଥିଲେ। ହରପ୍ରିୟ ଦାସ ବନାମ ରାଜ୍ୟ ସରକାର ମାମଲାରେ ଏହାକୁ ୧୧.୨୫ ପ୍ରତିଶତକୁ ଖସାଇ ଦିଆଗଲା । ବିଜେପି ସବକା ସାଥ ସାବକା ବିକାଶ କହୁଛି ହେଲେ ଫଳ ଶୂନ । ୫୦ % ରୁ ଅଧିକ ସଂରକ୍ଷଣ ପାଇଁ ସଂକଳ୍ପ ଓଡ଼ିଶା ବିଧାନସଭାରେ ଆସୁ । ୯୪ % ବହୁଜନମାନଙ୍କ ନ୍ୟାଯ୍ୟ ଦାବି ପାଇଁ ଆମର ଲଢେଇ। ଏହି ଲଢ଼େଇକୁ ବିଜେଡି ରାସ୍ତାଘାଟକୁ ନେବ। ଜାତିଭିତ୍ତିକ ଜନଗଣନା ହେଲେ ଜଣା ପଡିବ ଉଚ୍ଚ ବର୍ଗ ଓ ଆଦିବାସୀ OBC କେତେ ଅଧିକାର ପାଇଛନ୍ତି । ଡବଲ ଇଂଜିନ ସରକାର ଡବଲ ଧୋକା ନ ଦିଅନ୍ତୁ ।

ସେପଟେ ଅରୁଣ ସାହୁ କହିଛନ୍ତି, ଜିସକି ଜିତିନା ହିସେଦାରୀ ଉସକୀ ଉତ୍ନୀ ଭାଗିଦାରୀ। ସଂଖ୍ୟା ଯାହାର ଯେତେ, ତା ଭାଗିଦାରୀ ସେତେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଚିଠି ଲେଖିଥିଲେ OBC ସଂରକ୍ଷଣ ପାଇଁ । ନୂଆ ସରକାର ଆସିଲେ କାର୍ଯ୍ୟକାରୀ ହେବ। ଜୁନ ଜୁଲାଇରେ ନାମଲେଖା ସରିଗଲା। ସେ ସମୟରେ ଶିଶୁ ସରକାର ଥିଲା ଏବେ ସରକାର ବଡ଼ ହେଲେଣି କିନ୍ତୁ କିଛି ଶିଖୁ ନାହାନ୍ତି । ଏ ସରକାର ହେଉଛି ଶୁଖୁଆ ସରକାର । ନାମଲେଖା ହେଲାଣି । ହେଲେ ଏ ଯାଏଁ ସଂରକ୍ଷଣ ହେଲାନି। ନିଯୁକ୍ତି କ୍ଷେତ୍ରରେତ OBC ଙ୍କୁ ପଛକୁ ଠେଲି ଦେଲେଣି । ବିଧାନସଭା ଭିତରେ, ବାହାରେ, PMG ଛକ ସମେତ ରାଜ୍ୟ ରାଜ୍ୟରେ ଲଢେଇ ହେବ ବୋଲି ଅରୁଣ ସାହୁ ଚେତାବନୀ ଦେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର