କୋଇଲା ବୋଝେଇ ଟ୍ରେନରୁ ପାଲ ଚୋରୀ କରୁଥିଲେ, ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯୁବକ ଜୀବନ୍ତ ଦଗ୍ଧ

The Sakala Picture
Published On

ଆଠଗଡ଼: ଗୁରୁଡ଼ିଝାଟିଆ ରେଳ ଷ୍ଟେସନରେ ଅଘଟଣ । ଟ୍ରେନ୍‌ ଉପରେ ଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜିଅଁନ୍ତା ଜଳିଗଲେ ଯୁବକ । ରେଳ ଷ୍ଟେସନରେ ଛିଡା ହୋଇଥିବା କୋଇଲା ବୋଝେଇ ଟ୍ରେନରୁ ପାଲ ଚୋରୀ କରୁଥିବା ସମୟରେ ହାଇ-ଭୋଲଟେଜ୍ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହୁତ୍ ହୁତ୍ ହୋଇ ଜଳିଗଲେ ଯୁବକ । ଘଟଣା ସ୍ଥଳରେ ଯୁବକ ଜଣକ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଜଣାପଡିଛି । ତେବେ ଯୁବକ ଜଣଙ୍କ କିପରି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଲେ […]

ଆଠଗଡ଼: ଗୁରୁଡ଼ିଝାଟିଆ ରେଳ ଷ୍ଟେସନରେ ଅଘଟଣ । ଟ୍ରେନ୍‌ ଉପରେ ଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜିଅଁନ୍ତା ଜଳିଗଲେ ଯୁବକ । ରେଳ ଷ୍ଟେସନରେ ଛିଡା ହୋଇଥିବା କୋଇଲା ବୋଝେଇ ଟ୍ରେନରୁ ପାଲ ଚୋରୀ କରୁଥିବା ସମୟରେ ହାଇ-ଭୋଲଟେଜ୍ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହୁତ୍ ହୁତ୍ ହୋଇ ଜଳିଗଲେ ଯୁବକ । ଘଟଣା ସ୍ଥଳରେ ଯୁବକ ଜଣକ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଜଣାପଡିଛି । ତେବେ ଯୁବକ ଜଣଙ୍କ କିପରି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଲେ ଜଣାପଡ଼ି ନାହିଁ । । ଯୁବକ ଜଣଙ୍କ ଛଗାଁ ଅଞ୍ଚଳର ବୋଲି ସନ୍ଦେହ । ଘଟଣା ସ୍ଥଳରେ ରେଳ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପୁଣି ବନ୍ୟା ସ୍ଥିତି: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ, ଅନେକ ଗାଁ ଜଳମଗ୍ନ

ସୂଚନା ଅନୁସାରେ ଆଠଗଡ଼ ଅଞ୍ଚଳର ଗୁରୁଡିଝାଟିଆ ରେଳ ଷ୍ଟେସନ ପାର୍କିଂରେ ଏକ ମାଲବାହୀ ଟ୍ରେନ ଅଟକି ରହିଥିଲା । ଏହି ସମୟରେ କୋଇଲା ଉପରେ ଆଚ୍ଛାଦିତ ପାଲ ଚୋରି କରିବା ପାଇଁ ଯୁବକ ଜଣକ ମାଲବାହୀ ଟ୍ରେନର ଗୋଟିଏ ୱାଗନ ଉପରେ ଚଢ଼ିଥିଲେ। ଏହି ସମୟରେ ଯୁବକ ହାଇ-ଭୋଲଟେଜ୍ ବୈଦ୍ୟୁତିକ ତାର ସଂସ୍ପର୍ଶରେ ଆସିଥିଲେ । ଫଳରେ ନିଆଁ ଲାଗି ତାଙ୍କ ଶରୀର ସମ୍ପୂର୍ଣ୍ଣ ଭାବ ଜଳିଯାଇଛି । ଏ ସମ୍ପର୍କରେ ସୂଚନା ପାଇ ରେଳବାଇ ପୋଲିସ ଏବଂ ରେଳ ବିଭାଗର ଅଧିକାରୀମାନେ ଘଟଣାସ୍ଥଳକୁ ପହଁଞ୍ଚି ମାମଲାରେ ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର