ମହିଳା ସମ୍ଭାଳିବେ ସେପ୍ଟେଜ୍‍ ପ୍ଲାଣ୍ଟ

The Sakala Picture
Published On

ଭୁବନେଶ୍ୱର : ବିଏମ୍‍ସି ଅଞ୍ଚଳରେ ଥିବା ସିପ୍ଟେଜ୍‍ ଟ୍ରିଟ୍‍ମେଣ୍ଟ ପ୍ଲାଣ୍ଟର ଦାୟିତ୍ୱ ବୁଝିବେ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‍ଏଚ୍‍ଜି)। ଏହି ଦାୟିତ୍ୱ ହସ୍ତାନ୍ତର ପୂର୍ବରୁ ଏସ୍‍ଏଚ୍‍ଜିର ମହିଳାମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଏହି ପ୍ରଶିକ୍ଷଣ ଉଭୟ ବାସୁଆଘାଇ ଏବଂ ରୋକଟସ୍ଥିତ ଏସ୍‍ଇପିଟିଠାରେ ଜାରିରହିଛି। ଭୁବନେଶ୍ୱର ଲୋକସଂଖ୍ୟା ଦୃଷ୍ଟିରୁ ବିଏମ୍‍ସି କର୍ତ୍ତୃପକ୍ଷ ଦୁଇଟି ସେପ୍ଟେଜ୍‍ ଟ୍ରିଟ୍‍ମେଣ୍ଟ ପ୍ଲାଣ୍ଟ କରିଛନ୍ତି। ପ୍ରଥମଟି ବାସୁଘାଇ ଓ ଦ୍ୱିତୀୟ ତଥା ନୂତନ ଭାବେ ପାଣ୍ଡରା ନିକଟସ୍ଥ ରୋକଟଠାରେ ଏହା ନିର୍ମାଣ କରାଯାଇଛି। ଏହି ପ୍ଲଣ୍ଟର […]

ଭୁବନେଶ୍ୱର : ବିଏମ୍‍ସି ଅଞ୍ଚଳରେ ଥିବା ସିପ୍ଟେଜ୍‍ ଟ୍ରିଟ୍‍ମେଣ୍ଟ ପ୍ଲାଣ୍ଟର ଦାୟିତ୍ୱ ବୁଝିବେ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‍ଏଚ୍‍ଜି)। ଏହି ଦାୟିତ୍ୱ ହସ୍ତାନ୍ତର ପୂର୍ବରୁ ଏସ୍‍ଏଚ୍‍ଜିର ମହିଳାମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଏହି ପ୍ରଶିକ୍ଷଣ ଉଭୟ ବାସୁଆଘାଇ ଏବଂ ରୋକଟସ୍ଥିତ ଏସ୍‍ଇପିଟିଠାରେ ଜାରିରହିଛି। ଭୁବନେଶ୍ୱର ଲୋକସଂଖ୍ୟା ଦୃଷ୍ଟିରୁ ବିଏମ୍‍ସି କର୍ତ୍ତୃପକ୍ଷ ଦୁଇଟି ସେପ୍ଟେଜ୍‍ ଟ୍ରିଟ୍‍ମେଣ୍ଟ ପ୍ଲାଣ୍ଟ କରିଛନ୍ତି। ପ୍ରଥମଟି ବାସୁଘାଇ ଓ ଦ୍ୱିତୀୟ ତଥା ନୂତନ ଭାବେ ପାଣ୍ଡରା ନିକଟସ୍ଥ ରୋକଟଠାରେ ଏହା ନିର୍ମାଣ କରାଯାଇଛି। ଏହି ପ୍ଲଣ୍ଟର କାର୍ଯ୍ୟ ଓ ପରିଚାଳନା ମିଶନ ଶକ୍ତି ଗ୍ରୁପ୍‍କୁ ଦେବାପାଇଁ ନିଷ୍ପତ୍ତି ନିଆଯାଇଅଛି। ଏହି ପ୍ଲାଣ୍ଟର ଦୈନିକ କ୍ଷମତା ୭୫ କିଲୋ ଲିଟର ଥିବାବେଳେ ଏହା ଭୁବନେଶ୍ୱରର ଅନ୍ୟୂନ ୨.୨ ଲକ୍ଷ ଜନସଂଖ୍ୟାର ମଳ ପରିଚାଳନା କ୍ଷମତା ରଖିଛି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

ସ୍ମାର୍ଟସିଟି ଭୁବନେଶ୍ୱର ବିଜ୍ଞାନସମ୍ମତ ପରିମଳ ବ୍ୟବସ୍ଥାକୁ ନେଇ ଆଗକୁ ବଢ଼଼ୁଥିବା ବେଳେ ସମାନ ସମୟରେ ସହରରେ ଆଉ ଏକ ସେପ୍ଟେଜ୍‍ ଟ୍ରିଟ୍‍ମେଣ୍ଟ ପ୍ଲାଣ୍ଟ ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଉଛି। ତେବେ ଏହି ପ୍ଲାଣ୍ଟର ଦାୟିତ୍ୱକୁ ମିଶନ ଶକ୍ତି ଗ୍ରୁପ୍‍ ମାଧ୍ୟମରେ ପରିଚାଳନା କରିବା ଏକ ପ୍ରକୃଷ୍ଟ ପଦକ୍ଷେପ ଓ ଏହା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର କାର୍ଯ୍ୟ ପରିସୀମାକୁ ଆଗେଇନେବାରେ ସହାୟକ ହେବ ବୋଲି ବିଏମ୍‍ସି କମିସନର ସଞ୍ଜୟ ସିଂ କହିଛନ୍ତି। ପରିମଳ ଠାରୁ ଆରମ୍ଭ କରି ରାଜସ୍ୱ ସଂଗ୍ରହ ଆଦି କାର୍ଯ୍ୟରେ ବିଭିନ୍ନ ଗ୍ରୁପ୍‍ ନିୟୋଜିତ ହୋଇଛନ୍ତି। ସହରର ପରିମଳ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମଧ୍ୟ ମହିଳା ଏସ୍‍ଏଚ୍‍ଜିଗୁଡ଼ିକ ସ୍ୱଚ୍ଛସାଥି ଭାବେ ଯୋଗ ଦେଇଛନ୍ତି। ଭୁବନେଶ୍ୱରରେ ଚାଲୁ ରହିଥିବା ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍‍ସିସି) ମାଧ୍ୟମରେ ଏହି ଗ୍ରୁପ୍‍ ପରିମଳ ବ୍ୟବସ୍ଥା ସୁଧାରିବା ଦିଗରେ କାର୍ଯ୍ୟ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

ଏବେ ଏହି ଗ୍ରୁପ୍‍ ସିପ୍ଟେଜ୍‍ ଟ୍ରିଟ୍‍ମେଣ୍ଟ ପ୍ଲାଣ୍ଟର ଦାୟିତ୍ୱ ନେବେ ବୋଲି ବିଏମସି ସୂଚନା ଦେଇଛନ୍ତି। ତେବେ ଚାଲୁ ରହିଥିବା ପ୍ରଶିକ୍ଷଣରେ ସମ୍ପୃକ୍ତ ମହିଳା ଏସଏଚଜିଙ୍କୁ ରୋକଟଠାରେ କରାଯାଉଥିବା ସେପ୍ଟେଜ୍‍ ଟ୍ରିଟ୍‍ମେଣ୍ଟ ପ୍ଲାଣ୍ଟର କାର୍ଯ୍ୟ ଏବଂ ପରିଚାଳନା ବାବଦରେ ଶିକ୍ଷା ଦିଆଯାଉଅଛି। ଏହି ପ୍ରଶିକ୍ଷଣ ଜୁଲାଇ ୯ ରୁ ଆରମ୍ଭ ହୋଇଥିବା ବେଳେ ୮ ଅଗଷ୍ଟ ପର୍ଯ୍ୟନ୍ତ ଜାରି ରହିବ ବୋଲି ବିଏମ୍‍ସି ସୂଚନା ଦେଇଛି। ଏହି ପ୍ରଶିକ୍ଷଣ ସରିବା ପରେ ବିଏମ୍‍ସି ଓ ଏସଏଚ୍‍ଜି ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷର କରାଯିବ। ଏହା ପରେ ଏସ୍‍ଏଚ୍‍ଜି ଗ୍ରୁପ୍‍ କାମ ଆରମ୍ଭ କରିବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ଜନ୍ମକଲା ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ବାପା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର