ଶିଶୁକନ୍ୟାକୁ ଦୁଷ୍କର୍ମ ଉଦ୍ୟମ ଘଟଣାରେ ଅଭିଯୁକ୍ତ କୋର୍ଟଚାଲଣ

The Sakala Picture
Published On

କଟକ : ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ମଙ୍ଗଳବାର ମହିଳା ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଉଛି ବକ୍ସିବଜାର ତେଲେଗୁ ବସ୍ତିର ଭି. ରମେଶ ରାଓ। ଅଭିଯୁକ୍ତ ରମେଶ ଗତ ଦୁଇଦିନ ପୂର୍ବେ ବିଳମ୍ବିତ ରାତିରେ ନିଜ ବସ୍ତିର ଜଣଙ୍କ ଘରର କବାଟ ଖୋଲି ପଶିଯାଇଥିଲା। ଏହି ସମୟରେ ଘର ଭିତରେ ଶିଶୁକନ୍ୟାଟି ତାର ମା’ ଠାରୁ କିଛି ଦୂରରେ ଶୋଇଥିବା ଦେଖି ରମେଶ […]

କଟକ : ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ମଙ୍ଗଳବାର ମହିଳା ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଉଛି ବକ୍ସିବଜାର ତେଲେଗୁ ବସ୍ତିର ଭି. ରମେଶ ରାଓ। ଅଭିଯୁକ୍ତ ରମେଶ ଗତ ଦୁଇଦିନ ପୂର୍ବେ ବିଳମ୍ବିତ ରାତିରେ ନିଜ ବସ୍ତିର ଜଣଙ୍କ ଘରର କବାଟ ଖୋଲି ପଶିଯାଇଥିଲା। ଏହି ସମୟରେ ଘର ଭିତରେ ଶିଶୁକନ୍ୟାଟି ତାର ମା’ ଠାରୁ କିଛି ଦୂରରେ ଶୋଇଥିବା ଦେଖି ରମେଶ ଦୁଷ୍କର୍ମ ଉଦ୍ୟମ କରିଥିଲା। ଶିଶୁଟି କାନ୍ଦିବାରୁ ତାର ପରିବାର ଲୋକେ ଉଠିପଡ଼ିଥିଲେ। ସେମାନେ ରମେଶକୁ ପ୍ରତିବାଦ କରିବାରୁ ରମେଶ ତାଙ୍କୁ ଗାଳିଗୁଲଜ କରିବା ସହିତ ଧମକଚମକ ଦେଇଥିଲା। ଶିଶୁକନ୍ୟାର ମା’ ମହିଳା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ରମେଶକୁ ଗିରଫ କରିଛି। ଆଜି ଶିଶୁକନ୍ୟାର ଡାକ୍ତରୀମାଇନା କରାଯିବା ସହ ସିଆରପିସିର ଧାରା ୧୬୪ରେ ବୟାନ ରେକର୍ଡ କରାଯାଇଛି।

ଆହୁରି ପଢ଼ନ୍ତୁ: ବରମୁଣ୍ଡା ବସ ଟର୍ମିନାଲରେ ଅପହରଣ ଉଦ୍ୟମ ପଣ୍ଡ: ଏନଜିଓ କର୍ମୀଙ୍କ କବଳରୁ ଉଦ୍ଧାର ହେଲେ ନାବାଳିକାଙ୍କ ସମେତ ୩ ମହିଳା

14 Jul 2021 By The Sakala

ଶିଶୁକନ୍ୟାକୁ ଦୁଷ୍କର୍ମ ଉଦ୍ୟମ ଘଟଣାରେ ଅଭିଯୁକ୍ତ କୋର୍ଟଚାଲଣ

କଟକ : ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ମଙ୍ଗଳବାର ମହିଳା ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଉଛି ବକ୍ସିବଜାର ତେଲେଗୁ ବସ୍ତିର ଭି. ରମେଶ ରାଓ। ଅଭିଯୁକ୍ତ ରମେଶ ଗତ ଦୁଇଦିନ ପୂର୍ବେ ବିଳମ୍ବିତ ରାତିରେ ନିଜ ବସ୍ତିର ଜଣଙ୍କ ଘରର କବାଟ ଖୋଲି ପଶିଯାଇଥିଲା। ଏହି ସମୟରେ ଘର ଭିତରେ ଶିଶୁକନ୍ୟାଟି ତାର ମା’ ଠାରୁ କିଛି ଦୂରରେ ଶୋଇଥିବା ଦେଖି ରମେଶ ଦୁଷ୍କର୍ମ ଉଦ୍ୟମ କରିଥିଲା। ଶିଶୁଟି କାନ୍ଦିବାରୁ ତାର ପରିବାର ଲୋକେ ଉଠିପଡ଼ିଥିଲେ। ସେମାନେ ରମେଶକୁ ପ୍ରତିବାଦ କରିବାରୁ ରମେଶ ତାଙ୍କୁ ଗାଳିଗୁଲଜ କରିବା ସହିତ ଧମକଚମକ ଦେଇଥିଲା। ଶିଶୁକନ୍ୟାର ମା’ ମହିଳା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ରମେଶକୁ ଗିରଫ କରିଛି। ଆଜି ଶିଶୁକନ୍ୟାର ଡାକ୍ତରୀମାଇନା କରାଯିବା ସହ ସିଆରପିସିର ଧାରା ୧୬୪ରେ ବୟାନ ରେକର୍ଡ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର