ପୁରୀରେ ପର୍ଯ୍ୟଟକଙ୍କ ପାଇଁ ଥିବା କଟକଣା ପ୍ରତ୍ୟାହୃତ

The Sakala Picture
Published On

ପୁରୀ: ବାତ୍ୟା ଦାନା ପରିପ୍ରେକ୍ଷୀରେ ସୁରକ୍ଷା ଦୃଷ୍ଟିରୁ ପୁରୀକୁ ପର୍ଯ୍ୟଟକ ମାନଙ୍କୁ ସରକାର ଓ ପ୍ରଶାସନ ପକ୍ଷରୁ ବାରଣ କରାଯାଇଥିଲା । ତେବେ ବାତ୍ୟା ଲ୍ୟାଣ୍ଡଫଲ କରି ସାରିଥିବାବେଳେ ପୁରୀକୁ ଏତେ ଅଧିକ ପ୍ରଭାବିତ କରିନାହିଁ । ତେଣୁ ବର୍ତ୍ତମାନ ପର୍ଯ୍ୟଟକମାନଙ୍କ ପାଇଁ ଥିବା କଟକଣାକୁ ପ୍ରଶାସନ ପ୍ରତ୍ୟାହାର କରିନେଇଛନ୍ତି ।କୋଣାର୍କ ସୂର୍ଯ୍ୟ ମନ୍ଦି କୁ ମଧ୍ୟ ରହିଥିବା ଦର୍ଶନ କଟକଣାକୁ ପ୍ରତ୍ୟାହାର କରି ନିଆଯାଇଛି। ବର୍ତ୍ତମାନ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ମାନେ ପୂର୍ବ ଭଳି ମହାପ୍ରଭୁଙ୍କ […]

ପୁରୀ: ବାତ୍ୟା ଦାନା ପରିପ୍ରେକ୍ଷୀରେ ସୁରକ୍ଷା ଦୃଷ୍ଟିରୁ ପୁରୀକୁ ପର୍ଯ୍ୟଟକ ମାନଙ୍କୁ ସରକାର ଓ ପ୍ରଶାସନ ପକ୍ଷରୁ ବାରଣ କରାଯାଇଥିଲା । ତେବେ ବାତ୍ୟା ଲ୍ୟାଣ୍ଡଫଲ କରି ସାରିଥିବାବେଳେ ପୁରୀକୁ ଏତେ ଅଧିକ ପ୍ରଭାବିତ କରିନାହିଁ । ତେଣୁ ବର୍ତ୍ତମାନ ପର୍ଯ୍ୟଟକମାନଙ୍କ ପାଇଁ ଥିବା କଟକଣାକୁ ପ୍ରଶାସନ ପ୍ରତ୍ୟାହାର କରିନେଇଛନ୍ତି ।କୋଣାର୍କ ସୂର୍ଯ୍ୟ ମନ୍ଦି କୁ ମଧ୍ୟ ରହିଥିବା ଦର୍ଶନ କଟକଣାକୁ ପ୍ରତ୍ୟାହାର କରି ନିଆଯାଇଛି। ବର୍ତ୍ତମାନ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ମାନେ ପୂର୍ବ ଭଳି ମହାପ୍ରଭୁଙ୍କ ଦର୍ଶନ, ସୂର୍ଯ୍ୟ ମନ୍ଦିର ଦର୍ଶନ କରିପାରିବେ ଓ ସମୁଦ୍ର କୂଳ ଇତ୍ୟାଦି ବୁଲି ପାରିବେ ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

ଆହୁରି ପଢ଼ନ୍ତୁ: ବିଜେପିର ଜନବିରୋଧୀ ନୀତି ପାଇଁ ଓଡ଼ିଶା ଉପେକ୍ଷିତ: ବିଜେଡି

ତେବେ ସମୁଦ୍ର ଏବେବି ଅଶାନ୍ତ ରହିଥିବାରୁ ପର୍ଯ୍ୟଟକମାନେ ସମୁଦ୍ର ମଧ୍ୟକୁ ନ ଯିବାକୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ଶ୍ରୀ ସ୍ୱାଇଁ କହିଛନ୍ତି ଯେ,  ଜିଲ୍ଲାରେ ବାତ୍ୟାର ପ୍ରଭାବ ଏତେ ବ୍ୟାପକ ହୋଇ ନାହିଁ କିମ୍ବା ଅଧିକ ବର୍ଷା ମଧ୍ୟ ହୋଇ ନାହିଁ । କିନ୍ତୁ ଆଗକୁ ବର୍ଷାର ସୂଚନା ରହିଥିବାରୁ ଜନ ସାଧାରଣ ଓ ପର୍ଯ୍ୟଟକ ସତର୍କ ରହିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।

ଆହୁରି ପଢ଼ନ୍ତୁ: କଲେଜ ହଷ୍ଟେଲରୁ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର