ବିଦ୍ୟୁତ ବିଭାଗର ଅଜ଼ବ ନୀତି, ବିନା ବିଜୁଳିରେ ଆସୁଛି ବିଲ

The Sakala Picture
Published On

ବଡ଼ବିଲ : ଯୋଡ଼ା ବ୍ଲକ ଭୂୟାଁ ରୋଇଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ କୋହ୍ଲ ରୋଇଡା ଅଂଚଳରେ ବସବାସ କରୁଥିବା ପ୍ରାୟ ପାଞ୍ଚ ଶହ ପରିବାର ବିଦ୍ୟୁତ ବିଭାଗର ତ୍ରୁଟି ପୂର୍ଣ୍ଣ ନୀତି ଯୋଗୁଁ ଗତ ପାଞ୍ଚ ଦିନ ହେଲା ଅନ୍ଧାରରେ ରହିଥିବା ଅଭିଯୋଗ ହୋଇଛି l ଅଭିଯୋଗରୁ ଜଣା ପଡିଛି ଯେ କୋହ୍ଲ ରୋଇଡାର ୭ ନଂ ୱାର୍ଡ ଓ ୯ ନଂ ୱାର୍ଡରେ ବାସ କରୁଥିବା ଗରିବ ହିତାଧିକାରୀଙ୍କଠାରୁ ଆଧାର କାର୍ଡ ନିଆଯାଇ ୨0୧୭/୧୮ ମସିହାରେ ବିପିଏଲ […]

ବଡ଼ବିଲ : ଯୋଡ଼ା ବ୍ଲକ ଭୂୟାଁ ରୋଇଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ କୋହ୍ଲ ରୋଇଡା ଅଂଚଳରେ ବସବାସ କରୁଥିବା ପ୍ରାୟ ପାଞ୍ଚ ଶହ ପରିବାର ବିଦ୍ୟୁତ ବିଭାଗର ତ୍ରୁଟି ପୂର୍ଣ୍ଣ ନୀତି ଯୋଗୁଁ ଗତ ପାଞ୍ଚ ଦିନ ହେଲା ଅନ୍ଧାରରେ ରହିଥିବା ଅଭିଯୋଗ ହୋଇଛି l ଅଭିଯୋଗରୁ ଜଣା ପଡିଛି ଯେ କୋହ୍ଲ ରୋଇଡାର ୭ ନଂ ୱାର୍ଡ ଓ ୯ ନଂ ୱାର୍ଡରେ ବାସ କରୁଥିବା ଗରିବ ହିତାଧିକାରୀଙ୍କଠାରୁ ଆଧାର କାର୍ଡ ନିଆଯାଇ ୨0୧୭/୧୮ ମସିହାରେ ବିପିଏଲ ଲାଇନ ସଂଯୋଗ କରାଯାଇଥିଲା l ତେବେ ଗ୍ରାମବାସୀଙ୍କ କହିବା କଥା ବିଦ୍ୟୁତ ସଂଯୋଗ ହେବା ଦିନ ଠାରୁ ସେମାନଙ୍କ ନିକଟକୁ ତିନି ବର୍ଷ ମଧ୍ଯରେ ଥରେ ହେଲେ ବିଦ୍ୟୁତ ବିଲ ଆସି ନ ଥିଲା l
ମାତ୍ର ଗତ କିଛି ଦିନ ପୂର୍ବେ ପ୍ରତ୍ୟକ ପରିବାରଙ୍କ ପାଖକୁ ୧୦ ହଜାରରୁ ଉର୍ଦ୍ଧ୍ବ ଟଙ୍କାର ବିଦ୍ୟୁତ ବିଲ ଆସିଥିବା ବେଳେ ତାହା ଶୀଘ୍ର ପୈଠ କରିବାକୁ କୁହାଯାଇଥିଲା ଲ ତେବେ ଗ୍ରାମ ବାସୀ ଏକ କାଳୀନ ଏତେ ଟଙ୍କା ଦେବାକୁ ସମର୍ଥ ନ ହେବାରୁ ସମସ୍ତ ଙ୍କ ବିଦ୍ୟୁତ ସଂଯୋଗ କାଟି ଦିଆଯାଇଥିବା ଜଣା ପଡିଛି l

ମାତ୍ର ମୂଳରୁ ବିଦ୍ୟୁତ ସଂଯୋଗ ହୋଇ ନ ଥିବା କେତେକ ପରିବାରଙ୍କୁ ମଧ୍ଯ ୧୦ ହଜାର ଟଙ୍କାର ବିଦ୍ୟୁତ ବିଲ ଆସିଥିବା ବେଳେ ଗୋଟିଏ ପରିବାରର ଏକାଧିକ ସଦସ୍ୟଙ୍କ ନାମରେ ମଧ୍ୟ ବିଦ୍ୟୁତ ବିଲ ଆସିଥିବା ଜଣାପଡିଛି l ତେବେ ବିଦ୍ୟୁତ ସଂଯୋଗ ହୋଇଥିବା କୌଣସି ଘରେ ମିଟର ଲଗାଯାଇ ନ ଥିବା ବେଳେ କେଉଁ ଆଧାରରେ ବିଦ୍ୟୁତ ବିଲ କଟା ଗଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ତେବେ ବିଦ୍ୟୁତ ବିଭାଗ ଭଦ୍ରାସାହି ଶାଖାର ଜୁନିୟର ମ୍ୟାନେଜର ତପନ କୁମାର ପୃଷ୍ଟିଙ୍କୁ ଏ ବାବଦ ରେ ପଚାରିବାରୁ କହିଥିଲେ ସେମାନଙ୍କ ୨୦ ମାସ ରୁ ଉର୍ଦ୍ଧ୍ବ ଦିନ ହେଲା ବିଦ୍ୟୁତ ବିଲ ବକେୟା ରହିଥିବାରୁ ମୁଖ୍ୟ ପରିଚାଳକଙ୍କ ନିର୍ଦ୍ଦେଶରେ ସେମାନଙ୍କ ବିଦ୍ୟୁତ ସଂଯୋଗ କାଟି ଦିଆ ଯାଇଛି l ଏଥି ସହିତ ସେମାନଙ୍କୁ ନିର୍ଧାରିତ ସମୟରେ ବିଦ୍ୟୁତ ବିଲ ଦିଆ ଯାଇଥିଲେ ମଧ୍ଯ ଗ୍ରାମ ବାସୀ ଏହା କୁ ଗ୍ରହଣ କରି ନ ଥିଲେ l

ଆହୁରି ପଢ଼ନ୍ତୁ: ନିଟ୍‌‌ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ: ଭୁବନେଶ୍ୱରରେ ପହଞ୍ଚି ପୁଣି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦୋହରାଇଲେ ନବୀନ

01 Jul 2021 By The Sakala

ବିଦ୍ୟୁତ ବିଭାଗର ଅଜ଼ବ ନୀତି, ବିନା ବିଜୁଳିରେ ଆସୁଛି ବିଲ

ବଡ଼ବିଲ : ଯୋଡ଼ା ବ୍ଲକ ଭୂୟାଁ ରୋଇଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ କୋହ୍ଲ ରୋଇଡା ଅଂଚଳରେ ବସବାସ କରୁଥିବା ପ୍ରାୟ ପାଞ୍ଚ ଶହ ପରିବାର ବିଦ୍ୟୁତ ବିଭାଗର ତ୍ରୁଟି ପୂର୍ଣ୍ଣ ନୀତି ଯୋଗୁଁ ଗତ ପାଞ୍ଚ ଦିନ ହେଲା ଅନ୍ଧାରରେ ରହିଥିବା ଅଭିଯୋଗ ହୋଇଛି l ଅଭିଯୋଗରୁ ଜଣା ପଡିଛି ଯେ କୋହ୍ଲ ରୋଇଡାର ୭ ନଂ ୱାର୍ଡ ଓ ୯ ନଂ ୱାର୍ଡରେ ବାସ କରୁଥିବା ଗରିବ ହିତାଧିକାରୀଙ୍କଠାରୁ ଆଧାର କାର୍ଡ ନିଆଯାଇ ୨0୧୭/୧୮ ମସିହାରେ ବିପିଏଲ ଲାଇନ ସଂଯୋଗ କରାଯାଇଥିଲା l ତେବେ ଗ୍ରାମବାସୀଙ୍କ କହିବା କଥା ବିଦ୍ୟୁତ ସଂଯୋଗ ହେବା ଦିନ ଠାରୁ ସେମାନଙ୍କ ନିକଟକୁ ତିନି ବର୍ଷ ମଧ୍ଯରେ ଥରେ ହେଲେ ବିଦ୍ୟୁତ ବିଲ ଆସି ନ ଥିଲା l
ମାତ୍ର ଗତ କିଛି ଦିନ ପୂର୍ବେ ପ୍ରତ୍ୟକ ପରିବାରଙ୍କ ପାଖକୁ ୧୦ ହଜାରରୁ ଉର୍ଦ୍ଧ୍ବ ଟଙ୍କାର ବିଦ୍ୟୁତ ବିଲ ଆସିଥିବା ବେଳେ ତାହା ଶୀଘ୍ର ପୈଠ କରିବାକୁ କୁହାଯାଇଥିଲା ଲ ତେବେ ଗ୍ରାମ ବାସୀ ଏକ କାଳୀନ ଏତେ ଟଙ୍କା ଦେବାକୁ ସମର୍ଥ ନ ହେବାରୁ ସମସ୍ତ ଙ୍କ ବିଦ୍ୟୁତ ସଂଯୋଗ କାଟି ଦିଆଯାଇଥିବା ଜଣା ପଡିଛି l

ମାତ୍ର ମୂଳରୁ ବିଦ୍ୟୁତ ସଂଯୋଗ ହୋଇ ନ ଥିବା କେତେକ ପରିବାରଙ୍କୁ ମଧ୍ଯ ୧୦ ହଜାର ଟଙ୍କାର ବିଦ୍ୟୁତ ବିଲ ଆସିଥିବା ବେଳେ ଗୋଟିଏ ପରିବାରର ଏକାଧିକ ସଦସ୍ୟଙ୍କ ନାମରେ ମଧ୍ୟ ବିଦ୍ୟୁତ ବିଲ ଆସିଥିବା ଜଣାପଡିଛି l ତେବେ ବିଦ୍ୟୁତ ସଂଯୋଗ ହୋଇଥିବା କୌଣସି ଘରେ ମିଟର ଲଗାଯାଇ ନ ଥିବା ବେଳେ କେଉଁ ଆଧାରରେ ବିଦ୍ୟୁତ ବିଲ କଟା ଗଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ତେବେ ବିଦ୍ୟୁତ ବିଭାଗ ଭଦ୍ରାସାହି ଶାଖାର ଜୁନିୟର ମ୍ୟାନେଜର ତପନ କୁମାର ପୃଷ୍ଟିଙ୍କୁ ଏ ବାବଦ ରେ ପଚାରିବାରୁ କହିଥିଲେ ସେମାନଙ୍କ ୨୦ ମାସ ରୁ ଉର୍ଦ୍ଧ୍ବ ଦିନ ହେଲା ବିଦ୍ୟୁତ ବିଲ ବକେୟା ରହିଥିବାରୁ ମୁଖ୍ୟ ପରିଚାଳକଙ୍କ ନିର୍ଦ୍ଦେଶରେ ସେମାନଙ୍କ ବିଦ୍ୟୁତ ସଂଯୋଗ କାଟି ଦିଆ ଯାଇଛି l ଏଥି ସହିତ ସେମାନଙ୍କୁ ନିର୍ଧାରିତ ସମୟରେ ବିଦ୍ୟୁତ ବିଲ ଦିଆ ଯାଇଥିଲେ ମଧ୍ଯ ଗ୍ରାମ ବାସୀ ଏହା କୁ ଗ୍ରହଣ କରି ନ ଥିଲେ l

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର