୨୦୨୪ ସାଧାରଣ ନିର୍ବାଚନରେ ମହିଳା ଭୋଟର୍‌ଙ୍କ ଶକ୍ତିର ସାକ୍ଷୀ ହେବ ଓଡ଼ିଶା

The Sakala Picture
Published On

ଭୁବନେଶ୍ୱର: ଗଣତନ୍ତ୍ରର ମହାପର୍ବରେ ବଢ଼଼ୁଛି ମହିଳା ଭୋଟର୍‌ଙ୍କ ଭାଗୀଦାରି। ଗୋଟିଏପଟେ ପୁରୁଷ ଓ ମହିଳା ଭୋଟର୍‌ଙ୍କ ମଧ୍ୟରେ ତାରତମ୍ୟ ହ୍ରାସ ପାଉଥିବା ବେଳେ ଅନ୍ୟପଟେ ଅଧିକରୁ ଅଧିକ ସଂଖ୍ୟକ ମହିଳା ନିଜ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ ପାଇଁ ମତଦାନ କେନ୍ଦ୍ରରେ ପହଞ୍ଚୁଛନ୍ତି। ଏପରିସ୍ଥଳେ ୨୦୨୪ ସାଧାରଣ ନିର୍ବାଚନରେ ମହିଳା ଭୋଟର୍‌ଙ୍କ ଶକ୍ତିର ସାକ୍ଷୀ ହେବ ଓଡ଼ିଶା। ସାଧାରଣତଃ ମହିଳାଙ୍କ ତୁଳନାରେ ପୁରୁଷ ଭୋଟର୍‌ଙ୍କ ସଂଖ୍ୟା ଅଧିକ ରହିଥାଏ। ତେବେ ସଚେତନତା ବୃଦ୍ଧି ହେଉ ଅବା ଭୋଟଦାନର ମୂଲ୍ୟବୋଧ, […]

ଭୁବନେଶ୍ୱର: ଗଣତନ୍ତ୍ରର ମହାପର୍ବରେ ବଢ଼଼ୁଛି ମହିଳା ଭୋଟର୍‌ଙ୍କ ଭାଗୀଦାରି। ଗୋଟିଏପଟେ ପୁରୁଷ ଓ ମହିଳା ଭୋଟର୍‌ଙ୍କ ମଧ୍ୟରେ ତାରତମ୍ୟ ହ୍ରାସ ପାଉଥିବା ବେଳେ ଅନ୍ୟପଟେ ଅଧିକରୁ ଅଧିକ ସଂଖ୍ୟକ ମହିଳା ନିଜ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ ପାଇଁ ମତଦାନ କେନ୍ଦ୍ରରେ ପହଞ୍ଚୁଛନ୍ତି। ଏପରିସ୍ଥଳେ ୨୦୨୪ ସାଧାରଣ ନିର୍ବାଚନରେ ମହିଳା ଭୋଟର୍‌ଙ୍କ ଶକ୍ତିର ସାକ୍ଷୀ ହେବ ଓଡ଼ିଶା।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

ସାଧାରଣତଃ ମହିଳାଙ୍କ ତୁଳନାରେ ପୁରୁଷ ଭୋଟର୍‌ଙ୍କ ସଂଖ୍ୟା ଅଧିକ ରହିଥାଏ। ତେବେ ସଚେତନତା ବୃଦ୍ଧି ହେଉ ଅବା ଭୋଟଦାନର ମୂଲ୍ୟବୋଧ, ଅଧିକରୁ ଅଧିକ ମହିଳା ମତଦାନ ପାଇଁ ଆସୁଛନ୍ତି। ଆଗାମୀ ନିର୍ବାଚନରେ ମହିଳା ଭୋଟର୍‌ମାନଙ୍କୁ ଆକୃଷ୍ଟ କରିବା ପାଇଁ ଭାରତୀୟ ନିର୍ବାଚନ କମିସନ (ଇସିଆଇ) ବ୍ୟାପକ ବ୍ୟବସ୍ଥା କରିଛନ୍ତି। ଏଥର ଓଡ଼ିଶାରେ ପ୍ରାୟ ୪ହଜାର ବୁଥ୍‌‌ ପରିଚାଳନା ଦାୟିତ୍ୱରେ କେବଳ ମହିଳାମାନଙ୍କୁ ନିୟୋଜିତ କରାଯିବ। ସେହିପରି ୭୦୦ ମତଦାନ କେନ୍ଦ୍ର ପରିଚାଳନା ଦାୟିତ୍ୱରେ ଯୁବକଯୁବତୀ ରହିଥିବା ବେଳେ ୭୦୦ଟି ଆଦର୍ଶ ମତଦାନ କେନ୍ଦ୍ର ଚିହ୍ନଟ କରାଯାଇଛି। ମହିଳା ଭୋଟର୍‌ମାନଙ୍କୁ ଆକୃଷ୍ଟ କରିବା ଲାଗି ‘ସକ୍ଷୀ’ ବୁଥ୍‌‌ ସ୍ଥାପନ କରାଯିବ। ୨୦୧୯ ନିର୍ବାଚନରେ ଯେଉଁସବୁ ଅଞ୍ଚଳରେ ମହିଳା ମତଦାନ ହାର କମ୍‌‌ ରହିଥିଲା, ସେଠାରେ ସକ୍ଷୀ ବୁଥ୍‌‌ ସ୍ଥାପନ କରାଯିବ। ହାଦ୍ୱାରା ମହିଳା ଭୋଟରମାନଙ୍କ ମଧ୍ୟରେ ଅତ୍ମବିଶ୍ୱାସ ବଢ଼଼ିବ ଆଉ ସେମାନେ ମଧ୍ୟ ନିଜ ଅଧିକାର ସାବ୍ୟସ୍ତ କରିବା ପାଇଁ ଆସିବେ। ମହିଳା ବୁଥ୍‌‌ରେ ମହିଳା କର୍ମଚାରୀମାନେ ଓଡ଼ିଶା ହସ୍ତତନ୍ତ ପ୍ରସ୍ତୁତ ପୋଷାକ ପିନ୍ଧିବେ।

ଆହୁରି ପଢ଼ନ୍ତୁ: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ

ହସ୍ତଗତ ସୂଚନା ଅନୁସାରେ, ପ୍ରତି ଜିଲ୍ଲାରେ ଅନ୍ୟୁନ ୨୦% ଆଦର୍ଶ ମତଦାନ କେନ୍ଦ୍ର ରହିବ। ଏସବୁ ବୁଥ୍‌‌ ଯୁବଗୋଷ୍ଠୀ ଓ ଦିବ୍ୟାଙ୍ଗମାନେ ପରିଚାଳନା କରିବେ। ସେହିପରି ଅନ୍ୟୁନ ୧୦% ସକ୍ଷୀ ବୁଥ୍‌‌ ପ୍ରତିଷ୍ଠା କରାଯିବ, ଯାହାକୁ କେବଳ ମହିଳା କର୍ମଚାରୀମାନେ ପରିଚାଳନା କରିବେ।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

ଆଗାମୀ ନିର୍ବାଚନରେ ମହିଳା ଭୋଟର୍‌ମାନେ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିବେ ବୋଲି ଚର୍ଚ୍ଚା ଜୋର୍‌‌ ଧରିଥିବା ବେଳେ ରାଜ୍ୟରେ ମହିଳା ଭୋଟରଙ୍କ ସଂଖ୍ୟା ବୃଦ୍ଧି ଉତ୍ସାହଜନକ ରହିଛି। ରାଜ୍ୟରେ କ୍ରମାଗତ ଭାବେ ପୁରୁଷ-ମହିଳା ଭୋଟର ତାରତମ୍ୟ ହ୍ରାସ ପାଇବାରେ ଲାଗିଛି। ୨୦୨୪ ଭୋଟର ତାଲିକା ଅନୁସାରେ ରାଜ୍ୟରେ ପ୍ରତି ୧ ହଜାର ପୁରୁଷ ଭୋଟରଙ୍କ ତୁଳନାରେ ମହିଳା ଭୋଟର୍‌ଙ୍କ ସଂଖ୍ୟା ହେଉଛି ୯୭୨। ୨୦୨୩ରେ ଏହି ସଂଖ୍ୟା ୯୬୧ ଥିବା ବେଳେ ୨୦୧୯ରେ ୯୪୬ ଓ ୨୦୧୪ରେ ୯୨୨ ରହିଥିଲା। ୨୦୨୯ ଓ ୨୦୨୪ ମଧ୍ୟରେ ଲିଙ୍ଗଗତ ତାରତମ୍ୟ ୩୬ ପଏଣ୍ଟ ହ୍ରାସ ପାଇଛି। ତେବେ ନୂଆ ଭୋଟର୍‌ ତାଲିକା ଅନୁସାରେ, ରାଜ୍ୟର ୪୩ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ପୁରୁଷ ଭୋଟର୍‌ଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି। ରାଜ୍ୟରେ ପୁରୁଷ ଭୋଟରଙ୍କ ସଂଖ୍ୟା ୧.୬୮କୋଟି ଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ହେଉଛି ୧.୬୪ କୋଟି। ୧୮-୧୯ ବର୍ଷ ମଧ୍ୟରେ ସମୁଦାୟ ଭୋଟର୍‌ଙ୍କ ସଂଖ୍ୟା ୭.୫୫ ଲକ୍ଷ ଥିବା ବେଳେ ସେଥିରୁ ମହିଳାଙ୍କ ସଂଖ୍ୟା ହେଉଛି ୩.୪ ଲକ୍ଷ। ଗତବର୍ଷ ଅକ୍ଟୋବର ୨୭ ତାରିଖ ପରେ ଓଡ଼ିଶାରେ ୧୮-୧୯ବର୍ଷ ମଧ୍ୟରେ ୪.୭ଲକ୍ଷ ନୂଆ ଭୋଟର୍‌ ଯୋଡ଼ି ହୋଇଛନ୍ତି। ଏହି ବର୍ଗର ଭୋଟର୍‌ଙ୍କ ମଧ୍ୟରେ ପୁରୁଷ ଓ ମହିଳା ଅନୁପାତ ୭୩୯ରୁ ୮୩୭କୁ ବୃଦ୍ଧି ପାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର