ବିଧାନସଭାର ମୌସୁମୀ ଅଧିବେଶନ: ଶୋକ ପ୍ରସ୍ତାବ ଆଗତ ପରେ ଅପରାହ୍ନ ୫ଟା ଯାଏଁ ମୁଲତବି ରହିଲା ଗୃହ

The Sakala Picture
Published On

ଭୁବନେଶ୍ବର: ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ। ଅଧ୍ୟକ୍ଷତା କରୁଛନ୍ତି ପ୍ରଥମ ମହିଳା ବାଚସ୍ପତି ପ୍ରମିଳା ମଲ୍ଲିକ।  ଓଡ଼ିଶାର ପୂର୍ବତନ  ବାଚସ୍ପତି, ପୂର୍ବତନ ସଦସ୍ୟା ଓ ସଦସ୍ୟ, ଓଡ଼ିଶା ପୁଲିସର ସମସ୍ତ ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଣିଥିଲେ ମୁଖ୍ୟମନ୍ତ୍ରୀ। ଶୋକ ପ୍ରସ୍ତାବକୁ ସମର୍ଥନ କରିଥିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଶୋକ ପ୍ରସ୍ତାବ ଆଗତ ପରେ ଗୃହକୁ ଅପରାହ୍ନ ୫ଟା ଯାଏଁ […]

ଭୁବନେଶ୍ବର: ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ। ଅଧ୍ୟକ୍ଷତା କରୁଛନ୍ତି ପ୍ରଥମ ମହିଳା ବାଚସ୍ପତି ପ୍ରମିଳା ମଲ୍ଲିକ।  ଓଡ଼ିଶାର ପୂର୍ବତନ  ବାଚସ୍ପତି, ପୂର୍ବତନ ସଦସ୍ୟା ଓ ସଦସ୍ୟ, ଓଡ଼ିଶା ପୁଲିସର ସମସ୍ତ ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଣିଥିଲେ ମୁଖ୍ୟମନ୍ତ୍ରୀ। ଶୋକ ପ୍ରସ୍ତାବକୁ ସମର୍ଥନ କରିଥିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଶୋକ ପ୍ରସ୍ତାବ ଆଗତ ପରେ ଗୃହକୁ ଅପରାହ୍ନ ୫ଟା ଯାଏଁ ମୁଲତବି ରଖିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ। ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଗୃହର ପ୍ରଥାମ ଭାଗ କାର୍ଯ୍ୟକୁ ମୁଲତବି ରଖାଯାଇଛି। ପ୍ରଥମ ଦିନରେ ଦ୍ବିତୀୟାର୍ଦ୍ଧରେ ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୦୨୩-୨୪ ପାଇଁ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ନିମ୍ନୋକ୍ତ ବ୍ୟକ୍ତି ମାନଙ୍କ ବିୟୋଗରେ ଶୋକ ପ୍ରସ୍ତାବ:-

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

-ସ୍ବର୍ଗତଃ ସୂର୍ଯ୍ୟ ନାରାୟଣ ପାତ୍ର, ଆସୀନ ସଦସ୍ୟ ଓ ପୂର୍ବତନ ବାଚସ୍ପତି

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

-ସ୍ବର୍ଗତଃ ତ୍ରିଲୋଚନ କାନୁନଗୋ, ପୂର୍ବତନ ସଦସ୍ୟ

-ସ୍ବର୍ଗତଃ ରମେଶ ସୋରେନ, ପୂର୍ବତନ ସଦସ୍ୟ

-ସ୍ବର୍ଗତଃ ନିବେଦିତା ପ୍ରଧାନ, ପୂର୍ବତନ ସଦସ୍ୟା

-ସ୍ବର୍ଗତଃ କୁମର ବେହେରା, ପୂର୍ବତନ ସଦସ୍ୟ

-ସ୍ବର୍ଗତଃ ଦେବାଶିଷ ବିଶ୍ବାଳ, ପୂର୍ବତନ ଲାନସ ନାଏକ, 49 ରାଷ୍ଟ୍ରୀୟ ରାଇଫଲ

-ସ୍ବର୍ଗତଃ ସୁଶାନ୍ତ କୁମାର ଖୁଣ୍ଟିଆ, ପୂର୍ବତନ କନେଷ୍ଟବଳ (ଜି.ଡି.), 60 ସି.ଆର.ପି.ଏଫ୍. ବାଟାଲିୟନ

-ସ୍ବର୍ଗତଃ ସୁଶାନ୍ତ କୁମାର ମହାନ୍ତି, ପୂର୍ବତନ କନେଷ୍ଟବଳ, ଓଡିଶା ପୁଲିସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର