Z1 ପ୍ରକଳ୍ପରେ ସାଙ୍ଘାତିକ ତ୍ରୁଟି ମାମଲା: EOW ଅଫିସରେ ହାଜର ହେଲେ Z ଇଷ୍ଟେଟର ମାଲିକ

The Sakala Picture
Published On

ଭୁବନେଶ୍ୱର: EOW ଅଫିସରେ Z1ମାଲିକ । ଜେଡ ଇଷ୍ଟେଟର ଜେଡ୍‌ ୱାନ ପ୍ରକଳ୍ପରେ ସାଙ୍ଘାତିକ ତ୍ରୁଟି ମାମଲାରେ ଅର୍ଥନୈତିକ ଅପରାଧ ଶାଖାରେ ହାଜର ହେଲେ Z ଇଷ୍ଟେଟ ଏମଡି ତପନ ମହାନ୍ତି । Z ୱାନ୍ ଆପାର୍ଟମେଣ୍ଟ ଓନର୍ସ ଆସୋସିଏସନ ଠକେଇ ନେଇ ଅଭିଯୋଗ କରିଥିଲା। ତଦନ୍ତ ପାଇଁ Z1 ଏମଡିଙ୍କୁ EOW ଅଫିସକୁ ଡକାଯାଇଛି । ଉଭୟ ଇନଫୋସିଟି ଥାନା ଓ EOWରେ ମାମଲା ହୋଇଥିଲା । ଆପାର୍ଟମେଣ୍ଟ ନିର୍ମାଣ ନିୟମରେ ଅନିୟମିତତା ହୋଇଥିବା ଅଭିଯୋଗ […]

ଭୁବନେଶ୍ୱର: EOW ଅଫିସରେ Z1ମାଲିକ । ଜେଡ ଇଷ୍ଟେଟର ଜେଡ୍‌ ୱାନ ପ୍ରକଳ୍ପରେ ସାଙ୍ଘାତିକ ତ୍ରୁଟି ମାମଲାରେ ଅର୍ଥନୈତିକ ଅପରାଧ ଶାଖାରେ ହାଜର ହେଲେ Z ଇଷ୍ଟେଟ ଏମଡି ତପନ ମହାନ୍ତି । Z ୱାନ୍ ଆପାର୍ଟମେଣ୍ଟ ଓନର୍ସ ଆସୋସିଏସନ ଠକେଇ ନେଇ ଅଭିଯୋଗ କରିଥିଲା। ତଦନ୍ତ ପାଇଁ Z1 ଏମଡିଙ୍କୁ EOW ଅଫିସକୁ ଡକାଯାଇଛି ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ଉଭୟ ଇନଫୋସିଟି ଥାନା ଓ EOWରେ ମାମଲା ହୋଇଥିଲା । ଆପାର୍ଟମେଣ୍ଟ ନିର୍ମାଣ ନିୟମରେ ଅନିୟମିତତା ହୋଇଥିବା ଅଭିଯୋଗ ରହିଛି। ଘର ମାଲିକଙ୍କ ବିନା ସମ୍ମତିରେ ଜେଡ୍‌ ଇଷ୍ଟେଟର ବାରମ୍ବାର ପ୍ଲାନ ପରିବର୍ତ୍ତନ ହେଉ କି ବେଆଇନ ଭାବେ ପ୍ରକଳ୍ପ ପରିସରରେ ଥିବା କମନ ଆମେନିଟିଜକୁ ପ୍ରମୋଟର ଏରିଆ କହି କ୍ରେତାଙ୍କୁ ଠକିବା ଯାଏଁ ସବୁଠି ଜେଡ ଇଷ୍ଟେଟର ଦାଦାଗିରି ଦେଖିବାକୁ ମିଳିଥିଲା।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ

ଏନେଇ ଘର ମାଲିକ ସଂଘ ବାରମ୍ବାର ଅଭିଯୋଗ କରିବା ସହ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହେଲେ ଅର୍ଥବଳ, ବାହୁବଳ ସାଙ୍ଗକୁ ମିଡିଆ ପାୱାର ଦେଖାଇ ଜେଡ୍‌ ଇଷ୍ଟେଟ ମାଲିକ ନାନା ପ୍ରକାର ହଇରାଣ କରୁଥିବା ଅଭିଯୋଗ ଆସିଛି। ଏପଟେ ଜେଡ ଇଷ୍ଟେଟ ବିରୋଧରେ ମାଲିକ ସଂଘର ସ୍ୱର ତୀବ୍ର ହୋଇଛି। କୋଟି କୋଟି ଟଙ୍କାରେ ଘର କିଣିବା ପରେ ବି ପ୍ରତି ମୁହୂର୍ତ୍ତରେ ସଂଘର୍ଷ କରୁଥିବା ଘର ମାଲିକମାନେ ଏକାଠି ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଲଜ୍ଜା: ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର