ବାତ୍ୟା ‘ୟସ’କୁ ନେଇ ରାଜ୍ୟସରକାରଙ୍କ ଜୋରଦାର ପ୍ରସ୍ତୁତି

The Sakala Picture
Published On

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆକଳନ ଅନୁସାର ଏହା କାଲି ସୁଦ୍ଧା ଅବପାତର ରୂପ ନେଇ ୨୪ ତାରିଖ ସୁଦ୍ଧା ବାତ୍ୟାରେ ପରିଣତ ହେବ । ବାତ୍ୟାର ରୂପ ନେଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ । ଉତ୍ତର ଓଡ଼ିଶା-ସୁନ୍ଦରବନ ଅଞ୍ଚଳରେ ୨୬ ତାରିଖରେ ଲ୍ୟାଣ୍ଡଫଲ୍ ସମ୍ଭାବନା ରହିଛି । ବାତ୍ୟା ‘ୟସ’କୁ ନେଇ ପ୍ରସ୍ତୁତି ଜୋରଦାର କରାଯାଇଥିବା ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଜିଲ୍ଲା ପ୍ରଶାସନ ଆଲୋଚନା […]

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆକଳନ ଅନୁସାର ଏହା କାଲି ସୁଦ୍ଧା ଅବପାତର ରୂପ ନେଇ ୨୪ ତାରିଖ ସୁଦ୍ଧା ବାତ୍ୟାରେ ପରିଣତ ହେବ । ବାତ୍ୟାର ରୂପ ନେଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ । ଉତ୍ତର ଓଡ଼ିଶା-ସୁନ୍ଦରବନ ଅଞ୍ଚଳରେ ୨୬ ତାରିଖରେ ଲ୍ୟାଣ୍ଡଫଲ୍ ସମ୍ଭାବନା ରହିଛି ।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

ବାତ୍ୟା ‘ୟସ’କୁ ନେଇ ପ୍ରସ୍ତୁତି ଜୋରଦାର କରାଯାଇଥିବା ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଜିଲ୍ଲା ପ୍ରଶାସନ ଆଲୋଚନା କରାଯାଇଛି । ବିଭିନ୍ନ ବିଭାଗ ମଧ୍ୟ ଆଗୁଆ ପଦକ୍ଷେପ ନେଇଛନ୍ତି । ଆଜି ସକାଳ ସୁଦ୍ଧା ସମୁଦ୍ରରେ ଥିବା ସମସ୍ତ ମତ୍ସ୍ୟଜୀବୀ କୂଳକୁ ଫେରି ଆସିଛନ୍ତି । କୋଷ୍ଟ ଗାର୍ଡ ମଧ୍ୟ ସମାନ ସୂଚନା ଦେଇଛି । କୃଷି ବିଭାଗ ପକ୍ଷରୁ ମଧ୍ୟ ଚାଷୀମାନଙ୍କ ପାଇଁ ଆଡଭାଇଜରୀ ଜାରି କରାଯାଇଛି । ଅମଳ ଫସଲକୁ ସାଇତି ରଖିବାକୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଯାତ୍ରା ମଞ୍ଚରେ ଉତ୍ତେଜନା: ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼

ପବନର ବେଗ ଓ ବର୍ଷା କେତେ ପରିମାଣରେ ହେବ ସଠିକ୍ ସୂଚନା ମିଳିନାହିଁ । ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ କରାଯାଇଛି । ସରପଞ୍ଚ, ୱାର୍ଡ ସଭ୍ୟ, ଏସଚଏଜି ଗ୍ରୁପ୍ ସ୍ଥାନାନ୍ତରଣରେ ସାମିଲ୍ ହେବେ । ସ୍ୱେଚ୍ଛାସେବୀ ସଂସ୍ଥା ମଧ୍ୟ ବାତ୍ୟା ପ୍ରଭାବିତ ଅଞ୍ଚଳରେ ସେବା ଯୋଗାଇବ । ବାତ୍ୟା ସମୟରେ ଅକ୍ସିଜେନ୍ ଯୋଗାଣରେ କୌଣସି ଅସୁବିଧା ସୃଷ୍ଟି ହେବ ନାହିଁ । ଜିଲ୍ଲା କୋଭିଡ୍ ହସ୍ପିଟାଲ ଓ ସିସିସିରେ ପର୍ଯ୍ୟାପ୍ତ ଅକ୍ସିଜେନ୍ ରଖାଯିବ ।

ଆହୁରି ପଢ଼ନ୍ତୁ: କନ୍ଧମାଳରେ ସଶସ୍ତ୍ର ଲୁଟେରା ଗ୍ୟାଙ୍ଗ୍‌ ଠାବ: ୩ ଗିରଫ, ବନ୍ଧୁକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

ସମସ୍ତ କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟରରେ ଅତିରିକ୍ତ ଜେନେରେଟର ସହ ପିଇବା ପାଣି ବ୍ୟବସ୍ଥା କରାଯାଉଛି । ଡାକ୍ତରଖାନା ମାନଙ୍କରେ ମଧ୍ୟ ସମାନ ବ୍ୟବସ୍ଥା କରାଯାଉଛି । ମହିଳା ଓ ଶିଶୁ ବିଭାଗ ପକ୍ଷରୁ ୨ ସପ୍ତାହ ମଧ୍ୟରେ ପ୍ରସବ ହେବାକୁ ଥିବା ମହିଳାଙ୍କୁ ମେଡିକାଲ ନିଆଯିବ । ଶେଷ ମୁହୂର୍ତ୍ତ ଯାଏ ଅପେକ୍ଷା ନକରି ବାତ୍ୟା ସୂଚନା ମିଳିଲେ ବାତ୍ୟା ଆଶ୍ରୟସ୍ଥଳୀକୁ ଯିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ଏସଆରସି ।

କାଲିଠାରୁ ଅଗ୍ନିଶମ, ଓଡ୍ରାଫ୍, ଏନଡିଆରଏଫ୍ ଟିମ୍ ବିଭିନ୍ନ ଜିଲ୍ଲାକୁ ଯିବେ । ଟେଲିକମ୍ ବିଭାଗ ମଧ୍ୟ ଯୋଜନା କରିଛି । ସମସ୍ତ ଟେଲିକମ୍ ଅପରେଟର ଏକାଠି କାମ କରିବେ ବାତ୍ୟା ସମୟରେ । ଶକ୍ତି ବିଦ୍ୟୁତ୍ ବିଭାଗ ମଧ୍ୟ ଅତିରିକ୍ତ ମାନବ ସମ୍ବଳ ନେଇ ପଦକ୍ଷେପ ନେବେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର