ଡାକ୍ତରାଣୀ ଶୁଭଶ୍ରୀ ମୃତ୍ଯୁ ଘଟଣା: ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ, ବିଷକ୍ରିୟାରୁ ହୋଇଛି ଶୁଭଶ୍ରୀଙ୍କ ମୃତ୍ୟୁ

The Sakala Picture
Published On

କେନ୍ଦୁଝର: ଡାକ୍ତରାଣୀ ଶୁଭଶ୍ରୀ କରଙ୍କ ବିଷକ୍ରିୟାରୁ ମୃତ୍ୟୁ ଘଟିଛି। ବ୍ୟବଚ୍ଛେଦ ରିପୋର୍ଟରେ ବିଷକ୍ରିୟାରୁ ଶୁଭଶ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି। ଏନେଇ ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଜବତ ହୋଇଥିବା ବିଷ ବୋତଲ ଫରେନସିକ୍‌ ଲ୍ୟାବକୁ ପଠାଯିବ ବୋଲି କୁହାଯାଇଛି। ସପ୍ତାହେ ପରେ ଫରେନସିକ ରିପୋର୍ଟ ଆସିଲେ ଘଟଣା ଉପରୁ ଆହୁରି ପରଦା ଉଠି ପାରିବ ବୋଲି କହିଛନ୍ତି ସିଡିଏମ୍‌ଓ। ଶୁଭଶ୍ରୀଙ୍କ ଶବ ବ୍ୟବଚ୍ଛେଦ କରିଥିବା ୨ ଜଣିଆ ଡାକ୍ତର ଆଜି ସନ୍ଧ୍ୟାରେ […]

କେନ୍ଦୁଝର: ଡାକ୍ତରାଣୀ ଶୁଭଶ୍ରୀ କରଙ୍କ ବିଷକ୍ରିୟାରୁ ମୃତ୍ୟୁ ଘଟିଛି। ବ୍ୟବଚ୍ଛେଦ ରିପୋର୍ଟରେ ବିଷକ୍ରିୟାରୁ ଶୁଭଶ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି। ଏନେଇ ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଜବତ ହୋଇଥିବା ବିଷ ବୋତଲ ଫରେନସିକ୍‌ ଲ୍ୟାବକୁ ପଠାଯିବ ବୋଲି କୁହାଯାଇଛି। ସପ୍ତାହେ ପରେ ଫରେନସିକ ରିପୋର୍ଟ ଆସିଲେ ଘଟଣା ଉପରୁ ଆହୁରି ପରଦା ଉଠି ପାରିବ ବୋଲି କହିଛନ୍ତି ସିଡିଏମ୍‌ଓ। ଶୁଭଶ୍ରୀଙ୍କ ଶବ ବ୍ୟବଚ୍ଛେଦ କରିଥିବା ୨ ଜଣିଆ ଡାକ୍ତର ଆଜି ସନ୍ଧ୍ୟାରେ ସିଡିଏମ୍‌ଓଙ୍କୁ ଲିଖିତ ବ୍ୟବଚ୍ଛେଦ ରିପୋର୍ଟ ପ୍ରଦାନ କରିବେ ବୋଲି ଜଣାଯାଇଛି।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

ଗତ ୩୧ ତାରିଖ ରାତିରେ ନିଜ ସହକର୍ମୀଙ୍କ ସହ ନାଚଗୀତ କରି ଜିରୋ ନାଇଟ ସେଲିବ୍ରେସନ କରିଥିବା ଶୁଭଶ୍ରୀଙ୍କ ମୃତଦେହ ନୂଆବର୍ଷ ଦିନ ନିଜ ସରକାରୀ ବାସଭବନରୁ ଉଦ୍ଧାର ହୋଇଥିଲା।  ମୃତଦେହ ନିକଟର ଏକ ବିଷ ବୋତଲ ଜବତ ହୋଇଥିଲା। ତେବେ ଶୁଭଶ୍ରୀଙ୍କ ମୃତ୍ୟୁ ଉକ୍ତ ବୋତଲର ବିଷ ଯୋଗୁ ହୋଇଛି ନା ଅନ୍ୟ କିଛି ବିଷକ୍ରିୟା ହୋଇଛି ତାହା ସ୍ପଷ୍ଟ କରିବା ନିମନ୍ତେ ଉକ୍ତ ବୋତଲକୁ ଭୁବନେଶ୍ୱର ପଠାଯାଇଛି।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

ଖବର ଅନୁଯାୟୀ, ଉକ୍ତ ରାତିରେ ଚାଲିଥିବା ପାର୍ଟିରେ ଡାକ୍ତରଙ୍କ ସହଯୋଗୀଙ୍କ ସହ ତାଙ୍କର ଜଣେ ଡାକ୍ତର ପୁରୁଷ ବନ୍ଧୁ ମଧ୍ୟ ଥିଲେ। ଘଟଣା ଜଣାପଡିବା ପେରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବହୁଚେଷ୍ଟା ପରେ କବାଟ ନଖୋଲିବାରୁ ବାଧ୍ୟହୋଇ କବାଟ ଭାଙ୍ଗି ଘରେ ପଶିଥିଲା। ଖଟ ଉପରେ ନିଶ୍ଚେତ ହୋଇ ପଡିଥିଲେ ଡାକ୍ତର ଶୁଭଶ୍ରୀ କର। ତୁରନ୍ତ ତାଙ୍କୁ ଉଦ୍ଧାର କରି ଟାଟାଷ୍ଟିଲ ହସ୍ପିଟାଲକୁ ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର