ଶିଳ୍ପ ସଚିବଙ୍କ ଘୋଷଣା,କଟକ-ଚୌଦ୍ୱାରରେ ରାଜ୍ୟ ସରକାର କରିବେ ଟେକ୍ସଟାଇଲ୍‌ ପାର୍କ

The Sakala Picture
Published On

ଭୁବନେଶ୍ବର : କଟକ ଚୌଦ୍ୱାରରେ ହେବ ଟେକ୍ସଟାଇଲ୍‌ ପାର୍କ। ରାଜ୍ୟ ସରକାର ଏହି ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା କରିବେ। ଏନେଇ ମେକ ଇନ ଓଡ଼ିଶା କନକ୍ଲେଭରେ ଶିଳ୍ପ ସଚିବ ହେମନ୍ତ ଶର୍ମା ସୂଚନା ଦେଇଛନ୍ତି। ଚୌଦ୍ୱାରରେ ଥିବା ଓଟିଏମ ଲୁଗାକଳ ଠାରୁ ଇଡକୋ ଫେରାଇ ନେଇଥିବା ୫୨୧ ଏକର ଜମିରେ ଏହି ପାର୍କ ପ୍ରତିଷ୍ଠା ହେବ। ପ୍ରତିଷ୍ଠା ହେବାକୁ ଥିବା ଟେକ୍ସଟାଇଲ ପାର୍କରେ ପ୍ରାୟ ୮୦ଟି ସଂସ୍ଥା ନିଜର ୟୁନିଟ ପ୍ରତିଷ୍ଠା କରିପାରିବେ। ଏଥିପାଇଁ ରାଜ୍ୟ ସରକାର […]

ଭୁବନେଶ୍ବର : କଟକ ଚୌଦ୍ୱାରରେ ହେବ ଟେକ୍ସଟାଇଲ୍‌ ପାର୍କ। ରାଜ୍ୟ ସରକାର ଏହି ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା କରିବେ। ଏନେଇ ମେକ ଇନ ଓଡ଼ିଶା କନକ୍ଲେଭରେ ଶିଳ୍ପ ସଚିବ ହେମନ୍ତ ଶର୍ମା ସୂଚନା ଦେଇଛନ୍ତି। ଚୌଦ୍ୱାରରେ ଥିବା ଓଟିଏମ ଲୁଗାକଳ ଠାରୁ ଇଡକୋ ଫେରାଇ ନେଇଥିବା ୫୨୧ ଏକର ଜମିରେ ଏହି ପାର୍କ ପ୍ରତିଷ୍ଠା ହେବ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର: ଖସୁଛି ନଦୀର ଜଳସ୍ତର

ପ୍ରତିଷ୍ଠା ହେବାକୁ ଥିବା ଟେକ୍ସଟାଇଲ ପାର୍କରେ ପ୍ରାୟ ୮୦ଟି ସଂସ୍ଥା ନିଜର ୟୁନିଟ ପ୍ରତିଷ୍ଠା କରିପାରିବେ। ଏଥିପାଇଁ ରାଜ୍ୟ ସରକାର ମେକ ଇନ ଓଡ଼ିଶା କନକ୍ଲେଭରେ ଉପଯୁକ୍ତ ନିବେଶକ ସନ୍ଧାନରେ ଅଛନ୍ତି ବୋଲି ଶିଳ୍ପ ସଚିବ ଜଣାଇଛନ୍ତି। ନୂଆ ବୟନ ନୀତି ଅନୁସାରେ ପୁଞ୍ଜି ନିବେଶକାରୀଙ୍କୁ ୪୦ ପ୍ରତିଶତ ବା ସର୍ବାଧିକ ୫୦ କୋଟି ଯାଏ ସବ୍‌ସିଡି ଦିଆଯିବ। ଦେଶରେ ଏହା ସର୍ବାଧିକ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଉଛି।  ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ର ତୃତୀୟ ଦିନର ଫୋକସ୍‌ରେ ଥିଲା ଟେକ୍ସଟାଇଲ୍, ପେଟ୍ରୋକେମିକାଲ୍ସ, ପ୍ଲାଷ୍ଟିକ ଓ ଫୁଡ୍ ପ୍ରୋସେସିଂ। ଇଣ୍ଡୋ ରାମା କମ୍ପାନୀ ଓଡ଼ିଶାରେ ସ୍ପିନିଂ ମିଲ୍ ବସାଇ ପ୍ରାୟ ୭ ଶହ କୋଟି ଟଙ୍କା ନିବେଶ କରିବ ବୋଲି କହିଛି।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

ସେହିପରି ଜକି ବ୍ରାଣ୍ଡର ପେଜ୍‌ ଇଣ୍ଡିଆ ରାମଦାସପୁରରେ ପ୍ରକଳ୍ପ ସଂପ୍ରସାରଣ ପାଇଁ ନିବେଶ କରିବ ୪ ଶହ କୋଟି ଟଙ୍କା। ସେଠାରେ ଜକି ୫୧୦ କୋଟିର ପ୍ରକଳ୍ପ କରୁଛି। ଯାହାକି ଆସନ୍ତା ଏପ୍ରିଲରୁ କାର୍ଯ୍ୟକ୍ଷମ ହେବ। ଏମ୍ଏସ୍ଏମ୍ଇ କ୍ଷେତ୍ରରେ ମଧ୍ୟ ପୁଞ୍ଜି ନିବେଶ ପାଇଁ ବହୁ ସଂସ୍ଥା ଆଗ୍ରହ ଦେଖାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର