ଜନ ଔଷଧି କେନ୍ଦ୍ରରେ ନକଲି ଔଷଧ କାରବାର ! ରକ୍ତ ଚାପ ଔଷଧ ଟେଲମୀସର୍ଟନ-୪୦ ନକଲି ଥିବା ଅଭିଯୋଗ

The Sakala Picture
Published On

ଖୋର୍ଦ୍ଧା: ରାଜ୍ୟରେ ପୁଣି ନକଲି ଔଷଧର କାରବାର ଅଭିଯୋଗ। ଏଥର ଜନ ଔଷଧି ଭଳି ସରକାରୀ ସଂସ୍ଥା ବିରୋଧରେ ଆସିଛି ସଙ୍ଗିନ ଅଭିଯୋଗ। ଜନ ଔଷଧି କେନ୍ଦ୍ରରେ ମିଳୁଥିବା ରକ୍ତ ଚାପ ଔଷଧ ଟେଲମୀସର୍ଟନ-୪୦ ଔଷଧ ନକଲି ଥିବା ଅଭିଯୋଗ ହୋଇଛି। ଔଷଧର ଖୋଳରେ ଥିବା ବାର କୋଡ଼କୁ ସ୍କାନ କଲେ ତାହା ଔଷଧ କମ୍ପାନୀ ପରିବର୍ତ୍ତେ ଏକ ମେଥ ସଲ୍ୟୁସନର ଠିକଣା ଦେଖାଉଛି। ଏପରିକି ଔଷଧ ଷ୍ଟ୍ରିପରେ ଥିବା ବାର କୋଡ଼ ଆଦୌ ସ୍କାନ ହେଉନାହିଁ। […]

ଖୋର୍ଦ୍ଧା: ରାଜ୍ୟରେ ପୁଣି ନକଲି ଔଷଧର କାରବାର ଅଭିଯୋଗ। ଏଥର ଜନ ଔଷଧି ଭଳି ସରକାରୀ ସଂସ୍ଥା ବିରୋଧରେ ଆସିଛି ସଙ୍ଗିନ ଅଭିଯୋଗ। ଜନ ଔଷଧି କେନ୍ଦ୍ରରେ ମିଳୁଥିବା ରକ୍ତ ଚାପ ଔଷଧ ଟେଲମୀସର୍ଟନ-୪୦ ଔଷଧ ନକଲି ଥିବା ଅଭିଯୋଗ ହୋଇଛି। ଔଷଧର ଖୋଳରେ ଥିବା ବାର କୋଡ଼କୁ ସ୍କାନ କଲେ ତାହା ଔଷଧ କମ୍ପାନୀ ପରିବର୍ତ୍ତେ ଏକ ମେଥ ସଲ୍ୟୁସନର ଠିକଣା ଦେଖାଉଛି। ଏପରିକି ଔଷଧ ଷ୍ଟ୍ରିପରେ ଥିବା ବାର କୋଡ଼ ଆଦୌ ସ୍କାନ ହେଉନାହିଁ। ଯାହା ଔଷଧର ବୈଧତାକୁ ନେଇ ସନ୍ଦେହ ସୃଷ୍ଟି କରିଛି। ଏନେଇ ଡ୍ରଗ୍ସ ନିୟନ୍ତ୍ରଣ ନିର୍ଦେଶାଳୟ ନିକଟରେ ଅଭିଯୋଗ ପରେ ଆରମ୍ଭ ହୋଇଛି ତନାଘନା। ନିର୍ଦେଶାଳୟ ପକ୍ଷରୁ ସମ୍ପୃକ୍ତ ଔଷଧର ନମୁନା ସଂଗ୍ରହ କରି ରାଜ୍ୟ ଟେଷ୍ଟିଂଲ୍ୟାବକୁ ପଠାଇବାକୁ ନିର୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

ଜନ ଔଷଧି କେନ୍ଦ୍ରରେ କମ ମୂଲ୍ୟରେ ଔଷଧ ଯୋଗାଇବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ବେକେ ଏହା ଉପରେ ବହୁତ ଲୋକ ନିର୍ଭର କରିଥାନ୍ତି। ଏଠାରେ ଏଭଳି ନକଲି ଔଷଧ କାରବାର ସମସ୍ତଙ୍କୁ ଚକିତ କରିଛି। ତୁରନ୍ତ ଘଟଣାର କରିବାକୁ ଖୋର୍ଦ୍ଧା ଜିଲ୍ଲା କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଙ୍ଘର ସଭାପତି ପ୍ରଗତି ମହାନ୍ତି ଦାବି କରିଛନ୍ତି। ସେପଟେ ଟେଷ୍ଟିଂ ରିପୋର୍ଟକୁ ଅପେକ୍ଷା କରାଯାଇଥିବା କହିଛନ୍ତି ରାଜ୍ୟ ଔଷଧ ନିୟନ୍ତ୍ରକ ସୁବୋଧ ନାୟକ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ଜନ୍ମକଲା ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ବାପା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର