ମେକ୍‌ ଇନ୍‌ ଓଡିଶା ୱେବସାଇଟ ଓ ମୋବାଇଲ ଆପ୍‌ ଲଞ୍ଚ୍‌ କଲେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର: ମେକ୍‌ ଇନ ଓଡିଶା ୱେବସାଇଟ ଓ ମୋବାଇଲ ଆପ୍‌ ଲଞ୍ଚ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତିନିଧିମାନେ ସର୍ବଦଳୀୟ ଅଧିବେଶନ, ଥିମେଟିକ୍ ଅଧିବେଶନ, ବ୍ୟବସାୟ ନେତୃତ୍ୱ ଆଲୋଚନା, ସେକ୍ଟରାଲ୍ ଅଧିବେଶନ ଏବଂ ପୋର୍ଟାଲରେ ବକ୍ତାମାନଙ୍କ ସବିଶେଷ ତଥ୍ୟ ପାଇପାରିବେ । ସେହିପରି କନକ୍ଲେଭ ପାଇଁ ପ୍ରତିନିଧି ମାନେ ପଞ୍ଜୀକୃତ କରି ଭ୍ରମଣ ସମୟରେ ସେମାନଙ୍କର ଯାତ୍ରା ଏବଂ ରହଣି ବୁକ୍ କରିପାରିବେ । ଆଣ୍ଡ୍ରଏଡ୍ ୟୁଜର ମାନେ ପ୍ଲେଷ୍ଟୋରରୁ ଏହି ମୋବାଇଲ ଆପ୍‌ ଡାଉନଲୋଡ […]

ଭୁବନେଶ୍ବର: ମେକ୍‌ ଇନ ଓଡିଶା ୱେବସାଇଟ ଓ ମୋବାଇଲ ଆପ୍‌ ଲଞ୍ଚ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତିନିଧିମାନେ ସର୍ବଦଳୀୟ ଅଧିବେଶନ, ଥିମେଟିକ୍ ଅଧିବେଶନ, ବ୍ୟବସାୟ ନେତୃତ୍ୱ ଆଲୋଚନା, ସେକ୍ଟରାଲ୍ ଅଧିବେଶନ ଏବଂ ପୋର୍ଟାଲରେ ବକ୍ତାମାନଙ୍କ ସବିଶେଷ ତଥ୍ୟ ପାଇପାରିବେ । ସେହିପରି କନକ୍ଲେଭ ପାଇଁ ପ୍ରତିନିଧି ମାନେ ପଞ୍ଜୀକୃତ କରି ଭ୍ରମଣ ସମୟରେ ସେମାନଙ୍କର ଯାତ୍ରା ଏବଂ ରହଣି ବୁକ୍ କରିପାରିବେ । ଆଣ୍ଡ୍ରଏଡ୍ ୟୁଜର ମାନେ ପ୍ଲେଷ୍ଟୋରରୁ ଏହି ମୋବାଇଲ ଆପ୍‌ ଡାଉନଲୋଡ କରିପାରିବେ । ସେହିପରି ଆପଲ୍ ଆପଷ୍ଟୋରରେ ଆପଲ୍‌ ୟୁଜର ମାନଙ୍କ ପାଇଁ ଏହି ମୋବାଇଲ ଆପ୍‌ ଉପଲବ୍ଧ ରହିଛି ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଓଡ଼ିଶା ପୋର୍ଟାଲରେ ମେକ୍ ଇନ ଓଡିଶା କନକ୍ଲେଭ ୨୦୨୨ ସମ୍ବନ୍ଧୀୟ ସମସ୍ତ ତଥ୍ୟ ମିଳିପାରିବ । ପାଞ୍ଚ ଦିନିଆ ମେକ ଇନ ଓଡିଶା କନକ୍ଲେଭ କାର୍ଯ୍ଯକ୍ରମରେ ୨୦ ଟି ଅଧିବେଶନ ସହିତ ୩ ଟି କନକ୍ଲେଭ ହେବ। କାର୍ଯ୍ଯକ୍ରମରେ ନିବେଶକମାନେ ରାଜ୍ୟର ଶିଳ୍ପ ଦକ୍ଷତା ଏବଂ ଭବିଷ୍ୟତର ସମ୍ଭାବନା ଜାଣିବାର ସୁଯୋଗ ପାଇବେ । ମୁଖ୍ୟମନ୍ତ୍ରୀ ନବୀନଙ୍କ ନେତୃତ୍ବରେ ସରକାର ଦୁବାଇ, ମୁମ୍ବାଇ, ନୂଆଦିଲ୍ଲୀ, ହାଇଦ୍ରାବାଦ ଏବଂ ବେଙ୍ଗାଲୁରୁରେ ୧୦ ଟି ରୋଡ୍ ସୋର ଆୟୋଜନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ଓଡିଶା ଶିଳ୍ପାୟନରେ ମେକ୍‌ ଇନ୍‌ ଓଡିଶା ପ୍ରମୁଖ ଭୂମିକା ଗ୍ରହଣ କରିବା ଉଦ୍ଦେଶ୍ୟରେ ସମସ୍ତ ବିଭାଗକୁ ଦାୟିତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଉତ୍ପାଦନ ପୁଞ୍ଜି ବିନିଯୋଗରେ ଓଡିଶା ଆଜି ଭାରତର ଶୀର୍ଷ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନିତ ହୋଇଛି । ଇଜ୍‌ ଅଫ ଡୁଇଙ୍ଗ ବିଜନେସ୍‌ରେ ଓଡିଶାକୁ ଆଚିଭର୍‌ ମାନ୍ୟତା ମିଲିଛି । ଯାହା କି ରାଜ୍ୟ ପାଇଁ ଗୌରବର ବିଷୟ । ଫଳରେ ମେକ୍ ଇନ୍ ଓଡିଶା କନକ୍ଲେଭ୍ ୨୨ରେ ଓଡିଶାର ଶିଳ୍ପ ଅଭିବୃଦ୍ଧି କାହାଣୀ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ହେବା ନିଶ୍ଚିତ କରିବାକୁ ସେ ସଭିଙ୍କୁ ଆହ୍ୱାନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ଓଡିଶାର ଅଭିବୃଦ୍ଧି କାହାଣୀ ପ୍ରଦର୍ଶନ କରି ସାରା ବିଶ୍ୱରେ ନିବେଶକଙ୍କ ସାମନାରେ ଉପସ୍ଥାପନ କରିବା ପାଇଁ ମେକ୍ ଇନ୍ ଓଡିଶା କନକ୍ଲେଭ, ୨୦୨୨ ଏକ ପ୍ଲାଟଫର୍ମ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଆଗାମୀ ୩୦ ଦିନ ମଧ୍ୟରେ ଏହି ବର୍ଷର ଇଭେଣ୍ଟ ଆହୁରି ଭଲ ହେବା ପାଇଁ ସମସ୍ତ ଉଦ୍ୟମ କରିବାକୁ ପଡିବ ବୋଲି ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଫିକିକୁ ଜାତୀୟ ଶିଳ୍ପ ସହଭାଗିତା କରିଛି ଓଡିଶା । ଏହି କାର୍ଯ୍ଯକ୍ରମ ପାଇଁ ସରକାର ଅଧିବେଶନର ସମସ୍ତ ବିବରଣୀ ଚୂଡାନ୍ତ କରିଛନ୍ତି ।

31 Oct 2022 By The Sakala

ମେକ୍‌ ଇନ୍‌ ଓଡିଶା ୱେବସାଇଟ ଓ ମୋବାଇଲ ଆପ୍‌ ଲଞ୍ଚ୍‌ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମେକ୍‌ ଇନ ଓଡିଶା ୱେବସାଇଟ ଓ ମୋବାଇଲ ଆପ୍‌ ଲଞ୍ଚ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତିନିଧିମାନେ ସର୍ବଦଳୀୟ ଅଧିବେଶନ, ଥିମେଟିକ୍ ଅଧିବେଶନ, ବ୍ୟବସାୟ ନେତୃତ୍ୱ ଆଲୋଚନା, ସେକ୍ଟରାଲ୍ ଅଧିବେଶନ ଏବଂ ପୋର୍ଟାଲରେ ବକ୍ତାମାନଙ୍କ ସବିଶେଷ ତଥ୍ୟ ପାଇପାରିବେ । ସେହିପରି କନକ୍ଲେଭ ପାଇଁ ପ୍ରତିନିଧି ମାନେ ପଞ୍ଜୀକୃତ କରି ଭ୍ରମଣ ସମୟରେ ସେମାନଙ୍କର ଯାତ୍ରା ଏବଂ ରହଣି ବୁକ୍ କରିପାରିବେ । ଆଣ୍ଡ୍ରଏଡ୍ ୟୁଜର ମାନେ ପ୍ଲେଷ୍ଟୋରରୁ ଏହି ମୋବାଇଲ ଆପ୍‌ ଡାଉନଲୋଡ କରିପାରିବେ । ସେହିପରି ଆପଲ୍ ଆପଷ୍ଟୋରରେ ଆପଲ୍‌ ୟୁଜର ମାନଙ୍କ ପାଇଁ ଏହି ମୋବାଇଲ ଆପ୍‌ ଉପଲବ୍ଧ ରହିଛି ।

ଓଡ଼ିଶା ପୋର୍ଟାଲରେ ମେକ୍ ଇନ ଓଡିଶା କନକ୍ଲେଭ ୨୦୨୨ ସମ୍ବନ୍ଧୀୟ ସମସ୍ତ ତଥ୍ୟ ମିଳିପାରିବ । ପାଞ୍ଚ ଦିନିଆ ମେକ ଇନ ଓଡିଶା କନକ୍ଲେଭ କାର୍ଯ୍ଯକ୍ରମରେ ୨୦ ଟି ଅଧିବେଶନ ସହିତ ୩ ଟି କନକ୍ଲେଭ ହେବ। କାର୍ଯ୍ଯକ୍ରମରେ ନିବେଶକମାନେ ରାଜ୍ୟର ଶିଳ୍ପ ଦକ୍ଷତା ଏବଂ ଭବିଷ୍ୟତର ସମ୍ଭାବନା ଜାଣିବାର ସୁଯୋଗ ପାଇବେ । ମୁଖ୍ୟମନ୍ତ୍ରୀ ନବୀନଙ୍କ ନେତୃତ୍ବରେ ସରକାର ଦୁବାଇ, ମୁମ୍ବାଇ, ନୂଆଦିଲ୍ଲୀ, ହାଇଦ୍ରାବାଦ ଏବଂ ବେଙ୍ଗାଲୁରୁରେ ୧୦ ଟି ରୋଡ୍ ସୋର ଆୟୋଜନ କରିଛନ୍ତି ।

ଓଡିଶା ଶିଳ୍ପାୟନରେ ମେକ୍‌ ଇନ୍‌ ଓଡିଶା ପ୍ରମୁଖ ଭୂମିକା ଗ୍ରହଣ କରିବା ଉଦ୍ଦେଶ୍ୟରେ ସମସ୍ତ ବିଭାଗକୁ ଦାୟିତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଉତ୍ପାଦନ ପୁଞ୍ଜି ବିନିଯୋଗରେ ଓଡିଶା ଆଜି ଭାରତର ଶୀର୍ଷ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନିତ ହୋଇଛି । ଇଜ୍‌ ଅଫ ଡୁଇଙ୍ଗ ବିଜନେସ୍‌ରେ ଓଡିଶାକୁ ଆଚିଭର୍‌ ମାନ୍ୟତା ମିଲିଛି । ଯାହା କି ରାଜ୍ୟ ପାଇଁ ଗୌରବର ବିଷୟ । ଫଳରେ ମେକ୍ ଇନ୍ ଓଡିଶା କନକ୍ଲେଭ୍ ୨୨ରେ ଓଡିଶାର ଶିଳ୍ପ ଅଭିବୃଦ୍ଧି କାହାଣୀ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ହେବା ନିଶ୍ଚିତ କରିବାକୁ ସେ ସଭିଙ୍କୁ ଆହ୍ୱାନ କରିଛନ୍ତି।

ଓଡିଶାର ଅଭିବୃଦ୍ଧି କାହାଣୀ ପ୍ରଦର୍ଶନ କରି ସାରା ବିଶ୍ୱରେ ନିବେଶକଙ୍କ ସାମନାରେ ଉପସ୍ଥାପନ କରିବା ପାଇଁ ମେକ୍ ଇନ୍ ଓଡିଶା କନକ୍ଲେଭ, ୨୦୨୨ ଏକ ପ୍ଲାଟଫର୍ମ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଆଗାମୀ ୩୦ ଦିନ ମଧ୍ୟରେ ଏହି ବର୍ଷର ଇଭେଣ୍ଟ ଆହୁରି ଭଲ ହେବା ପାଇଁ ସମସ୍ତ ଉଦ୍ୟମ କରିବାକୁ ପଡିବ ବୋଲି ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଫିକିକୁ ଜାତୀୟ ଶିଳ୍ପ ସହଭାଗିତା କରିଛି ଓଡିଶା । ଏହି କାର୍ଯ୍ଯକ୍ରମ ପାଇଁ ସରକାର ଅଧିବେଶନର ସମସ୍ତ ବିବରଣୀ ଚୂଡାନ୍ତ କରିଛନ୍ତି ।

https://www.thesakala.in/latest-odisha-news/make-in-odisha-2022-cm-naveen-patnaik-launches-website-and-mobile-app/article-16191
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର