ଲୁଣାନଦୀ ବନ୍ଧରେ ଘଳିଆ : ନଦୀକୂଳିଆ ଗ୍ରାମବାସୀ ଆତଙ୍କିତ

The Sakala Picture
Published On

ଡେରାବିଶ : ମହାନଦୀ ସିଷ୍ଟମରେ ବନ୍ୟାଜଳ ବୃଦ୍ଧିପାଇବା ସହ ଏହି ବନ୍ୟାଜଳ ଶାଖାନଦୀ ଡେରାବିଶ ବ୍ଳକ ଅଧିନସ୍ଥ ଲୁଣା ଓ କରାଣ୍ଡିଆରେ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ଅପରାହ୍ନରେ ବ୍ଲକ ଅଧୀନସ୍ଥ ଲୁଣାନଦୀ ବନ୍ଧରେ ଅର୍ତାମୂଳ ଠାରେ ୩ଟି ଘଳିଆ ପଡ଼ିଥିଲା। ନଦୀପାଣି ଏହି ଘଳିଆ ବାଟ ଦେଇ କେନ୍ଦ୍ରାପଡ଼ା କେନାଲରେ ପ୍ରବେଶ କରୁଥିବାରୁ ନଦୀକୂଳିଆ ଗ୍ରାମବାସୀ ଆତଙ୍କିତ ହୋଇଯାଇଥିଲେ। ତେବେ କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ରାୟ ଓ […]

ଡେରାବିଶ : ମହାନଦୀ ସିଷ୍ଟମରେ ବନ୍ୟାଜଳ ବୃଦ୍ଧିପାଇବା ସହ ଏହି ବନ୍ୟାଜଳ ଶାଖାନଦୀ ଡେରାବିଶ ବ୍ଳକ ଅଧିନସ୍ଥ ଲୁଣା ଓ କରାଣ୍ଡିଆରେ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ଅପରାହ୍ନରେ ବ୍ଲକ ଅଧୀନସ୍ଥ ଲୁଣାନଦୀ ବନ୍ଧରେ ଅର୍ତାମୂଳ ଠାରେ ୩ଟି ଘଳିଆ ପଡ଼ିଥିଲା। ନଦୀପାଣି ଏହି ଘଳିଆ ବାଟ ଦେଇ କେନ୍ଦ୍ରାପଡ଼ା କେନାଲରେ ପ୍ରବେଶ କରୁଥିବାରୁ ନଦୀକୂଳିଆ ଗ୍ରାମବାସୀ ଆତଙ୍କିତ ହୋଇଯାଇଥିଲେ। ତେବେ କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ରାୟ ଓ କନିଷ୍ଠ ଯନ୍ତ୍ରୀ ନବୀନ ପାଣିଗ୍ରାହୀଙ୍କ ସମେତ ଡେରାବିଶ ପଂଚାୟତ ସମିତି ଉପାଧ୍ୟକ୍ଷ ଦେବାଶିଷ ଆଚାର୍ଯ୍ୟ, ୧୪ ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ମଲ୍ଲିକ, ଯଅଁରାବାରିମୂଳ ସରପଂଚ ଶଙ୍କର୍ଷଣ ପରିଡ଼ା ଓ ମୁକୁନ୍ଦପୁର ସରପଂଚ ମିତାରାଣୀ ମଲ୍ଲିକଙ୍କ ସମେତ ଯଅଁରାବାରିମୂଳ, ମୁକୁନ୍ଦପୁର, ଦାନପୁର ଓ ଚାନ୍ଦୋଳ ପଂଚାୟତର ଶହଶହ ସଂଖ୍ୟାରେ ଲୋକ ସେଠାରେ ଏକଜୁଟ ହୋଇ ବାଲିବସ୍ତା ପକାଇ ଘଳିଆ ବନ୍ଦ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ଏଠାରେ ଯଦି ଘାଇ ହୁଏ ତେବେ ବ୍ଲକ ଅଂଚଳ ସମେତ ଜିଲ୍ଲାର ବହୁ ଅଂଚଳ ବନ୍ୟାପ୍ଲାବିତ ହୋଇଯିବାର ଆଶଙ୍କା ରହିଛି। ସେହପରି ଏହି ବ୍ଳକ ଅଧୀନ ବସୁପୁର ପଂଚାୟତ ଢ଼ିଅବସୁପୁର ଓ ଇନ୍ଦାଳୋ ପଂଚାୟତର ପୁରୁଷୋତମପୁର ଗ୍ରାମରେ ଲୁଣା ଓ କରାଣ୍ଡିଆର ଜଳ ପ୍ରବେଶ କରିବା ଫଳରେ ଗାଁ ରାସ୍ତାରେ ୫ ଫୁଟରୁ ଉଦ୍ଧ୍ୱର୍ ବନ୍ୟାଜଳ ଲହଡ଼ି ଖେଳୁଛି। ଏହି ବନ୍ୟାଜଳ ଢ଼ିଅବସପୁର ଗ୍ରାମର କେତେକ ବ୍ୟକ୍ତିଙ୍କ ଘରେ ପ୍ରବେଶ କରିବା ଦ୍ୱାରା ପରିବାର ସହ ଲୋକମାନେ ନିଜ ଘରର ଛାତ ଓ ନଦୀବନ୍ଧରେ ଆଶ୍ରୟ ନେଇଛନ୍ତି।

ଆହୁରି ପଢ଼ନ୍ତୁ: ବିଜେପିର ଜନବିରୋଧୀ ନୀତି ପାଇଁ ଓଡ଼ିଶା ଉପେକ୍ଷିତ: ବିଜେଡି

ସେହିପରି ପୁରୁଷୋତମପୁର ଗ୍ରାମରେ ଲୋକେ ଜଳବନ୍ଦୀରେ ରହିଥିବାରୁ ନାହିଁନଥିବା ଅସୁବିଧା ଭୋଗୁଛନ୍ତି। ତହସିଲଦାର ଦାୟିତ୍ୱରେ ଥିବା ବିଡ଼ିଓ ନମିତା ବାରିକ ଏହି ସ୍ଥାନକୁ ଘନଘନ ଗ୍ରସ୍ତ କରିବା ସହ ଘଟଣା ସ୍ଥଳରେ ଉପସ୍ଥିତ ରହି ବସୁପୁର ସରପଂଚ କମଳା ଦାସ ଓ ପୂର୍ବତନ ସରପଂଚ ଅମୃତରାଜ ବେହେରାଙ୍କ ଉଦ୍ୟମରେ ଢ଼ିଅବସପୁର ଗ୍ରାମରେ ୩୦୦ ଲୋକଙ୍କ ପାଇଁ ହେଉଥିବା ରନ୍ଧା ଖାଦ୍ୟ ଯୋଗାଣକୁ ତଦାରଖ କରିଥିଲେ। ସେହିପରି ପୁରୁଷୋତମପୁର ଗ୍ରାମକୁ ଆଜି ଯାଇ ବିଡ଼ିଓ ବାରିକ ବିପନ୍ନଙ୍କ ପାଇଁ ଶୁଖିଲା ଖାଦ୍ୟ ଯୋଗାଇଛନ୍ତି। ଏଥିସହ ବନ୍ୟାଜଳରେ ବନ୍ୟଜଳବନ୍ଦୀରେ ରହିଥିବା ଘରର ସଦସ୍ୟଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ବାରିକ ସୂଚନା ଦେଇଛନ୍ତି। ତେବେ ଗୃହପାଳିତ ପଶୁମାନଙ୍କୁ ସୁରକ୍ଷିିତ ସ୍ଥାନରେ ରଖିବା ପାଇଁ ନଦୀବନ୍ଧରେ ବିଡ଼ିଓ ବାରିକ ବିପନ୍ନଙ୍କୁ ପଲିଥିନ୍ ମଧ୍ୟ ଯୋଗାଇ ଦେଇଛନ୍ତି

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରୁ କୁଆଖାଇ ନଦୀକୁ ଦେଇଥିବା ଅଟୋ ଚାଳକଙ୍କ ମୃତଦେହ ଉଦ୍ଧାର

ତେବେ ଲୁଣାନଦୀର ଦାନପୁର ଠାରେ ବିପଦସଙ୍କେତ ୩୨.୫୫ ରହିଛି। ଆଜି ସକାଳ ୬ଟା ସୁଦ୍ଧା ଏହି ବନ୍ୟାଜଳ ବୃଦ୍ଧି ପାଇ ୩୮.୬୦ ରହିଥିଲା। ମାତ୍ର ଅପରାହ୍ନରେ ଏହି ଜଳ ମାତ୍ର ୪ରୁ ୬ ଇଂଚ କମିଥିବା ନେଇ କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଉମେଶ କୁମାର ସେଠୀ ସୂଚନା ଦେଇଛନ୍ତି। ତେବେ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଦାୟିତ୍ୱରେ ଥିବା ବିଭାଗୀୟ ସହକାରୀ ମୁଖ୍ୟଯନ୍ତ୍ରୀ ପ୍ରବୋଧ କୁମାର ରାଉତ ଓ ପୂର୍ଣ୍ଣଚନ୍ଦ୍ର ରଥଙ୍କ ସମେତ ଅଧିକ୍ଷଣ ଯନ୍ତ୍ରୀ ସେଠୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ରାୟ, ଲୁଣା ଓ କରାଣ୍ଡିଆ ନଦୀବନ୍ଧରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିଥିବା ବେଳ ଦୁର୍ବଳ ଥିବା ନଦୀବନ୍ଧରେ ପର୍ଯ୍ୟାପ୍ତ ପରିମାଣରେ ବାଲିବସ୍ତା ମହଜୁଦ ରଖାଯାଇଥିବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର