ମିଶନ ପଥରେ ‘ମିଶନ ଶକ୍ତି’: ମହିଳାଙ୍କୁ ଆତ୍ମନିର୍ଭର କରିବ ମହୁଚାଷ

The Sakala Picture
Published On

ବଲାଙ୍ଗିର: ମହିଳାମାନଙ୍କୁ ସଶକ୍ତିକରଣ କରିବା ସହିତ ଆତ୍ମନିର୍ଭରଶୀଳ କରିବା ପାଇଁ ଏକ ବଡ଼ ଭୂମିକା ଗ୍ରହଣ କରିଛି ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଅଭିଯାନ। ଏହି ଅଭିଯାନରେ ମହିଳାମାନଙ୍କୁ ବିଭିନ୍ନ ପ୍ରକାର ସହାୟତା ପ୍ରଦାନ କରିବା ସହିତ ତାଲିମ ପ୍ରଦାନ କରୁଥିବା ବେଳେ କିଭଳି ସ୍ୱାବଲମ୍ବୀ ହୋଇପାରିବେ ସେଥିପ୍ରତି ଉଦ୍ୟମ ଚଳାଇଛି ଓଆରମାସ, ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତି ବିଭାଗ। ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକର ଦୁଇଟି ପଞ୍ଚାୟତରେ ପ୍ରଥମ ଥର […]

ବଲାଙ୍ଗିର: ମହିଳାମାନଙ୍କୁ ସଶକ୍ତିକରଣ କରିବା ସହିତ ଆତ୍ମନିର୍ଭରଶୀଳ କରିବା ପାଇଁ ଏକ ବଡ଼ ଭୂମିକା ଗ୍ରହଣ କରିଛି ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଅଭିଯାନ। ଏହି ଅଭିଯାନରେ ମହିଳାମାନଙ୍କୁ ବିଭିନ୍ନ ପ୍ରକାର ସହାୟତା ପ୍ରଦାନ କରିବା ସହିତ ତାଲିମ ପ୍ରଦାନ କରୁଥିବା ବେଳେ କିଭଳି ସ୍ୱାବଲମ୍ବୀ ହୋଇପାରିବେ ସେଥିପ୍ରତି ଉଦ୍ୟମ ଚଳାଇଛି ଓଆରମାସ, ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତି ବିଭାଗ। ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକର ଦୁଇଟି ପଞ୍ଚାୟତରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ମହୁଚାଷ। ଦୁଇଟି ଗାଁର ଛଅଟି ଏସ୍‍ଏଚଜିକୁ ଏହି ଚାଷ ପାଇଁ ତାଲିମ ପ୍ରଦାନ କରାଯାଇଥିବାବେଳେ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ଏହି ମହୁଚାଷ ୬୦ ମହିଳା ସ୍ୱାବଲମ୍ବୀ ହେବାସହିତ ପରିବାରର ଅର୍ଥନୈତିକ ଅଭିବୃଦ୍ଧିରେ ସାମିଲ ହୋଇପାରିବେ।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ବଲାଙ୍ଗିର ଜିଲ୍ଲା ମିଶନ ପଥରେ ‘ମିଶନ ଶକ୍ତି’। ରାଜ୍ୟ ସରକାରଙ୍କ ଏହି ମହିଳା କଲ୍ୟାଣ ଅଭିଯାନରେ ସାମିଲ ହୋଇଛନ୍ତି ଜିଲ୍ଲାର ଦେଓଗାଁ ବ୍ଲକ ଅଧୀନ ଗାଈବାହାଲ ଓ ଉଡାର ପଞ୍ଚାୟତର ଦୁଇଟି ଗାଁ। ଗାଈବାହାଲ ପଞ୍ଚାୟତର ଘୁଚିପାଲି ଗାଁରେ ଥିବା ସାବିତ୍ରୀ ଏସ୍‍ଏଚଜି, ମା’ ପାର୍ବତୀ ଏସ୍‍ଏଚଜି ଓ ଗାୟତ୍ରୀ ଏସଏଚଜି, ଉଡ଼ାର ପଞ୍ଚାୟତରେ ଥିବା ଲୁହୁରେନପାଲି ଗାଁର ମା’ ପାର୍ବତୀ ଏସଏଚଜି, ବୁଢାଢ଼ଙ୍ଗର ଏସ୍‍ଏଚ୍‍ଜି, ମା’ ସାରଳା ଏସ୍‍ଏଚଜିର ମହିଳାମାନେ ସରକାରୀ ସହାୟତାରେ ଜିଲ୍ଲାରେ ପ୍ରଥମଥର ପାଇଁ ଆରମ୍ଭ କରିଛନ୍ତି ମହୁଚାଷ। ଏଥିପାଇଁ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ସମସ୍ତ ସହାୟତା ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଓଡ଼ିଶା ଜୀବିକା ମିଶନର ବ୍ଲକ ପ୍ରକଳ୍ପ ଅଧିକାରୀ ପ୍ରଦୀପ ଛତ୍ରିଆଙ୍କ କହିବା ଅନୁସାରେ ମହୁଚାଷ କରିବା ପାଇଁ ପ୍ରଥମେ ମହିଳାମାନଙ୍କୁ ତାଲିମ୍‍ ଦିଆଯାଇଛି। ପରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଠାରେ ଥିବା ଏକ ମହୁ ଫାର୍ମରୁ ଏହି ଚାଷ କରିବା ପାଇଁ ମହୁମାଛି ଥିବା ବାକ୍ସ ମହିଳାମାନଙ୍କୁ ଦିଆଯାଇଛି। ମହୁମାଛିମାନଙ୍କ ଖାଇବା ପାଇଁ ସ୍ୱତନ୍ତ୍ର ପାତ୍ର, ଧୂଆଁ ମେସିନ ଦିଆଯାଇଛି। ସେହିପରି ମହୁଫେଣାରୁ ମହୁ କାଢିବା ପାଇଁ ସ୍ୱତନ୍ତ୍ର ମେସିନ ମଧ୍ୟ ଦିଆଯାଇଛି। ଏହି ଦୁଇଟି ଗାଁରେ ସମୁଦାୟ ୪୬ ଟି ମହୁବାକ୍ସ ଲଗାଯାଇଥିବା ସୂଚନା ମିଳିଛି

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

। ତେବେ ମହୁମାଛି ମାନେ ମହୁ ସଂଗ୍ରହ କରିବା ପାଇଁ ଫୁଲ ଗଛ ନିହାତି ଆବଶ୍ୟକ ରହିଥିବାରୁ ଏହି ବାକ୍ସ ଲାଗିଥିବା ଆଖପାଖ ଅଞ୍ଚଳରେ ଗେଣ୍ଡୁ ଫୁଲଗଛ ଲଗାଯିବାକୁ ଲକ୍ଷ୍ୟ ରଖାଯାଇଛି। ମହୁଚାଷ ପାଇଁ ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତିର ମିଳିତ ଆର୍ଥିକ ସହାୟତାକ୍ରମେ ମହିଳା ମାନଙ୍କୁ ତାଲିମ୍‍ ଦିଆଯାଇଛି। ଏଥିପାଇଁ ଦୁଇଟି ଗାଁରେ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ସମୁଦାୟ ୧ ଲକ୍ଷ ୬୦ ହଜାର ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ମହୁ ବାହାରିବା ପରେ ତାକୁ ବିକ୍ରିକରି ମହିଳାମାନେ ସେହି ଲାଭ ଟଙ୍କାରେ ନିଜେ ସ୍ୱାବଲମ୍ବୀ ହୋଇପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ମହିଳାମାନେ ଏହି ମହୁକୁ ନିଜେ ପ୍ୟାକିଂ କରି ନିଜ ଏସ୍‍ଏଚଜି ବ୍ରାଣ୍ଡରେ ମଧ୍ୟ ବଜାରରେ ବିକ୍ରିକରି ଓ ଭଲ ଦୁଇ ପଇସା ରୋଜଗାର କରିପାରିବେ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଏହି ଅଭିନବ ପ୍ରୟାସରେ ଓଆରମାସ ପକ୍ଷରୁ କମଲେନ୍ଦୁ ପାଲ, କୈଳାସ ସାହୁ, ମଳୟ ସାହାଣୀ ସହଯୋଗ କରୁଥିବାବେଳେ ଗାଈବାହାଲ ପଞ୍ଚାୟତର ଏମବିକେ ପଦ୍ମିନୀ ମେହେର, କମ୍ୟୁନିଟି ମୋବିଲାଇଜର ସନ୍ଧ୍ୟାରାଣୀ ଭୋଇ ଓ ଉଡାର ପଞ୍ଚାୟତର ଏମବିକେ ସ୍ୱର୍ଣ୍ଣଚମ୍ପା ପଧାନ, କମ୍ୟୁନିଟି ମୋବିଲାଇଜର ନିକସା ଭୋଇ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ମହୁଚାଷ ଏବେ ଏହି ଗାଁର ମହିଳାମାନଙ୍କ ପାଇଁ ଆଗକୁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

01 Aug 2022 By The Sakala

ମିଶନ ପଥରେ ‘ମିଶନ ଶକ୍ତି’: ମହିଳାଙ୍କୁ ଆତ୍ମନିର୍ଭର କରିବ ମହୁଚାଷ

ବଲାଙ୍ଗିର: ମହିଳାମାନଙ୍କୁ ସଶକ୍ତିକରଣ କରିବା ସହିତ ଆତ୍ମନିର୍ଭରଶୀଳ କରିବା ପାଇଁ ଏକ ବଡ଼ ଭୂମିକା ଗ୍ରହଣ କରିଛି ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଅଭିଯାନ। ଏହି ଅଭିଯାନରେ ମହିଳାମାନଙ୍କୁ ବିଭିନ୍ନ ପ୍ରକାର ସହାୟତା ପ୍ରଦାନ କରିବା ସହିତ ତାଲିମ ପ୍ରଦାନ କରୁଥିବା ବେଳେ କିଭଳି ସ୍ୱାବଲମ୍ବୀ ହୋଇପାରିବେ ସେଥିପ୍ରତି ଉଦ୍ୟମ ଚଳାଇଛି ଓଆରମାସ, ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତି ବିଭାଗ। ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକର ଦୁଇଟି ପଞ୍ଚାୟତରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ମହୁଚାଷ। ଦୁଇଟି ଗାଁର ଛଅଟି ଏସ୍‍ଏଚଜିକୁ ଏହି ଚାଷ ପାଇଁ ତାଲିମ ପ୍ରଦାନ କରାଯାଇଥିବାବେଳେ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ଏହି ମହୁଚାଷ ୬୦ ମହିଳା ସ୍ୱାବଲମ୍ବୀ ହେବାସହିତ ପରିବାରର ଅର୍ଥନୈତିକ ଅଭିବୃଦ୍ଧିରେ ସାମିଲ ହୋଇପାରିବେ।

ବଲାଙ୍ଗିର ଜିଲ୍ଲା ମିଶନ ପଥରେ ‘ମିଶନ ଶକ୍ତି’। ରାଜ୍ୟ ସରକାରଙ୍କ ଏହି ମହିଳା କଲ୍ୟାଣ ଅଭିଯାନରେ ସାମିଲ ହୋଇଛନ୍ତି ଜିଲ୍ଲାର ଦେଓଗାଁ ବ୍ଲକ ଅଧୀନ ଗାଈବାହାଲ ଓ ଉଡାର ପଞ୍ଚାୟତର ଦୁଇଟି ଗାଁ। ଗାଈବାହାଲ ପଞ୍ଚାୟତର ଘୁଚିପାଲି ଗାଁରେ ଥିବା ସାବିତ୍ରୀ ଏସ୍‍ଏଚଜି, ମା’ ପାର୍ବତୀ ଏସ୍‍ଏଚଜି ଓ ଗାୟତ୍ରୀ ଏସଏଚଜି, ଉଡ଼ାର ପଞ୍ଚାୟତରେ ଥିବା ଲୁହୁରେନପାଲି ଗାଁର ମା’ ପାର୍ବତୀ ଏସଏଚଜି, ବୁଢାଢ଼ଙ୍ଗର ଏସ୍‍ଏଚ୍‍ଜି, ମା’ ସାରଳା ଏସ୍‍ଏଚଜିର ମହିଳାମାନେ ସରକାରୀ ସହାୟତାରେ ଜିଲ୍ଲାରେ ପ୍ରଥମଥର ପାଇଁ ଆରମ୍ଭ କରିଛନ୍ତି ମହୁଚାଷ। ଏଥିପାଇଁ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ସମସ୍ତ ସହାୟତା ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଓଡ଼ିଶା ଜୀବିକା ମିଶନର ବ୍ଲକ ପ୍ରକଳ୍ପ ଅଧିକାରୀ ପ୍ରଦୀପ ଛତ୍ରିଆଙ୍କ କହିବା ଅନୁସାରେ ମହୁଚାଷ କରିବା ପାଇଁ ପ୍ରଥମେ ମହିଳାମାନଙ୍କୁ ତାଲିମ୍‍ ଦିଆଯାଇଛି। ପରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଠାରେ ଥିବା ଏକ ମହୁ ଫାର୍ମରୁ ଏହି ଚାଷ କରିବା ପାଇଁ ମହୁମାଛି ଥିବା ବାକ୍ସ ମହିଳାମାନଙ୍କୁ ଦିଆଯାଇଛି। ମହୁମାଛିମାନଙ୍କ ଖାଇବା ପାଇଁ ସ୍ୱତନ୍ତ୍ର ପାତ୍ର, ଧୂଆଁ ମେସିନ ଦିଆଯାଇଛି। ସେହିପରି ମହୁଫେଣାରୁ ମହୁ କାଢିବା ପାଇଁ ସ୍ୱତନ୍ତ୍ର ମେସିନ ମଧ୍ୟ ଦିଆଯାଇଛି। ଏହି ଦୁଇଟି ଗାଁରେ ସମୁଦାୟ ୪୬ ଟି ମହୁବାକ୍ସ ଲଗାଯାଇଥିବା ସୂଚନା ମିଳିଛି

। ତେବେ ମହୁମାଛି ମାନେ ମହୁ ସଂଗ୍ରହ କରିବା ପାଇଁ ଫୁଲ ଗଛ ନିହାତି ଆବଶ୍ୟକ ରହିଥିବାରୁ ଏହି ବାକ୍ସ ଲାଗିଥିବା ଆଖପାଖ ଅଞ୍ଚଳରେ ଗେଣ୍ଡୁ ଫୁଲଗଛ ଲଗାଯିବାକୁ ଲକ୍ଷ୍ୟ ରଖାଯାଇଛି। ମହୁଚାଷ ପାଇଁ ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତିର ମିଳିତ ଆର୍ଥିକ ସହାୟତାକ୍ରମେ ମହିଳା ମାନଙ୍କୁ ତାଲିମ୍‍ ଦିଆଯାଇଛି। ଏଥିପାଇଁ ଦୁଇଟି ଗାଁରେ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ସମୁଦାୟ ୧ ଲକ୍ଷ ୬୦ ହଜାର ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ମହୁ ବାହାରିବା ପରେ ତାକୁ ବିକ୍ରିକରି ମହିଳାମାନେ ସେହି ଲାଭ ଟଙ୍କାରେ ନିଜେ ସ୍ୱାବଲମ୍ବୀ ହୋଇପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ମହିଳାମାନେ ଏହି ମହୁକୁ ନିଜେ ପ୍ୟାକିଂ କରି ନିଜ ଏସ୍‍ଏଚଜି ବ୍ରାଣ୍ଡରେ ମଧ୍ୟ ବଜାରରେ ବିକ୍ରିକରି ଓ ଭଲ ଦୁଇ ପଇସା ରୋଜଗାର କରିପାରିବେ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଏହି ଅଭିନବ ପ୍ରୟାସରେ ଓଆରମାସ ପକ୍ଷରୁ କମଲେନ୍ଦୁ ପାଲ, କୈଳାସ ସାହୁ, ମଳୟ ସାହାଣୀ ସହଯୋଗ କରୁଥିବାବେଳେ ଗାଈବାହାଲ ପଞ୍ଚାୟତର ଏମବିକେ ପଦ୍ମିନୀ ମେହେର, କମ୍ୟୁନିଟି ମୋବିଲାଇଜର ସନ୍ଧ୍ୟାରାଣୀ ଭୋଇ ଓ ଉଡାର ପଞ୍ଚାୟତର ଏମବିକେ ସ୍ୱର୍ଣ୍ଣଚମ୍ପା ପଧାନ, କମ୍ୟୁନିଟି ମୋବିଲାଇଜର ନିକସା ଭୋଇ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ମହୁଚାଷ ଏବେ ଏହି ଗାଁର ମହିଳାମାନଙ୍କ ପାଇଁ ଆଗକୁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।

https://www.thesakala.in/latest-odisha-news/beekeeping-will-make-women-self-reliant/article-13772
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର