ସାଇବର ସିକ୍ୟୁରିଟି ଅପରେସନ ସେଣ୍ଟରକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

The Sakala Picture
Published On

ଭୁବନେଶ୍ବର : ସାଇବର ଆକ୍ରମଣରୁ ସରକାରୀ ସଂସ୍ଥାଗୁଡିକୁ ସୁରକ୍ଷା ଦେବାପାଇଁ ରାଜ୍ୟ ସରକାର ପ୍ରତିଷ୍ଠା କରିଛନ୍ତି ସାଇବର ସୁରକ୍ଷା ପରିଚାଳନା କେନ୍ଦ୍ର । ଆଜି ଭୁବନେଶ୍ବର ଓଡିଶା କମ୍ପ୍ୟୁଟର ଆପ୍ଲିକେଶନ ସେଣ୍ଟର (ଓକାକ) ପରିସରରେ ଏହାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସରକାରୀ ସ୍ତରରେ ଏଭଳି ଅତ୍ୟାଧୁନିକ ସୁରକ୍ଷା କେନ୍ଦ୍ର ପ୍ରତିଷ୍ଠା ଦେଶରେ ପ୍ରଥମ ବୋଲି ଜଣାଯାଇଛି । ଏହାଦ୍ୱାରା ସରକାରୀ ଦପ୍ତରରେ ଥିବା କମ୍ପ୍ୟୁଟରଗୁଡିକ ସାଇବ ସୁରକ୍ଷା ଯୋଗାଯିବା ସହିତ ପର୍ଯ୍ୟାୟକ୍ରମେ ଏହା ଅନ୍ୟାନ୍ୟ […]

ଭୁବନେଶ୍ବର : ସାଇବର ଆକ୍ରମଣରୁ ସରକାରୀ ସଂସ୍ଥାଗୁଡିକୁ ସୁରକ୍ଷା ଦେବାପାଇଁ ରାଜ୍ୟ ସରକାର ପ୍ରତିଷ୍ଠା କରିଛନ୍ତି ସାଇବର ସୁରକ୍ଷା ପରିଚାଳନା କେନ୍ଦ୍ର । ଆଜି ଭୁବନେଶ୍ବର ଓଡିଶା କମ୍ପ୍ୟୁଟର ଆପ୍ଲିକେଶନ ସେଣ୍ଟର (ଓକାକ) ପରିସରରେ ଏହାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସରକାରୀ ସ୍ତରରେ ଏଭଳି ଅତ୍ୟାଧୁନିକ ସୁରକ୍ଷା କେନ୍ଦ୍ର ପ୍ରତିଷ୍ଠା ଦେଶରେ ପ୍ରଥମ ବୋଲି ଜଣାଯାଇଛି । ଏହାଦ୍ୱାରା ସରକାରୀ ଦପ୍ତରରେ ଥିବା କମ୍ପ୍ୟୁଟରଗୁଡିକ ସାଇବ ସୁରକ୍ଷା ଯୋଗାଯିବା ସହିତ ପର୍ଯ୍ୟାୟକ୍ରମେ ଏହା ଅନ୍ୟାନ୍ୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସରକାରୀ ସଂସ୍ଥାକୁ ମଧ୍ୟ ସୁରକ୍ଷା ଯୋଗାଇବ ।

ଆହୁରି ପଢ଼ନ୍ତୁ: ବେଙ୍ଗାଲୁରୁ-ଭୁବନେଶ୍ୱର ଟ୍ରେନରୁ ଜଗତସିଂହପୁରର ମହିଳା ଓ ୯ ମାସର ଶିଶୁପୁତ୍ର ନିଖୋଜ

ରାଜ୍ୟ ଇଲେକଟ୍ରୋନିକ୍ସ ଓ ଆଇଟି ବିଭାଗ ଏବଂ ଓଡିଶା କମ୍ପ୍ୟୁଟର ଆପ୍ଲିକେଶନ ସେଣ୍ଟର (ଓକାକ)ର ମିଳିତ ଉଦ୍ୟମରେ ସ୍ଥାନୀୟ ଓକାକ ଟାୱାରରେ ଏହି ଅତ୍ୟାଧୁନିକ ସାଇବର ସୁରକ୍ଷା ପରିଚାଳନା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଏହି ସାଇବର ସୁରକ୍ଷା କେନ୍ଦ୍ର ସୂଚନା ପ୍ରଯୁକ୍ତି ଭିତ୍ତିଭୂମିକୁ ସାଇବର ଆକ୍ରମଣକୁ ସୁରକ୍ଷା ଯୋଗାଇବା ସହିତ ୨୪ଘଣ୍ଟା ସାଇବର ଆକ୍ରମଣକୁ ଠାବ କରି ତାହାକୁ ପ୍ରତିହତ କରିବ ।

ଆହୁରି ପଢ଼ନ୍ତୁ: ୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

ଏହି ସୁରକ୍ଷା କେନ୍ଦ୍ରରେ ନିୟୋଜିତ କର୍ମଚାରୀମାନେ ସାଇବର ଆକ୍ରମଣ ଉପରେ ୨୪ଘଣ୍ଟିଆ ନଜର ରଖୁଛନ୍ତି । ଯଦି ବିଶ୍ୱର କୌଣସି ସ୍ଥାନରୁ ରାଜ୍ୟର କୌଣସି ପୋର୍ଟାଲ ଉପରେ ସାମାନ୍ୟ ଆକ୍ରମଣର ସମ୍ଭାବନା ସୃଷ୍ଟି ହେଉଛି ତେବେ ତାହାକୁ ତୁରନ୍ତ ଚିହ୍ନଟ ସହିତ ଖୋଳତାଡ ଆରମ୍ଭ କରିଦେଉଛନ୍ତି । ଏପରିକି ଯଦି କୌଣସି ଆଇପିରୁ ଏକ ନିର୍ଦ୍ଦିଷ୍ଟ ସମୟରେ କୌଣସି ଏକ ସରକାରୀ ୱେବସାଇଟ୍‍କୁ ବାରମ୍ବାର ଖୋଲିବାକୁ ଚେଷ୍ଟାକରେ ତେବେ ତାକୁ ମଧ୍ୟ ଚିହ୍ନଟ ସହିତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେଉଛି ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

ମିଳିଥିବା ସୂଚନା ଅନୁଯାୟୀ ଏହି ସାଇବର ସୁରକ୍ଷା କେନ୍ଦ୍ର ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ଏବଂ ଟୁଲ୍‍ ବ୍ୟବହାର କରିଥିବାବେଳେ ଏଠାରେ ସବୁ ପ୍ରକାର ସାଇବର ଆକ୍ରମଣକୁ ପ୍ରତିହତ କରିବାର ବ୍ୟବସ୍ଥା ରହିଛି । କୌଣସି ପ୍ରକାର ସାଇବର ସୁରକ୍ଷା ପ୍ରୟାସକୁ ଚିହ୍ନଟ କରିବା ସହିତ ଏ ସଂକ୍ରାନ୍ତରେ ସମସ୍ତ ପ୍ରକାର ଅନୁସନ୍ଧାନ କରିପାରିବ । ସାଇବର ଧମକ ଆସୁଥିବା ଆଇପିକୁ ଚିହ୍ନଟ ପରେ ତାହା ଜରିଆରେ ସମ୍ପୃକ୍ତ କମ୍ପ୍ୟୁଟରର ଆପ୍ଲିକେସନ/ଡାଟା ଓ ଭିତ୍ତିଭୂମିକୁ ଯାଇ ସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ ସହିତ ଏଭଳି ଆକ୍ରମଣକୁ ପ୍ରତିହତ କରାଯାଇ ପାରୁଛି । ଭବିଷ୍ୟତରେ ସାଇବର ଆକ୍ରମଣକାରୀମାନେ ଯେଭଳି ରାଜ୍ୟ ସରକାରଙ୍କ କୌଣସି ସୂଚନାକୁ ହ୍ୟାକ କରିବାକୁ ସକ୍ଷମ ନହୁଅନ୍ତି ତାହା ଉପରେ ସାଇବର ସୁରକ୍ଷା କେନ୍ଦ୍ର କଡା ନଜର ରଖିଛି ।

ଭବିଷ୍ୟତରେ ଏହି ସାଇବର ସୁରକ୍ଷା ପରିଚାଳନା କେନ୍ଦ୍ର ସାଇବର ସୁରକ୍ଷା ଗବେଷକମାନଙ୍କ ପାଇଁ ବରଦାନ ସଦୃଶ ହେବ । ଏହା ଜରିଆରେ ସେମାନେ ବିଭିନ୍ନ ଆପ୍ଲିକେଶନକୁ ପରୀକ୍ଷା କରିବା ସହିତ ଆକ୍ରମଣ ପ୍ରତିହତ ପାଇଁ ପରାମର୍ଶ ଦେଇପାରିବେ । ଏହା ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ହ୍ୟାକର ଠାରୁ ଦୂରେଇ ରହିବାପାଇଁ ସହାୟତା କରିବ । ବର୍ତ୍ତମାନ ଏହି ସାଇବର ସୁରକ୍ଷା କେନ୍ଦ୍ର ରାଜ୍ୟ ସରକାରଙ୍କ ଡାଟା ସେଣ୍ଟର, ଷ୍ଟେଟ ୱାଇଡ୍‍ ଏରିଆ ନେଟୱାର୍କ (ସ୍ୱାନ) ସହିତ ଯୋଡି ହୋଇଛି । ଭବିଷ୍ୟତରେ ଅଧିକରୁ ଅଧିକ ସରକାରୀ ସଂସ୍ଥା ଓ ସଂଗଠନ ଏହା ସହିତ ଯୋଡିହେବ । ଏଥି ସହିତ ଭବିଷ୍ୟତରେ ବଗ୍‍ ବାଉଣ୍ଟି, ରିଅଲ ଟାଇମ ଥ୍ରେଟ ଇଣ୍ଟଲିଜେନ୍ସ ଫିଡ୍‍, ଇଣ୍ଡିପେଣ୍ଡେଣ୍ଟ ସ୍କାଲାବେଲ୍‍ ଇନଫ୍ରାଷ୍ଟ୍ରକ୍‍ଚର ଆଦି ଉପଲବ୍ଧ ହେବ । ଏହି ସାଇବର ସୁରକ୍ଷା କେନ୍ଦ୍ରଟି ରେକର୍ଡକାଳୀନ ୬ମାସ ମଧ୍ୟରେ ପ୍ରସ୍ତୁତ ହୋଇଛି।  ଆଜି ଏହାର ଉଦଘାଟନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିବା ବେଳେ ୫ ଟି ସଚିବ ଭି କେ ପାଣ୍ଡିଆନ , ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ,ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସମେତ ଓକାକ୍ ର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର