ଆଜି ରାଜ୍ୟ କ୍ୟାବିନେଟ: ଆସିବ ୧୧ ବିଭାଗର ୨୯ଟି ପ୍ରସ୍ତାବ

The Sakala Picture
Published On

ଭୁବନେଶ୍ୱର: ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କ୍ୟାବିନେଟ୍‍ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଅପରାହ୍ଣ ସାଢ଼େ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଉକ୍ତ ବୈଠକରେ ୧୧ଟି ବିଭାଗର ୨୯ଟି ପ୍ରସ୍ତାବ ଉପରେ ମୋହର ବାଜିପାରେ। ବିଶେଷକରି ଶିଳ୍ପ, ସ୍କୁଲ ଓ ଗଣଶିକ୍ଷା ବିଭାଗ, ଜଳସମ୍ପଦ, ଦକ୍ଷତା ବିକାଶ, କୃଷି, ଅର୍ଥ, ସାଧାରଣ ପ୍ରଶାସନ, ଉଚ୍ଚଶିକ୍ଷା, ପଞ୍ଚାୟତିରାଜ ଏବଂ ରାଜସ୍ୱ ବିଭାଗର କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର […]

ଭୁବନେଶ୍ୱର: ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କ୍ୟାବିନେଟ୍‍ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଅପରାହ୍ଣ ସାଢ଼େ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଉକ୍ତ ବୈଠକରେ ୧୧ଟି ବିଭାଗର ୨୯ଟି ପ୍ରସ୍ତାବ ଉପରେ ମୋହର ବାଜିପାରେ। ବିଶେଷକରି ଶିଳ୍ପ, ସ୍କୁଲ ଓ ଗଣଶିକ୍ଷା ବିଭାଗ, ଜଳସମ୍ପଦ, ଦକ୍ଷତା ବିକାଶ, କୃଷି, ଅର୍ଥ, ସାଧାରଣ ପ୍ରଶାସନ, ଉଚ୍ଚଶିକ୍ଷା, ପଞ୍ଚାୟତିରାଜ ଏବଂ ରାଜସ୍ୱ ବିଭାଗର କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ବାଜିବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପିପିଲି ତହସିଲର ଦୁଇ ରାଜସ୍ୱ ଅଧିକାରୀ

ଓଡ଼ିଶା ପ୍ରଶାସନିକ ସେବା ନିୟମ ୨୦୧୧ ଏବଂ ଓଡ଼ିଶା ଲୋକାୟୁକ୍ତ ଆଇନ ୨୦୧୪ରେ ସଂଶୋଧନ ନେଇ ପ୍ରସ୍ତାବ ଆସିପାରେ। ସେହିପରି ଓଡ଼ିଶା ଶିକ୍ଷା ସେବା ନିଯୁକ୍ତି ସଂଶୋଧନ ନିୟମ ୨୦୨୨କୁ ଅନୁମୋଦନ ପାଇଁ ବୈଠକରେ ପ୍ରସ୍ତାବ ଆସିପାରେ। ସମ୍ବଲପୁର ଓ ମୟୂରଭଞ୍ଜ ଜିଲ୍ଲାରେ ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପର କାର୍ଯ୍ୟନ୍ୱୟନ, ଓଡ଼ିଶା କଲେଜ ଶିକ୍ଷକଙ୍କ ଦରମା ହାର ସଂଶୋଧନ ନିୟମ ସଂଶୋଧନ ପ୍ରସ୍ତାବ ରହିଛି। ଅନ୍ୟ ପ୍ରମୁଖ ପ୍ରସ୍ତାବ ମଧ୍ୟରେ ଟାଟା ପାୱାର କମ୍ପାନୀ ନିକଟରୁ ପ୍ରାୟ ୮୭୧ ଏକର ଜମିକୁ ଇଡ୍‍କୋ ନିଜ ଲ୍ୟାଣ୍ଡ ବ୍ୟାଙ୍କ ପାଇଁ ଅଧିଗ୍ରହଣ ସମ୍ପର୍କିତ ପ୍ରସ୍ତାବ ବୈଠକରେ ଆଗତ ହୋଇପାରେ। ସେହିପରି ଅନୁଗୁଳରେ ମେଗା ଆଲୁମିନିୟମ ପାର୍କ ପାଇଁ ଇଡ୍‍କୋକୁ ଆର୍ଥିକ ସହାୟତା, ଜିଆଇଇଟି ବିଶ୍ୱ ବିଦ୍ୟାଳୟ ଆଇନ, ୨୦୧୮ ଏବଂ ସିଭି ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ଆଇନ, ୨୦୧୯ରେ ରେ ସଂଶୋଧନ, ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଡ୍ରିମ୍ସ ନାମରେ ଏକ ସେଲ୍‌ଫ ଫାଇନାନ୍ସ ଘରୋଇ ବିଶ୍ୱବିଦ୍ୟାଳୟ ପାଇଁ ଅଲଗା ଆଇନ କାର୍ଯ୍ୟକାରୀ ପରି ପ୍ରସ୍ତାବ ରହିଛି। ସେହିପରି ମାଟି ଯୋଜନା ଅଧିନରେ ଚେକ୍‍ ଡ୍ୟାମ ନିର୍ମାଣ, କୁଆଖାଇ ଏବଂ ଇବ୍‍ ନଦୀ ଉପରେ ଇନଷ୍ଟ୍ରିମ ଷ୍ଟୋରେଜ ପ୍ରକଳ୍ପ ପାଇଁ ଫାଇନାନ୍ସିଆଲ ବିଡର ଅନୁମୋଦନ ଏବଂ ଷୋଡ଼ଶ ଓଡ଼ିଶା ବିଧାନସଭାର ନବମ ଅଧିବେଶନର ସତ୍ରାବସାନ ସମ୍ପର୍କିତ ପ୍ରସ୍ତାବ ଉପରେ ମୋହର ବାଜିପାରେ।

ଆହୁରି ପଢ଼ନ୍ତୁ: କନ୍ଧମାଳରେ ସଶସ୍ତ୍ର ଲୁଟେରା ଗ୍ୟାଙ୍ଗ୍‌ ଠାବ: ୩ ଗିରଫ, ବନ୍ଧୁକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର