ସଞ୍ଜ ହେଲେ ନିଶାରେ ଭାସୁଛି ରାଜଧାନୀ ଉପକଣ୍ଠ; ପାନ ଦୋକାନରେ ବି ମିଳୁଛି ନିଶାଦ୍ରବ୍ୟ

Madhusudan Das Picture
Published On

ଯାଁଳା: ଭୁବନେଶ୍ୱର ଉପକଣ୍ଠ ଇନ୍‌‌ଫୋଭାଲି ଥାନାର ବିଭିନ୍ନ ଜାଗାରେ ବଢ଼ି ଚାଲିଛି ନିଶା କାରବାର। ଲୋକମାନଙ୍କ ମଧ୍ୟରେ ଯେତେ ସଚେତନତା ସୃଷ୍ଟି କଲେ ମଧ୍ୟ ଏପରିକି ପୋଲିସ୍‌‌ର ଅନେକଥର ଚଢାଉ ସତ୍ତ୍ବେ ମଧ୍ୟ ନିଶାଡ଼ିମାନଙ୍କୁ କିଛି ଫରକ ପଡୁନି। ସେମାନେ ଅବାଧରେ ନିଶା ସେବନ ସହିତ ନିଶାକାରବାରର ସାମ୍ରାଜ୍ୟ ବଢ଼ାଇବାରେ ଲାଗିଛନ୍ତି। ଫଳରେ ସଞ୍ଜ ହେଲେ ରାଜଧାନୀ ଉପକଣ୍ଠବର୍ତ୍ତୀ ଇନ୍‌‌ଫୋଭାଲି ଥାନା ଅଞ୍ଚଳରେ ଅବାଧ ନିଶାଡ଼ିଙ୍କ ଉତ୍ପାତ ବଢ଼଼ି ଚାଲିଛି। ଇନ୍‌‌ଫୋଭାଲି ଥାନାର ତିନୋଟି ପଞ୍ଚାୟତର ବିଭିନ୍ନ ସ୍ଥାନରେ ଖୁଲମ୍‌‌ଖୁଲା ଏହା ଅବାଧରେ ଚାଲ ଚାଲିଛି ।ଗଙ୍ଗପଡ଼ା ପଞ୍ଚାୟତର ଭାତଖୁରି ସ୍କୁଲ ପାଖରେ ଥିବା ଚାନ୍ଦିନି ଉପରେ ଖୁଲମ୍‌‌ ଖୁଲା ଅପରାହ୍ଣ ୪ ଟାରୁ ରାତି ୧୨ ଟା ପର୍ଯ୍ୟନ୍ତ ଦୁଇ ଜଣ ମହିଳା ଏବଂ ଜଣେ ପୁରୁଷ ଦେଶୀ ମଦ ଜାରକିନି ରଖି ନିର୍ଭୟରେ ବେପାର କରି ଚାଲିଛନ୍ତି। 

ଆହୁରି ପଢ଼ନ୍ତୁ: ପୀଡିତା ସମସ୍ତ ପ୍ରମାଣ ଦେଇସାରିଥିଲେ ମଧ୍ୟ ଖଣ୍ଡପଡ଼ା ଏସ୍‌ଡିପିଓ ଗିରଫ ହେଉନାହାନ୍ତି କାହିଁକି: ବିଜେଡି

ସେହିପରି ଗଙ୍ଗପଡ଼ା ପଞ୍ଚାୟତର ହରିଜନ ସାହି, ଗଙ୍ଗପଡ଼ାରୁ ଗ୍ରାମୁଣ୍ଡି ଯିବା ରାସ୍ତାର ପୋଖରୀ ପାଖରେ ଏହି କାରବାର ନିର୍ଭୟରେ ଚାଲିଥିବା ବେଳେ ପୁଣି ଗ୍ରାମୁଣ୍ଡିର ମେଳଣ ପଡ଼ିଆ, ପିତା ପଲ୍ଲିର ଏକ ବ୍ୟାଙ୍କ ପଛ ପଟ ଏବଂ ଏକ ସ୍କୁଲ ପାଖରେ ଏହି କାରବାର ଚାଲିଛି। ସେହିପରି ଯାଁଳା ପଞ୍ଚାୟତର ଦକ୍ଷିଣ ମୁଣ୍ଡମୁହାଣର ଗୋଲେଇ ସାହି, ସ୍କୁଲ୍‌‌, ହରିଜନ ସାହି ଓଗାଳପଡ଼ା-୧ ର ପଛପଟ ସାହି ଚଣ୍ଡୀ ମନ୍ଦିର, ବାଟଭୁଆଶୁଣି ପଛ ପଟ, ଗ୍ୟାରେଜ୍‌‌ ନିକଟରେ ଏହି କାରବାର ଚାଲିଛି, ସେହିପରି ତଳଖେତା ଛକଠାରୁ ଇନ୍‌‌ଫୋଭ୍ୟାଲି ଥାନା ପର୍ଯ୍ୟନ୍ତ ରାସ୍ତାର ଦୁଇପାର୍ଶ୍ୱରେ ଥିବା ଅନେକ ଛୋଟ ଛୋଟ ଦୋକାନ ମାନଙ୍କରେ ଏହି ନିଶା କାରବାର ଚାଲିଛି। ଏହି ଜାଗାମାନଙ୍କରେ ଭାଙ୍ଗ ଠାରୁ ଆରମ୍ଭ କରି ଧଳା ଜହର ପର୍ଯ୍ୟନ୍ତ ସବୁ କିଛି ନିଶା ଦ୍ରବ୍ୟର କାରବାର ଜୋର ସୋର୍‌‌ରେ ଚାଲିଛି। ଏମିତିକି କିଛି ଦୋକାନୀ ଗରାଖଙ୍କୁ ନିଶା ବିକ୍ରି କରୁଛନ୍ତି। 

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲର ସେକ୍ସନ ଅଫିସର୍, ୨୫୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

ଏହି ଅଞ୍ଚଳରେ ହୋଟେଲ, ଚିକେନ୍‌‌ କାଉଣ୍ଟର, ତେଜରାତି ଦୋକାନ, ପାନ ଦୋକାନ, ସ୍କୁଲ ପଡ଼ିଆ, ଲକ୍ଷ୍ମୀ ମଣ୍ଡପରେ ମଧ୍ୟ ଏହି କାରବାର ଚାଲିଛି। ଏମିତିକି ଫୋନ୍‌‌ ମାଧ୍ୟମରେ ମଧ୍ୟ ନିଶା ଦ୍ରବ୍ୟ ମରାଯାଉଛି। ଏପରିକି ଓଗାଳପଡ଼ା ଓ କାଶୀପୁରର ଦୁଇ ଜଣ ବ୍ୟକ୍ତି ଲାଗୁଆ କ୍ଷୀର ବେପାରି ସାଇକେଲ୍‌‌ ଏବଂ ବାଇକ୍‌‌ରେ ବୁଲି ଠିକଣା ଯାଗାରେ ନିଶାଦ୍ରବ୍ୟ ପହଞ୍ଚାଇ ଦେଉଛନ୍ତି। ସେହିପରି ଯାଁଳାର ଲକ୍ଷ୍ମୀ ମଣ୍ଡପ, ଓଭର୍‌‌ ବ୍ରିଜ ନିକଟ ଏବଂ ପୋଷ୍ଟ ଅଫିସ୍‌‌ ଛକର ତ୍ରିନାଥ ମଣ୍ଡପ, ରାଧାମାଧବ ଖେଳ ପଡ଼ିଆ ନିକଟ ଏହି କାରବାର ଚାଲିଛି। ସେହିପରି ହରପୁରର ଚଣ୍ଡୀ ମନ୍ଦିର ନିକଟ ଏବଂ ଅନ୍ୟାନ୍ୟ ଜାଗାରେ ଏହି ବେପାର ଖୁଲମ୍‌‌ଖୁଲା ଚାଲିଛି। ଯାଁଳାର ଲେପର୍ସି କଲୋନୀ ରାସ୍ତାରେ ମଧ୍ୟ କିଛି ମହିଳା ନିଶା ଦ୍ରବ୍ୟ କାରବାର ଜୋର୍‌‌ ସୋର୍‌‌ରେ କରୁଛନ୍ତି। ନିଶା ଦ୍ରବ୍ୟ କାରବାର କରୁଥିବା କେତେକ ବ୍ୟକ୍ତି ଧରାପଡ଼ି ଜେଲ୍‌‌ ଗଲେ ମଧ୍ୟ ସେଠାରୁ ମୁକୁଳି ପୁଣି ତାଙ୍କର ବେପାର ଆରମ୍ଭ କରିଦେଉଛନ୍ତି। ଫଳରେ ଚୋରି, ଡକାୟତି, ରାହାଜାନି କରିବାକୁ ସେମାନେ ପଛାଉ ନାହାନ୍ତି।

ଆହୁରି ପଢ଼ନ୍ତୁ: ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ ବିକ୍ରି ଉପରେ କଟକଣା, ପେଟ୍ରୋଲ ପମ୍ପଗୁଡ଼ିକୁ ନୋଟିସ୍ ଜାରି

19 Oct 2025 By Madhusudan Das

ସଞ୍ଜ ହେଲେ ନିଶାରେ ଭାସୁଛି ରାଜଧାନୀ ଉପକଣ୍ଠ; ପାନ ଦୋକାନରେ ବି ମିଳୁଛି ନିଶାଦ୍ରବ୍ୟ

ଯାଁଳା: ଭୁବନେଶ୍ୱର ଉପକଣ୍ଠ ଇନ୍‌‌ଫୋଭାଲି ଥାନାର ବିଭିନ୍ନ ଜାଗାରେ ବଢ଼ି ଚାଲିଛି ନିଶା କାରବାର। ଲୋକମାନଙ୍କ ମଧ୍ୟରେ ଯେତେ ସଚେତନତା ସୃଷ୍ଟି କଲେ ମଧ୍ୟ ଏପରିକି ପୋଲିସ୍‌‌ର ଅନେକଥର ଚଢାଉ ସତ୍ତ୍ବେ ମଧ୍ୟ ନିଶାଡ଼ିମାନଙ୍କୁ କିଛି ଫରକ ପଡୁନି। ସେମାନେ ଅବାଧରେ ନିଶା ସେବନ ସହିତ ନିଶାକାରବାରର ସାମ୍ରାଜ୍ୟ ବଢ଼ାଇବାରେ ଲାଗିଛନ୍ତି। ଫଳରେ ସଞ୍ଜ ହେଲେ ରାଜଧାନୀ ଉପକଣ୍ଠବର୍ତ୍ତୀ ଇନ୍‌‌ଫୋଭାଲି ଥାନା ଅଞ୍ଚଳରେ ଅବାଧ ନିଶାଡ଼ିଙ୍କ ଉତ୍ପାତ ବଢ଼଼ି ଚାଲିଛି। ଇନ୍‌‌ଫୋଭାଲି ଥାନାର ତିନୋଟି ପଞ୍ଚାୟତର ବିଭିନ୍ନ ସ୍ଥାନରେ ଖୁଲମ୍‌‌ଖୁଲା ଏହା ଅବାଧରେ ଚାଲ ଚାଲିଛି ।ଗଙ୍ଗପଡ଼ା ପଞ୍ଚାୟତର ଭାତଖୁରି ସ୍କୁଲ ପାଖରେ ଥିବା ଚାନ୍ଦିନି ଉପରେ ଖୁଲମ୍‌‌ ଖୁଲା ଅପରାହ୍ଣ ୪ ଟାରୁ ରାତି ୧୨ ଟା ପର୍ଯ୍ୟନ୍ତ ଦୁଇ ଜଣ ମହିଳା ଏବଂ ଜଣେ ପୁରୁଷ ଦେଶୀ ମଦ ଜାରକିନି ରଖି ନିର୍ଭୟରେ ବେପାର କରି ଚାଲିଛନ୍ତି। 

ସେହିପରି ଗଙ୍ଗପଡ଼ା ପଞ୍ଚାୟତର ହରିଜନ ସାହି, ଗଙ୍ଗପଡ଼ାରୁ ଗ୍ରାମୁଣ୍ଡି ଯିବା ରାସ୍ତାର ପୋଖରୀ ପାଖରେ ଏହି କାରବାର ନିର୍ଭୟରେ ଚାଲିଥିବା ବେଳେ ପୁଣି ଗ୍ରାମୁଣ୍ଡିର ମେଳଣ ପଡ଼ିଆ, ପିତା ପଲ୍ଲିର ଏକ ବ୍ୟାଙ୍କ ପଛ ପଟ ଏବଂ ଏକ ସ୍କୁଲ ପାଖରେ ଏହି କାରବାର ଚାଲିଛି। ସେହିପରି ଯାଁଳା ପଞ୍ଚାୟତର ଦକ୍ଷିଣ ମୁଣ୍ଡମୁହାଣର ଗୋଲେଇ ସାହି, ସ୍କୁଲ୍‌‌, ହରିଜନ ସାହି ଓଗାଳପଡ଼ା-୧ ର ପଛପଟ ସାହି ଚଣ୍ଡୀ ମନ୍ଦିର, ବାଟଭୁଆଶୁଣି ପଛ ପଟ, ଗ୍ୟାରେଜ୍‌‌ ନିକଟରେ ଏହି କାରବାର ଚାଲିଛି, ସେହିପରି ତଳଖେତା ଛକଠାରୁ ଇନ୍‌‌ଫୋଭ୍ୟାଲି ଥାନା ପର୍ଯ୍ୟନ୍ତ ରାସ୍ତାର ଦୁଇପାର୍ଶ୍ୱରେ ଥିବା ଅନେକ ଛୋଟ ଛୋଟ ଦୋକାନ ମାନଙ୍କରେ ଏହି ନିଶା କାରବାର ଚାଲିଛି। ଏହି ଜାଗାମାନଙ୍କରେ ଭାଙ୍ଗ ଠାରୁ ଆରମ୍ଭ କରି ଧଳା ଜହର ପର୍ଯ୍ୟନ୍ତ ସବୁ କିଛି ନିଶା ଦ୍ରବ୍ୟର କାରବାର ଜୋର ସୋର୍‌‌ରେ ଚାଲିଛି। ଏମିତିକି କିଛି ଦୋକାନୀ ଗରାଖଙ୍କୁ ନିଶା ବିକ୍ରି କରୁଛନ୍ତି। 

ଏହି ଅଞ୍ଚଳରେ ହୋଟେଲ, ଚିକେନ୍‌‌ କାଉଣ୍ଟର, ତେଜରାତି ଦୋକାନ, ପାନ ଦୋକାନ, ସ୍କୁଲ ପଡ଼ିଆ, ଲକ୍ଷ୍ମୀ ମଣ୍ଡପରେ ମଧ୍ୟ ଏହି କାରବାର ଚାଲିଛି। ଏମିତିକି ଫୋନ୍‌‌ ମାଧ୍ୟମରେ ମଧ୍ୟ ନିଶା ଦ୍ରବ୍ୟ ମରାଯାଉଛି। ଏପରିକି ଓଗାଳପଡ଼ା ଓ କାଶୀପୁରର ଦୁଇ ଜଣ ବ୍ୟକ୍ତି ଲାଗୁଆ କ୍ଷୀର ବେପାରି ସାଇକେଲ୍‌‌ ଏବଂ ବାଇକ୍‌‌ରେ ବୁଲି ଠିକଣା ଯାଗାରେ ନିଶାଦ୍ରବ୍ୟ ପହଞ୍ଚାଇ ଦେଉଛନ୍ତି। ସେହିପରି ଯାଁଳାର ଲକ୍ଷ୍ମୀ ମଣ୍ଡପ, ଓଭର୍‌‌ ବ୍ରିଜ ନିକଟ ଏବଂ ପୋଷ୍ଟ ଅଫିସ୍‌‌ ଛକର ତ୍ରିନାଥ ମଣ୍ଡପ, ରାଧାମାଧବ ଖେଳ ପଡ଼ିଆ ନିକଟ ଏହି କାରବାର ଚାଲିଛି। ସେହିପରି ହରପୁରର ଚଣ୍ଡୀ ମନ୍ଦିର ନିକଟ ଏବଂ ଅନ୍ୟାନ୍ୟ ଜାଗାରେ ଏହି ବେପାର ଖୁଲମ୍‌‌ଖୁଲା ଚାଲିଛି। ଯାଁଳାର ଲେପର୍ସି କଲୋନୀ ରାସ୍ତାରେ ମଧ୍ୟ କିଛି ମହିଳା ନିଶା ଦ୍ରବ୍ୟ କାରବାର ଜୋର୍‌‌ ସୋର୍‌‌ରେ କରୁଛନ୍ତି। ନିଶା ଦ୍ରବ୍ୟ କାରବାର କରୁଥିବା କେତେକ ବ୍ୟକ୍ତି ଧରାପଡ଼ି ଜେଲ୍‌‌ ଗଲେ ମଧ୍ୟ ସେଠାରୁ ମୁକୁଳି ପୁଣି ତାଙ୍କର ବେପାର ଆରମ୍ଭ କରିଦେଉଛନ୍ତି। ଫଳରେ ଚୋରି, ଡକାୟତି, ରାହାଜାନି କରିବାକୁ ସେମାନେ ପଛାଉ ନାହାନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର