ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହେଲେ ଅରବିନ୍ଦ ପାଢ଼ୀ

The Sakala Picture
Published On

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍‌ ଅରବିନ୍ଦ ପାଢ଼ୀଙ୍କୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଭାବେ ଗୁରବାର ନିଯୁକ୍ତି ମିଳିଛି। ପରବର୍ତ୍ତୀ ନିଷ୍ପତ୍ତି ଯାଏ ଭି.ଭି ଯାଦବଙ୍କ ସ୍ଥାନରେ ଶ୍ରୀ ପାଢ଼ୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ତୁଲାଇବେ। ନିଜ ବର୍ତ୍ତମାନର ଦାୟିତ୍ୱ ସହ ଶ୍ରୀ ପାଢ଼ୀ ମନ୍ଦିର ପ୍ରଶାସକ ଭାବେ ଦାୟିତ୍ୱ ସମ୍ଭାଳିବେ ବୋଲି ଆଇନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ଅରବିନ୍ଦ ପାଢୀ ବର୍ତ୍ତମାନ କୃଷି ବିଭାଗର ପ୍ରମୁଖ ଶାସନ ସଚିବ […]

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍‌ ଅରବିନ୍ଦ ପାଢ଼ୀଙ୍କୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଭାବେ ଗୁରବାର ନିଯୁକ୍ତି ମିଳିଛି। ପରବର୍ତ୍ତୀ ନିଷ୍ପତ୍ତି ଯାଏ ଭି.ଭି ଯାଦବଙ୍କ ସ୍ଥାନରେ ଶ୍ରୀ ପାଢ଼ୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ତୁଲାଇବେ। ନିଜ ବର୍ତ୍ତମାନର ଦାୟିତ୍ୱ ସହ ଶ୍ରୀ ପାଢ଼ୀ ମନ୍ଦିର ପ୍ରଶାସକ ଭାବେ ଦାୟିତ୍ୱ ସମ୍ଭାଳିବେ ବୋଲି ଆଇନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ଅରବିନ୍ଦ ପାଢୀ ବର୍ତ୍ତମାନ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ରହିଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ଶାସନ ସଚିବ ଭାବେ ତାଙ୍କୁ ଅତିରିକ୍ତ ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ଅରବିନ୍ଦ ପୂର୍ବରୁ ୨୦୧୪ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ରହିଥିଲେ । ଚଳିତବର୍ଷ ରଥଯାତ୍ରାରେ ଅନେକ ତ୍ରୁଟି ପରିଲକ୍ଷିତ ହୋଇଛି । ଚାରିଦ୍ବାର ଖୋଲିବା ପରେ ଶ୍ରୀମନ୍ଦିରରେ ଅଣାୟତ ଭିଡ଼, ରଥଯାତ୍ରା ସମୟରେ ଦଳାଟଚକଟାରେ ଜଣଙ୍କର ମୃତ୍ଯୁ ସହ ଆଡ଼ପ ପହଣ୍ଡି ବେଳେ ଖୋଦ୍ ବଡ଼ଠାକୁର ମୁହଁମାଡ଼ି ପଡ଼ିଯିବା ଚିନ୍ତାର କାରଣ । ବ୍ଯବସ୍ଥାରେ ତ୍ରୁଟିକୁ ଲକ୍ଷ୍ଯରେ ରଖି ରାଜ୍ଯ ସରକାର ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ବଦଳାଇଥିବା ଚର୍ଚ୍ଚା ହେଉଛି । ଆଗକୁ ବାହୁଡ଼ା ଯାତ୍ରା ସହ ଅନ୍ଯାନ୍ଯ ନୀତିକାନ୍ତି କିଭଳି ସୁରୁଖୁରୁରେ ସମାପନ ହେବ ତାହା ଅରିବନ୍ଦଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

12 Jul 2024 By The Sakala

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହେଲେ ଅରବିନ୍ଦ ପାଢ଼ୀ

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍‌ ଅରବିନ୍ଦ ପାଢ଼ୀଙ୍କୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଭାବେ ଗୁରବାର ନିଯୁକ୍ତି ମିଳିଛି। ପରବର୍ତ୍ତୀ ନିଷ୍ପତ୍ତି ଯାଏ ଭି.ଭି ଯାଦବଙ୍କ ସ୍ଥାନରେ ଶ୍ରୀ ପାଢ଼ୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ତୁଲାଇବେ। ନିଜ ବର୍ତ୍ତମାନର ଦାୟିତ୍ୱ ସହ ଶ୍ରୀ ପାଢ଼ୀ ମନ୍ଦିର ପ୍ରଶାସକ ଭାବେ ଦାୟିତ୍ୱ ସମ୍ଭାଳିବେ ବୋଲି ଆଇନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ଅରବିନ୍ଦ ପାଢୀ ବର୍ତ୍ତମାନ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ରହିଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ଶାସନ ସଚିବ ଭାବେ ତାଙ୍କୁ ଅତିରିକ୍ତ ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର ।

ଅରବିନ୍ଦ ପୂର୍ବରୁ ୨୦୧୪ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ରହିଥିଲେ । ଚଳିତବର୍ଷ ରଥଯାତ୍ରାରେ ଅନେକ ତ୍ରୁଟି ପରିଲକ୍ଷିତ ହୋଇଛି । ଚାରିଦ୍ବାର ଖୋଲିବା ପରେ ଶ୍ରୀମନ୍ଦିରରେ ଅଣାୟତ ଭିଡ଼, ରଥଯାତ୍ରା ସମୟରେ ଦଳାଟଚକଟାରେ ଜଣଙ୍କର ମୃତ୍ଯୁ ସହ ଆଡ଼ପ ପହଣ୍ଡି ବେଳେ ଖୋଦ୍ ବଡ଼ଠାକୁର ମୁହଁମାଡ଼ି ପଡ଼ିଯିବା ଚିନ୍ତାର କାରଣ । ବ୍ଯବସ୍ଥାରେ ତ୍ରୁଟିକୁ ଲକ୍ଷ୍ଯରେ ରଖି ରାଜ୍ଯ ସରକାର ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ବଦଳାଇଥିବା ଚର୍ଚ୍ଚା ହେଉଛି । ଆଗକୁ ବାହୁଡ଼ା ଯାତ୍ରା ସହ ଅନ୍ଯାନ୍ଯ ନୀତିକାନ୍ତି କିଭଳି ସୁରୁଖୁରୁରେ ସମାପନ ହେବ ତାହା ଅରିବନ୍ଦଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର