+୨ ପରୀକ୍ଷା ଫଳ ରିଚେକିଂ ପାଇଁ ଆଜିଠୁ ଆବେଦନ, ୧୫ ଯାଏଁ ଅବଧି

The Sakala Picture
Published On

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌‌ଏସ୍‌‌ଇ) ପରିଚାଳିତ +୨ ପରୀକ୍ଷା ଫଳ ରିଚେକିଂ ପାଇଁ ଆଜି ଠାରୁ ଆବେଦନ ଆରମ୍ଭ ହୋଇଛି। କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବର୍ଗର ଇଚ୍ଛୁକ ଛାତ୍ରଛାତ୍ରୀମାନେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଅନ୍‌‌ଲାଇନ୍‌‌ରେ ମୂଲ୍ୟାୟନ ହୋଇଥିବା ବିଷୟଗୁଡିକର ସଫ୍ଟ କପି ଆବେଦନକାରୀଙ୍କୁ ମେସେଜ ଓ ମେଲ୍‌‌ରେ ଲିଙ୍କ୍‌‌ ମାଧ୍ୟମରେ ଜୁନ୍‌‌ ୧୦ରୁ ୨୦ ତାରିଖ ମଧ୍ୟରେ ପ୍ରଦାନ କରାଯିବ। ଆବେଦନକାରୀ ଏହି ସମୟ ମଧ୍ୟରେ ଲିଙ୍କ୍‌‌ ନପାଇଲେ […]

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌‌ଏସ୍‌‌ଇ) ପରିଚାଳିତ +୨ ପରୀକ୍ଷା ଫଳ ରିଚେକିଂ ପାଇଁ ଆଜି ଠାରୁ ଆବେଦନ ଆରମ୍ଭ ହୋଇଛି। କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବର୍ଗର ଇଚ୍ଛୁକ ଛାତ୍ରଛାତ୍ରୀମାନେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଅନ୍‌‌ଲାଇନ୍‌‌ରେ ମୂଲ୍ୟାୟନ ହୋଇଥିବା ବିଷୟଗୁଡିକର ସଫ୍ଟ କପି ଆବେଦନକାରୀଙ୍କୁ ମେସେଜ ଓ ମେଲ୍‌‌ରେ ଲିଙ୍କ୍‌‌ ମାଧ୍ୟମରେ ଜୁନ୍‌‌ ୧୦ରୁ ୨୦ ତାରିଖ ମଧ୍ୟରେ ପ୍ରଦାନ କରାଯିବ। ଆବେଦନକାରୀ ଏହି ସମୟ ମଧ୍ୟରେ ଲିଙ୍କ୍‌‌ ନପାଇଲେ ବା ଅନ୍ୟ ବୈଷୟିକ ତ୍ରୁଟି ପାଇଁ ୨୨ ତାରିଖ ମଧ୍ୟରେ [email protected] ରେ ମେଲ୍‌‌ କରି ପରୀକ୍ଷା ନିୟନ୍ତ୍ରକଙ୍କ ଦୃଷ୍ଟିକୁ ଆଣିବାକୁ କୁହାଯାଇଛି। ଅଫ୍‌‌ଲାଇନ୍‌‌ରେ ମୂଲ୍ୟାୟନ ହୋଇଥିବା ବିଷୟଗୁଡିକର ରେଜଲ୍ଟ ପ୍ରକାଶ ପରେ ଆବେଦନକାରୀଙ୍କୁ ଫଟୋକପି ପ୍ରଦାନ କରାଯିବ। ରିଚେକିଂ ପାଇଁ ଗୋଟିଏ ବିଷୟ ପ୍ରତି ୨ଶହ ଟଙ୍କା ଫି’ ଧାର୍ଯ୍ୟ କରାଯାଇଥିବା ପରିଷଦ ପକ୍ଷରୁ ଦର୍ଶାଯାଇଛି।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର