କେମିତି କରିବେ +୩ ନାମଲେଖା ପାଇଁ ଆବେଦନ? ଜାଣନ୍ତୁ ଏଥର ନିୟମରେ କ’ଣ ହୋଇଛି ପରିବର୍ତ୍ତନ…..

The Sakala Picture
Published On

ଭୁବନେଶ୍ୱର: ଆଜିଠାରୁ +୩ ନାମଲେଖା ପାଇଁ ଆବେଦନ ଆରମ୍ଭ ହେବ। ଏଥିପାଇଁ ବିଧିବଦ୍ଧ ଭାବେ ଗତକାଲିଠୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ମେ’ ୨୦ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଆବେଦନରେ କୌଣସି ତ୍ରୁଟି ଥିଲେ, ୨୧ ଓ ୨୨ ତାରିଖରେ ସଂଶୋଧନ କରିପରିବେ। +୨ ପରୀକ୍ଷା ଦେଇଥିବା ପିଲାମାନେ ପରୀକ୍ଷାଫଳ ପ୍ରକାଶ ପାଇବାର ୧୦ଦିନ ମଧ୍ୟରେ ସେମାନଙ୍କ ମାର୍କ ଅପଡେଟ୍‌ କରିବେ ବୋଲି କୁହାଯାଇଛି। ଜାତୀୟ ଶିକ୍ଷାନୀତି ଲାଗୁ ହେବା ପରେ ପ୍ରଥମଥର ପାଇଁ ସ୍ନାତକ […]

ଭୁବନେଶ୍ୱର: ଆଜିଠାରୁ +୩ ନାମଲେଖା ପାଇଁ ଆବେଦନ ଆରମ୍ଭ ହେବ। ଏଥିପାଇଁ ବିଧିବଦ୍ଧ ଭାବେ ଗତକାଲିଠୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ମେ’ ୨୦ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଆବେଦନରେ କୌଣସି ତ୍ରୁଟି ଥିଲେ, ୨୧ ଓ ୨୨ ତାରିଖରେ ସଂଶୋଧନ କରିପରିବେ। +୨ ପରୀକ୍ଷା ଦେଇଥିବା ପିଲାମାନେ ପରୀକ୍ଷାଫଳ ପ୍ରକାଶ ପାଇବାର ୧୦ଦିନ ମଧ୍ୟରେ ସେମାନଙ୍କ ମାର୍କ ଅପଡେଟ୍‌ କରିବେ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ଜାତୀୟ ଶିକ୍ଷାନୀତି ଲାଗୁ ହେବା ପରେ ପ୍ରଥମଥର ପାଇଁ ସ୍ନାତକ ନାମଲେଖା ହେବ। ସେହି ଅନୁସାରେ ପୂର୍ବରୁ ଅନର୍ସ କୁହାଯାଇଥିବା ବିଷୟକୁ ‘ମେଜର’ ଓ ଜେନେରାଲ୍‌ ଇଲେକ୍‌ଟିଭ୍‌ (ଜିଇ) ବଦଳରେ ‘ମାଇନର୍‌’ ବିଷୟ କୁହାଯିବ। ଆବେଦନ ସମୟରେ ଛାତ୍ରଛାତ୍ରୀ ୩ଟି ଉପାୟରେ ବିଷୟ ଚୟନ କରିପାରିବେ। ଗୋଟିଏ ମେଜର ସହିତ ଦୁଇଟି ମାଇନର୍‌ ବିଷୟ କିମ୍ବା ଦୁଇଟି ମେଜର୍‌ ବିଷୟ କିମ୍ୱା ତିନିଟି ମାଇନର୍‌ ବିଷୟ ଦେଇପାରିବେ।

ଆହୁରି ପଢ଼ନ୍ତୁ: ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ଭ୍ରମାତ୍ମକ, ଦୁର୍ଭାଗ୍ୟଜନକ: ବିଜେଡି

ପ୍ରଥମ ପର୍ଯ୍ୟାୟ ନାମଲେଖା ୪ଟି ରାଉଣ୍ଡରେ ହେବ। ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଥିବା ପିଲା ପରବର୍ତ୍ତୀ ପର୍ଯ୍ୟାୟ ନାମଲେଖାରେ ଆଉ ଅଂଶଗ୍ରହଣ କରିପାରିବେ ନାହିଁ। ସୂଚନାଯୋଗ୍ୟ, ସ୍ନାତକୋତ୍ତର ଓ ବିଇଡି ପରି +୩ ନାମଲେଖା ମଧ୍ୟ ଚଳିତବର୍ଷ ଆଗୁଆ ହେବ। ଜୁଲାଇ ୧୦ତାରିଖ ସୁଦ୍ଧା ପାଠପଢ଼ା ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗ ଲକ୍ଷ୍ୟ ରଖିଛି।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର