କେମିତି କରିବେ +୩ ନାମଲେଖା ପାଇଁ ଆବେଦନ? ଜାଣନ୍ତୁ ଏଥର ନିୟମରେ କ’ଣ ହୋଇଛି ପରିବର୍ତ୍ତନ…..

The Sakala Picture
Published On

ଭୁବନେଶ୍ୱର: ଆଜିଠାରୁ +୩ ନାମଲେଖା ପାଇଁ ଆବେଦନ ଆରମ୍ଭ ହେବ। ଏଥିପାଇଁ ବିଧିବଦ୍ଧ ଭାବେ ଗତକାଲିଠୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ମେ’ ୨୦ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଆବେଦନରେ କୌଣସି ତ୍ରୁଟି ଥିଲେ, ୨୧ ଓ ୨୨ ତାରିଖରେ ସଂଶୋଧନ କରିପରିବେ। +୨ ପରୀକ୍ଷା ଦେଇଥିବା ପିଲାମାନେ ପରୀକ୍ଷାଫଳ ପ୍ରକାଶ ପାଇବାର ୧୦ଦିନ ମଧ୍ୟରେ ସେମାନଙ୍କ ମାର୍କ ଅପଡେଟ୍‌ କରିବେ ବୋଲି କୁହାଯାଇଛି। ଜାତୀୟ ଶିକ୍ଷାନୀତି ଲାଗୁ ହେବା ପରେ ପ୍ରଥମଥର ପାଇଁ ସ୍ନାତକ […]

ଭୁବନେଶ୍ୱର: ଆଜିଠାରୁ +୩ ନାମଲେଖା ପାଇଁ ଆବେଦନ ଆରମ୍ଭ ହେବ। ଏଥିପାଇଁ ବିଧିବଦ୍ଧ ଭାବେ ଗତକାଲିଠୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ମେ’ ୨୦ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଆବେଦନରେ କୌଣସି ତ୍ରୁଟି ଥିଲେ, ୨୧ ଓ ୨୨ ତାରିଖରେ ସଂଶୋଧନ କରିପରିବେ। +୨ ପରୀକ୍ଷା ଦେଇଥିବା ପିଲାମାନେ ପରୀକ୍ଷାଫଳ ପ୍ରକାଶ ପାଇବାର ୧୦ଦିନ ମଧ୍ୟରେ ସେମାନଙ୍କ ମାର୍କ ଅପଡେଟ୍‌ କରିବେ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ଭୀମଭୋଇ ମେଡିକାଲରେ ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ପରିବାରର ପକ୍ଷରୁ ତୀବ୍ର ଉତ୍ତେଜନା

ଜାତୀୟ ଶିକ୍ଷାନୀତି ଲାଗୁ ହେବା ପରେ ପ୍ରଥମଥର ପାଇଁ ସ୍ନାତକ ନାମଲେଖା ହେବ। ସେହି ଅନୁସାରେ ପୂର୍ବରୁ ଅନର୍ସ କୁହାଯାଇଥିବା ବିଷୟକୁ ‘ମେଜର’ ଓ ଜେନେରାଲ୍‌ ଇଲେକ୍‌ଟିଭ୍‌ (ଜିଇ) ବଦଳରେ ‘ମାଇନର୍‌’ ବିଷୟ କୁହାଯିବ। ଆବେଦନ ସମୟରେ ଛାତ୍ରଛାତ୍ରୀ ୩ଟି ଉପାୟରେ ବିଷୟ ଚୟନ କରିପାରିବେ। ଗୋଟିଏ ମେଜର ସହିତ ଦୁଇଟି ମାଇନର୍‌ ବିଷୟ କିମ୍ବା ଦୁଇଟି ମେଜର୍‌ ବିଷୟ କିମ୍ୱା ତିନିଟି ମାଇନର୍‌ ବିଷୟ ଦେଇପାରିବେ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେବାର ଆଶଙ୍କା

ପ୍ରଥମ ପର୍ଯ୍ୟାୟ ନାମଲେଖା ୪ଟି ରାଉଣ୍ଡରେ ହେବ। ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଥିବା ପିଲା ପରବର୍ତ୍ତୀ ପର୍ଯ୍ୟାୟ ନାମଲେଖାରେ ଆଉ ଅଂଶଗ୍ରହଣ କରିପାରିବେ ନାହିଁ। ସୂଚନାଯୋଗ୍ୟ, ସ୍ନାତକୋତ୍ତର ଓ ବିଇଡି ପରି +୩ ନାମଲେଖା ମଧ୍ୟ ଚଳିତବର୍ଷ ଆଗୁଆ ହେବ। ଜୁଲାଇ ୧୦ତାରିଖ ସୁଦ୍ଧା ପାଠପଢ଼ା ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗ ଲକ୍ଷ୍ୟ ରଖିଛି।

ଆହୁରି ପଢ଼ନ୍ତୁ: ଆଜି କୋଟିଆ ଗସ୍ତରେ ଯିବ ବିଜେଡିର ପ୍ରତିନିଧି ଦଳ, ଆନ୍ଧ୍ର ସରକାରଙ୍କ ନିର୍ବାଚନ ସମ୍ପର୍କିତ କାର୍ଯ୍ୟକଳାପକୁ କରିବ ବିରୋଧ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର