ଓଏଭିରେ +୨ ନାମଲେଖା ପାଇଁ ଆବେଦନ ଆରମ୍ଭ, ୧୫ ତାରିଖରେ ପ୍ରକାଶ ପାଇବ ମେଧା ତାଲିକା

The Sakala Picture
Published On

ଭୁବନେଶ୍ୱର, ୨୭ା୬(ସମିସ): ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ରେ +୨ ପ୍ରଥମ ବର୍ଷ ବା ଏକାଦଶ ଶ୍ରେଣୀରେ ନାମଲେଖା ପାଇଁ ଆବେଦନ ଆରମ୍ଭ ହୋଇଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ (ଓଏଭିଏସ୍‌‌) ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଆଶାୟୀ ଛାତ୍ରଛାତ୍ରୀମାନେ ଅଫଲାଇନ୍‌‌ରେ ଜୁଲାଇ ୧୨ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ୧୫ତାରିଖରେ ମେଧା ତାଲିକା ପ୍ରକାଶ ପାଇବ। ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ୧୬ରୁ ୨୧ତାରିଖ ମଧ୍ୟରେ ନାମ ଲେଖାଇବେ। ଏହାପରେ ୨୨ ତାରିଖରେ ୱେଟିଂଲିଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ […]

ଭୁବନେଶ୍ୱର, ୨୭ା୬(ସମିସ): ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ରେ +୨ ପ୍ରଥମ ବର୍ଷ ବା ଏକାଦଶ ଶ୍ରେଣୀରେ ନାମଲେଖା ପାଇଁ ଆବେଦନ ଆରମ୍ଭ ହୋଇଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ (ଓଏଭିଏସ୍‌‌) ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଆଶାୟୀ ଛାତ୍ରଛାତ୍ରୀମାନେ ଅଫଲାଇନ୍‌‌ରେ ଜୁଲାଇ ୧୨ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ୧୫ତାରିଖରେ ମେଧା ତାଲିକା ପ୍ରକାଶ ପାଇବ। ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ୧୬ରୁ ୨୧ତାରିଖ ମଧ୍ୟରେ ନାମ ଲେଖାଇବେ। ଏହାପରେ ୨୨ ତାରିଖରେ ୱେଟିଂଲିଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ଓ ୨୩ରୁ ୩୦ତାରିଖ ମଧ୍ୟରେ ନାମଲେଖା ହେବ। ସମସ୍ତ ନାମଲେଖା ପ୍ରକ୍ରିୟା ଜୁଲାଇ ୩୧ ତାରିଖରେ ସରିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ରାଜ୍ୟର ୨୧୪ଟି ଓଏଭିରେ +୨ ରହିଛି। ଏ ସବୁରେ ଉଭୟ ବିଜ୍ଞାନ ଓ ବାଣିଜ୍ୟ ପାଇଁ ୮୦ଟି ଲେଖାଏଁ ସିଟ୍‌‌ ରହିଛି। ବିଜ୍ଞାନରେ ଆବେଦନ କରିବାକୁ ହେଲେ, ସାଧାରଣ ଓ ପଛୁଆ ବର୍ଗର ଛାତ୍ରଛାତ୍ରୀମାନେ ଦଶମରେ ସମୁଦାୟ ୫୫ପ୍ରତିଶତ ବା ଅଧିକ ମାର୍କ ରଖିଥିବା ଆବଶ୍ୟକ। ଏହାସହ ବିଜ୍ଞାନ ଓ ଗଣିତରେ ମିଳିତ ଭାବେ ୫୦ପ୍ରତିଶତ ନମ୍ବର ରଖିଥିଲେ ଆବେଦନ କରିବାକୁ ଯୋଗ୍ୟ ବିବେଚିତ ହେବେ। ଅନୁରୂପ ଭାବେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀମାନେ ସମୁଦାୟ ୫୦ପ୍ରତିଶତ ଏବଂ ଗଣିତ ଓ ବିଜ୍ଞାନରେ ମିଳିତ ଭାବେ ୪୫ପ୍ରତିଶତ ନମ୍ବର ରଖିଥିଲେ ଆବେଦନ କରିପାରିବେ। ବାଣିଜ୍ୟରେ ଆବେଦନ କରିବାକୁ ହେଲେ କେବଳ ଦଶମ ପାସ୍‌‌ କରିଥିବା ଆବଶ୍ୟକ ବୋଲି ଦର୍ଶାଯାଇଛି। ଛାତ୍ରଛାତ୍ରୀଙ୍କ ଚୟନ କରିବାର ପ୍ରକ୍ରିୟା ମଧ୍ୟ ସମସ୍ତ ଓଏଭିକୁ ଅବଗତ କରାଯାଇଛି। ପ୍ରଥମେ ସେହି ସ୍କୁଲର ଛାତ୍ରଛାତ୍ରୀଙ୍କୁ ପ୍ରାଥମିକତା ଦିଆଯିବ। ପରେ ସେହି ଜିଲ୍ଲା ଓ ତା’ ପରେ ଅନ୍ୟ ଜିଲ୍ଲା ଓଏଭି ଛାତ୍ରଛାତ୍ରୀଙ୍କୁ ବିଚାରକୁ ନିଆଯିବ। ଏହାପରେ ଯଥାକ୍ରମେ ସେହି ବ୍ଲକ, ସେହି ଜିଲ୍ଲା ଓ ଅନ୍ୟ ଜିଲ୍ଲାର ସରକାରୀ ଓ ବେସରକାରୀ ବିଦ୍ୟାଳୟର ପିଲାଙ୍କୁ ଆଗ୍ରାଧିକାର ଦିଆଯିବ ବୋଲି ଗାଇଡଲାଇନ୍‌‌ରେ ଦର୍ଶାଯାଇଛି।
ସୂଚନାଯୋଗ୍ୟ, ସମସ୍ତ ଓଏଭିରେ ସିବିଏସ୍‌‌ଇ ପାଠ୍ୟକ୍ରମ ପଢ଼ାଯାଉଛି। ୧୩୧ଟି ଓଏଭିରେ ବାଳିକା ହଷ୍ଟେଲ୍‌‌ ଉପଲବ୍ଧ ରହିଛି।

29 Jun 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର