ପିଜି ନାମ ଲେଖା ପାଇଁ ଆବେଦନର ଆଜି ଶେଷ ତାରିଖ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର(ପିଜି) ନାମ ଲେଖା ପାଇଁ ଆବେଦନ ଆଜି ଶେଷ ହେବ। ଛାତ୍ରଛାତ୍ରୀ ଆଜି ମଧ୍ୟରାତ୍ର ଯାଏଁ ଆବେଦନ କରିପାରିବେ। ଜୁଲାଇ ୧୮ ଓ ୧୯ ତାରିଖ ଦୁଇ ଦିନ ପିଲାଙ୍କ ଫର୍ମ ସଂଶୋଧନ ପାଇଁ ସୁଯୋଗ ଦିଆଯାଇଥିବା ବେଳେ ଶନିବାର ସଂଧ୍ୟା ସୁଦ୍ଧା ୬୨,୫୪୮ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି। ୭୩ଟି ଶିକ୍ଷାନୁଷ୍ଠାନରେ ପିଜି ନାମଲେଖା ପାଇଁ ୫୪,୫୧୬ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବାବେଳେ ୫୦ ହଜାର […]

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର(ପିଜି) ନାମ ଲେଖା ପାଇଁ ଆବେଦନ ଆଜି ଶେଷ ହେବ। ଛାତ୍ରଛାତ୍ରୀ ଆଜି ମଧ୍ୟରାତ୍ର ଯାଏଁ ଆବେଦନ କରିପାରିବେ। ଜୁଲାଇ ୧୮ ଓ ୧୯ ତାରିଖ ଦୁଇ ଦିନ ପିଲାଙ୍କ ଫର୍ମ ସଂଶୋଧନ ପାଇଁ ସୁଯୋଗ ଦିଆଯାଇଥିବା ବେଳେ ଶନିବାର ସଂଧ୍ୟା ସୁଦ୍ଧା ୬୨,୫୪୮ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି। ୭୩ଟି ଶିକ୍ଷାନୁଷ୍ଠାନରେ ପିଜି ନାମଲେଖା ପାଇଁ ୫୪,୫୧୬ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବାବେଳେ ୫୦ ହଜାର ୫୫୫ ଜଣ ଛାତ୍ରଛାତ୍ରୀ ଆବେଦନ ଫି’ ପୈଠ କରିଛନ୍ତି। ତେବେ ଅଗଷ୍ଟ ୧ରୁ ପିଜି ପ୍ରବେଶିକା ଆରମ୍ଭ ହେବାକୁ ଥିବାବେଳେ ଜୁଲାଇ ୨୫ ତରିଖ ଅପରାହ୍ଣ ୨ଟାରୁ ସେମାନଙ୍କ ଆଡ଼ମିଟ୍‍ କାର୍ଡ଼ ଅନଲାଇନରେ ଉପଲବ୍ଧ ହେବ। ତେବେ ଏକକ ପିଜି ପ୍ରବେଶିକା ପରୀକ୍ଷା(ସିପିଇଟି) ଅଗଷ୍ଟ ୧୩ ତାରିଖରେ ସରିବ। ପ୍ରତି ଦିନ ତିନୋଟି ସିଫ୍ଟରେ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମ ସିଫ୍ଟ ସକାଳ ୧୦ ରୁ ୧୧.୩୦ ଦ୍ୱିତୀୟ ସିଫ୍ଟ ମଧ୍ୟାହ୍ନ ୧୨.୩୦ ରୁ ୨ଟା ଓ ତୃତୀୟ ସିଫ୍ଟ ଅପରାହ୍ଣ ୩ ରୁ ୪.୩୦ ଯାଏଁ ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀ ପରୀକ୍ଷା ସୂଚୀ ସମ୍ପର୍କିତ ସମସ୍ତ ତଥ୍ୟ www.samsodisha.gov.inରୁ ପାଇ ପାରିବେ ବୋଲି ବିଭାଗ ଦର୍ଶାଇଛି।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

17 Jul 2022 By The Sakala

ପିଜି ନାମ ଲେଖା ପାଇଁ ଆବେଦନର ଆଜି ଶେଷ ତାରିଖ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର(ପିଜି) ନାମ ଲେଖା ପାଇଁ ଆବେଦନ ଆଜି ଶେଷ ହେବ। ଛାତ୍ରଛାତ୍ରୀ ଆଜି ମଧ୍ୟରାତ୍ର ଯାଏଁ ଆବେଦନ କରିପାରିବେ। ଜୁଲାଇ ୧୮ ଓ ୧୯ ତାରିଖ ଦୁଇ ଦିନ ପିଲାଙ୍କ ଫର୍ମ ସଂଶୋଧନ ପାଇଁ ସୁଯୋଗ ଦିଆଯାଇଥିବା ବେଳେ ଶନିବାର ସଂଧ୍ୟା ସୁଦ୍ଧା ୬୨,୫୪୮ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି। ୭୩ଟି ଶିକ୍ଷାନୁଷ୍ଠାନରେ ପିଜି ନାମଲେଖା ପାଇଁ ୫୪,୫୧୬ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବାବେଳେ ୫୦ ହଜାର ୫୫୫ ଜଣ ଛାତ୍ରଛାତ୍ରୀ ଆବେଦନ ଫି’ ପୈଠ କରିଛନ୍ତି। ତେବେ ଅଗଷ୍ଟ ୧ରୁ ପିଜି ପ୍ରବେଶିକା ଆରମ୍ଭ ହେବାକୁ ଥିବାବେଳେ ଜୁଲାଇ ୨୫ ତରିଖ ଅପରାହ୍ଣ ୨ଟାରୁ ସେମାନଙ୍କ ଆଡ଼ମିଟ୍‍ କାର୍ଡ଼ ଅନଲାଇନରେ ଉପଲବ୍ଧ ହେବ। ତେବେ ଏକକ ପିଜି ପ୍ରବେଶିକା ପରୀକ୍ଷା(ସିପିଇଟି) ଅଗଷ୍ଟ ୧୩ ତାରିଖରେ ସରିବ। ପ୍ରତି ଦିନ ତିନୋଟି ସିଫ୍ଟରେ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମ ସିଫ୍ଟ ସକାଳ ୧୦ ରୁ ୧୧.୩୦ ଦ୍ୱିତୀୟ ସିଫ୍ଟ ମଧ୍ୟାହ୍ନ ୧୨.୩୦ ରୁ ୨ଟା ଓ ତୃତୀୟ ସିଫ୍ଟ ଅପରାହ୍ଣ ୩ ରୁ ୪.୩୦ ଯାଏଁ ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀ ପରୀକ୍ଷା ସୂଚୀ ସମ୍ପର୍କିତ ସମସ୍ତ ତଥ୍ୟ www.samsodisha.gov.inରୁ ପାଇ ପାରିବେ ବୋଲି ବିଭାଗ ଦର୍ଶାଇଛି।

https://www.thesakala.in/latest-odisha-news/application-for-pg-entrance-will-end-today/article-13365
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର