ରାଜ୍ୟ ବିଜେପି ପାଇଁ ଶିରପୀଡ଼ା ପାଲଟିଛନ୍ତି ଅପରାଜିତା

The Sakala Picture
Published On

ପୁରୀ: ରାଜ୍ୟ ବିଜେପି ପାଇଁ ଶିରପୀଡ଼ା ପାଲଟିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ବିଭିନ୍ନ ଜିଲ୍ଲାରେ ଦଳୀୟ ସଙ୍ଗଠନ ଅପେକ୍ଷା ନିଜସ୍ୱ ସଙ୍ଗଠନ ଗଢ଼ିବା ଓ ପୁରୀ ଜିଲ୍ଲା ବିଜେପିରେ ବିଭେଦ ସୃଷ୍ଟି କରିବା ପରି ଭୟଙ୍କର ଅଭିଯୋଗ ତାଙ୍କ ବିରୋଧରେ ଆସିଛି। ଅନ୍ୟପକ୍ଷରେ ଅପରାଜିତାଙ୍କ କାର୍ଯ୍ୟକ୍ରମରୁୁ ଦଳ ଓ ଦଳୀୟ ନେତୃତ୍ୱ ନିଜକୁ ଦୂରେଇ ରଖୁଥିବାବେଳେ କୋଣାର୍କ ସମାବେଶରେ ମୁଖ୍ୟ ପୁରୋଧା ସାଜିଥିବା କୋଣାର୍କ ମଣ୍ଡଳ ସଭାପତି ସୁରେନ୍‍ ପାଲ୍‍, ରାଜ୍ୟ ଯୁବମୋର୍ଚ୍ଚାର ପୂର୍ବତନ କାର୍ଯ୍ୟକାରିଣୀ […]

ପୁରୀ: ରାଜ୍ୟ ବିଜେପି ପାଇଁ ଶିରପୀଡ଼ା ପାଲଟିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ବିଭିନ୍ନ ଜିଲ୍ଲାରେ ଦଳୀୟ ସଙ୍ଗଠନ ଅପେକ୍ଷା ନିଜସ୍ୱ ସଙ୍ଗଠନ ଗଢ଼ିବା ଓ ପୁରୀ ଜିଲ୍ଲା ବିଜେପିରେ ବିଭେଦ ସୃଷ୍ଟି କରିବା ପରି ଭୟଙ୍କର ଅଭିଯୋଗ ତାଙ୍କ ବିରୋଧରେ ଆସିଛି। ଅନ୍ୟପକ୍ଷରେ ଅପରାଜିତାଙ୍କ କାର୍ଯ୍ୟକ୍ରମରୁୁ ଦଳ ଓ ଦଳୀୟ ନେତୃତ୍ୱ ନିଜକୁ ଦୂରେଇ ରଖୁଥିବାବେଳେ କୋଣାର୍କ ସମାବେଶରେ ମୁଖ୍ୟ ପୁରୋଧା ସାଜିଥିବା କୋଣାର୍କ ମଣ୍ଡଳ ସଭାପତି ସୁରେନ୍‍ ପାଲ୍‍, ରାଜ୍ୟ ଯୁବମୋର୍ଚ୍ଚାର ପୂର୍ବତନ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ ସ୍ୱାଇଁଙ୍କୁ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ ବିଜେପିରୁ ନିଲମ୍ବିତ କରିଛନ୍ତି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ନିକଟରେ କୋଣାର୍କ ବିକାଶ ପରିଷଦ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟଅତିଥି ଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ବିଜେପିର କିଛି ନେତା ଏହାର ମୁଖ୍ୟ ପୃଷ୍ଠପୋଷକ ଥିବା ଚର୍ଚ୍ଚା ହେଉଥିଲା। ହେଲେ ଏହି ବୈଠକକୁ ଜିଲ୍ଲାର କୌଣସି ଆଗଧାଡ଼ିର ଦଳୀୟ ନେତାଙ୍କୁ ନିମନ୍ତ୍ରଣ କରାଯାଇ ନ ଥିଲା କିମ୍ବା ଏଭଳି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦିଆଯାଇ ନ ଥିଲା। କୋଣାର୍କରେ ସ୍ଥାନୀୟ କର୍ମକର୍ତ୍ତାଙ୍କ ଉଦ୍ୟମରେ କାର୍ଯ୍ୟକ୍ରମ ଆୟୋଜନ ଓ ଏଥିରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କ ଯୋଗଦାନକୁ ଜିଲ୍ଲା ବିଜେପି ମୁଖିଆ ସହଜରେ ଗ୍ରହଣ କରିପାରି ନାହାନ୍ତି। କାର୍ଯ୍ୟକ୍ରମ ଶେଷ ହେଉହେଉ ଏହାର ପୃଷ୍ଠପୋଷକ କୁହାଯାଉଥିବା ଦଳୀୟ ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ଏହି କାର୍ଯ୍ୟକ୍ରମ ପରେ ଜିଲ୍ଲା ବିଜେପି କନ୍ଦଳ ପୁଣି ପଦାରେ ପଡ଼ିଛି। କେଉଁମାନେ ଏହାକୁ ଆୟୋଜନ କରିଥିଲେ, ଏଥିରେ ଦଳର କିଏ କିଏ ସକ୍ରିୟ ଭାବେ ସାମିଲ ଥିଲେ ସେ ନେଇ ତାଲିକା କରାଯାଇଥିଲା। ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ତୃଣମୂଳସ୍ତରରେ ଦଳକୁ ବିଭାଜନ ଓ ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ କୋଣାର୍କର ପୂର୍ବତନ ମଣ୍ଡଳ ସଭାପତି ତଥା ପୁରୀ ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ସୁରେନ ପାଲ ଓ ପୂର୍ବତନ ରାଜ୍ୟ ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଭ୍ୟ ପ୍ରଶାନ୍ତ କୁମାର ସ୍ୱାଇଁଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରିଛନ୍ତି। ଏତଦ୍‍ବ୍ୟତୀତ ଦୁଇଜଣଙ୍କୁ ଦଳରୁ ତୁରନ୍ତ ବହିଷ୍କାର ପାଇଁ ରାଜ୍ୟ ସଭାପତିଙ୍କୁ ସୁପାରିଶ କରିଛନ୍ତି ଆଶ୍ରିତ। ଅପରାଜିତାଙ୍କୁ ନେଇ ପୁରୀ ବିଜେପିରେ ବିବାଦ ନୂଆ ନୁହେଁ। ଗତବର୍ଷ ସେପ୍ଟେମ୍ବର ୧୧ ତାରିଖରେ ଅପରାଜିତା ନିଜ ସଙ୍ଗଠନ ‘ୟୁଥ୍‍ ଫର ଆକ୍ସନ’ ବ୍ୟାନରରେ ପୁରୀ ଜିଲ୍ଲାରେ ଯୁବକମାନଙ୍କୁ ଏକାଠି କରିବାକୁ ଚେଷ୍ଟା କରିଥିଲେ। ସଂସ୍କୃତି ଭବନରେ କାର୍ଯ୍ୟକ୍ରମ କରାଯାଇଥିଲା। ହେଲେ ତାଙ୍କ କାର୍ଯ୍ୟକ୍ରମରେ ଜିଲ୍ଲାର କୌଣସି ଦଳୀୟ ନେତାଙ୍କୁ ଦେଖିବାକୁ ମିଳି ନ ଥିଲା। ୟୁଥ୍‍ ଫର ଆକ୍ସନରେ ସେ ଯେଉଁମାନଙ୍କୁ ସାମିଲ କରିଥିଲେ ସେଥିରେ ଜିଲ୍ଲା ଯୁବମୋର୍ଚ୍ଚାର କୌଣସି ପଦାଧିକାରୀ ନ ଥିଲେ। ଦଳୀୟ ସଙ୍ଗଠନରେ କିଛି ପଦପଦବୀ ଆଶା କରି ନିରାଶ ହେବା ପରେ କିଛି ଯୁବକ ୟୁଥ୍‍ ଫର ଆକ୍ସନ ସହିତ ଯୋଡି ହୋଇଥିବା ସେତେବେଳେ ଚର୍ଚ୍ଚା ହୋଇଥିଲା। କୋଣାର୍କରେ ଅନୁଷ୍ଠିତ କାର୍ଯ୍ୟକ୍ରମ ପରେ ବିପକ୍ଷଗୋଷ୍ଠୀ ଦୁଇଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିବା ଆଲୋଚନା ହେଉଛି। ଏହାଦ୍ୱାରା ଆଗକୁ ଯେଉଁମାନେ ଅପରାଜିତାଙ୍କ ସହିତ ବାହାରିବେ ସେମାନଙ୍କୁ ମଧ୍ୟ ସମଦଶା ଭୋଗିବାକୁ ପଡ଼ିବ ବୋଲି ପରୋକ୍ଷରେ ଚେତାଇ ଦିଆଯାଇଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର