୧୩ରେ ଆଉ ଏକ ଲଘୁଚାପ, ପାଣି ଟାଣୁନି ଜୁଆରିଆ ସମୁଦ୍ର; ଫୁଲୁଛି ରାଜ୍ୟର ପ୍ରମୁଖ ନଦୀ…..

The Sakala Picture
Published On

ଭୁବନେଶ୍ୱର: ଲଘୁଚାପ ଯୋଗୁଁ ରାଜ୍ୟର ପ୍ରମୁଖ ନଦୀଗୁଡ଼ିକର ଉଭୟ ଉପର ଓ ତଳମୁଣ୍ଡରେ ପ୍ରବଳ ବର୍ଷା ହୋଇଛି। ତଳମୁଣ୍ଡରେ ବର୍ଷା ଯୋଗୁଁ ରାଜ୍ୟର ପ୍ରମୁଖ ନଦୀଗୁଡ଼ିକ ଏବେ ଫୁଲି ରହିଛି। ଅନ୍ୟପଟେ ଉପରମୁଣ୍ଡରେ ହୋଇଥିବା ବର୍ଷା ପାଇଁ ରାଜ୍ୟର ବଡ଼ ବଡ଼ ଡ୍ୟାମ୍‌ଗୁଡ଼ିକୁ ମଧ୍ୟ ପ୍ରଚୁର ଜଳ ପ୍ରବେଶ କରୁଛି। ଡ୍ୟାମ୍‌ର ଜଳଧାରଣ କ୍ଷମତାକୁ ଦୃଷ୍ଟିରେ ରଖି ଏଠାରୁ ଜଳ ନିଷ୍କାସନ ଅପରିହାର୍ଯ୍ୟ ହୋଇପଡ଼ିଥିବା ବେଳେ ଏହା ରାଜ୍ୟବାସୀ ଓ ସରକାରଙ୍କ ପାଇଁ ଚିନ୍ତା ବଢ଼ାଇଛି। ଏହାରି […]

ଭୁବନେଶ୍ୱର: ଲଘୁଚାପ ଯୋଗୁଁ ରାଜ୍ୟର ପ୍ରମୁଖ ନଦୀଗୁଡ଼ିକର ଉଭୟ ଉପର ଓ ତଳମୁଣ୍ଡରେ ପ୍ରବଳ ବର୍ଷା ହୋଇଛି। ତଳମୁଣ୍ଡରେ ବର୍ଷା ଯୋଗୁଁ ରାଜ୍ୟର ପ୍ରମୁଖ ନଦୀଗୁଡ଼ିକ ଏବେ ଫୁଲି ରହିଛି। ଅନ୍ୟପଟେ ଉପରମୁଣ୍ଡରେ ହୋଇଥିବା ବର୍ଷା ପାଇଁ ରାଜ୍ୟର ବଡ଼ ବଡ଼ ଡ୍ୟାମ୍‌ଗୁଡ଼ିକୁ ମଧ୍ୟ ପ୍ରଚୁର ଜଳ ପ୍ରବେଶ କରୁଛି। ଡ୍ୟାମ୍‌ର ଜଳଧାରଣ କ୍ଷମତାକୁ ଦୃଷ୍ଟିରେ ରଖି ଏଠାରୁ ଜଳ ନିଷ୍କାସନ ଅପରିହାର୍ଯ୍ୟ ହୋଇପଡ଼ିଥିବା ବେଳେ ଏହା ରାଜ୍ୟବାସୀ ଓ ସରକାରଙ୍କ ପାଇଁ ଚିନ୍ତା ବଢ଼ାଇଛି। ଏହାରି ମଧ୍ଯରେ ୧୩ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ବର୍ଷାର ପ୍ରଭାବ ବଢ଼ିପାରେ ବୋଲି ଆକଳନ କରାଯାଉଛି।

ଆହୁରି ପଢ଼ନ୍ତୁ: ଗାଡ଼ି ମାଲିକଙ୍କୁ ବଡ଼ ଆଶ୍ୱସ୍ତି: ପିୟୁସିସି (PUCC) ନିୟମ ଉଲ୍ଲଂଘନ ପାଇଁ କମିଲା ଜରିମାନା

ବର୍ତ୍ତମାନ ନଦୀ ଓ ଡ୍ୟାମ୍‌ଗୁଡ଼ିକରେ ଜଳ ପୂର୍ଣ୍ଣ ଅବସ୍ଥାରେ ରହିଥିବା ବେଳେ ୭ ତାରିଖରେ ପୂର୍ଣ୍ଣିମା ଥିବାରୁ ସମୁଦ୍ର ଜୁଆରିଆ ରହୁଛି ଓ ନଦୀରୁ ବନ୍ୟା ଜଳ ନିଷ୍କାସନ ହେବାରେ ବାଧା ସୃଷ୍ଟି ହେଉଛି। ସମୁଦ୍ର ପାଣି ଟାଣୁ ନ ଥିବାରୁ ବନ୍ୟା ଜଳ ନଦୀକୂଳିଆ ଲୋକଙ୍କ ପାଇଁ ବିପଦ ବଢ଼ାଇବାର ଆଶଙ୍କା ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: MKCG ମେଡିକାଲ ପରିସର ନର୍ସିଂ ଛାତ୍ରାବାସରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଛାତ୍ର

ଶୁକ୍ରବାର ବୈତରଣୀ ନଦୀ ବିପଦ ସଙ୍କେତ ତଳକୁ ଖସିଥିଲେ ମଧ୍ୟ ଏବେ ବି ଭଦ୍ରକ ଓ ଯାଜପୁର ଜିଲ୍ଲାର ଅନେକ ଅଞ୍ଚଳ ଜଳବନ୍ଦୀ ଅବସ୍ଥାରେ ରହିଛି। ଯାଜପୁର ଓ ଆରଡ଼ି ରାସ୍ତା ବିଛିନ୍ନ ହୋଇଥିବା ବେଳେ ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ ବାଲେଶ୍ୱର ଜିଲ୍ଲାର ବସ୍ତା, ବାଲିଆପାଳ ଆଦି ବ୍ଲକ୍‌ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖାରେ ମଧ୍ୟ ଜଳ ଭରି ରହିଛି। ଫଳରେ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ବନ୍ୟା ବିପଦ ଜାରି ରହିଛି। ମହାନଦୀ ସ୍ଥିତି ଏବେ ସବୁଠୁ ଜଟିଳ ହୋଇଛି।

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

ଗତ ଲଘୁଚାପ ପ୍ରଭାବରେ ମହାନଦୀ ତଳମୁଣ୍ଡରେ ୫୬ ମିମି ବର୍ଷା ହୋଇଥିବା ବେଳେ ଉପମୁଣ୍ଡରେ ୮୭ ମିମି ବର୍ଷା ରେକର୍ଡ ହୋଇଛି। ତେଣୁ ମହାନଦୀ ପୂର୍ଣ୍ଣ ଅବସ୍ଥାରେ ଥିବା ବେଳେ ଡ୍ୟାମ୍‌ରୁ ନିଷ୍କାସିତ ହେଉଥିବା ଜଳ ନଦୀକୁ ଆହୁରି ଫୁଲାଉଛି। ବର୍ତ୍ତମାନ ସମ୍ବଲପୁର-ସୁବର୍ଣ୍ଣପୁର ୧୫ ନଂ ରାଜ୍ୟ ରାଜପଥରେ ବର୍ତ୍ତମାନ ବନ୍ୟା ପାଣି ପ୍ରବାହିତ ହେଉଛି। ଆସନ୍ତା ୩-୪ ଦିନ ପର୍ଯ୍ୟନ୍ତ ସମୁଦ୍ର ଭଲ ପାଣି ନ ନେବାର ଆଶଙ୍କା ରହିଥିବାରୁ ମହାନଦୀକୂଳିଆ କିଛି ଜିଲ୍ଲାରେ ସ୍ଥିତି ଚିନ୍ତାଜନକ ହେବାର ମଧ୍ୟ ଆଶଙ୍କା କରାଯାଉଛି। ଅନ୍ୟପକ୍ଷରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ଛତିଶଗଡ଼ ଅତିକ୍ରମ କରି ମଧ୍ୟପ୍ରଦେଶ ଉପରେ ରହିଛି। ତେବେ ଓଡ଼ିଶା ଉପରେ ବର୍ତ୍ତମାନ ମୌସୁମୀ ଟ୍ରଫ୍‌ ଥିବାରୁ ଏହାର ପ୍ରଭାବରେ ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ ଭଲ ବର୍ଷା ହୋଇଛି। ସକାଳେ ଭୁବନେଶ୍ୱରରେ ୩୨ମିମି ଓ କଟକରେ ୫୦ ମିମି ବର୍ଷା ହୋଇଥିବା ରେକଡର଼୍ କରାଯାଇଛି। ଶନିବାର ଉପକୂଳବର୍ତ୍ତୀ ବିଭିନ୍ନ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବେ ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି।

ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି ଯେ ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦରେ ଅଧିକ ଗେଟ୍‌ ଖୋଲାଯାଇଛି। ଆସନ୍ତା ୭ ତାରିଖ ବେଳକୁ ମୁଣ୍ଡଳୀରେ ସାଢେ଼ ୪ ଲକ୍ଷରୁ ୫ ଲକ୍ଷ କ୍ୟୁସେକ୍‌ ବନ୍ୟା ଜଳ ପହଞ୍ଚିବ। ଏବେ ଜଳକାକୁ ଛାଡ଼ି ଦେଲେ ଅନ୍ୟ କୌଣସି ନଦୀ ଏବେ ବିପଦ ସଙ୍କେତ ଉପରେ ନାହିଁ ବୋଲି ଶ୍ରୀ ପାଢ଼ୀ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର