କଂଗ୍ରେସ ଛାଡ଼ିଲେ ଲାଞ୍ଜିଗଡ଼ ପୂର୍ବତନ ବିଧାୟକ ଶିବାଜୀ ମାଝୀ

The Sakala Picture
Published On

କଳାହାଣ୍ଡି: ହାତ ଛାଡ଼ିଲେ କଂଗ୍ରେସର ଆଉ ଜଣେ ପୂର୍ବତନ ବିଧାୟକ। ତାଙ୍କ ନାମ ଶିବାଜୀ ମାଝୀ । ପିସିସି ସଭାପତିଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ଇ-ମେଲ୍ ଯୋଗେ ପଠାଇ ଦେଇଛନ୍ତି। ୨୦୦୭ରେ ଶିବାଜୀ କଂଗ୍ରେସରେ ଯୋଗ ଦେଇଥିଲେ । ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସର ବିଧାୟକ ଥିଲେ । ଦଳର ଅଣଦେଖା ଯୋଗୁଁ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ଶିବାଜୀ ମାଝୀ । ଶିବାଜୀ ମାଝୀ ୨୦୦୯ରେ କଂଗ୍ରେସ ଟିକେଟ୍‌ରେ ଲାଞ୍ଜିଗଡ଼ରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୯ […]

କଳାହାଣ୍ଡି: ହାତ ଛାଡ଼ିଲେ କଂଗ୍ରେସର ଆଉ ଜଣେ ପୂର୍ବତନ ବିଧାୟକ। ତାଙ୍କ ନାମ ଶିବାଜୀ ମାଝୀ । ପିସିସି ସଭାପତିଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ଇ-ମେଲ୍ ଯୋଗେ ପଠାଇ ଦେଇଛନ୍ତି। ୨୦୦୭ରେ ଶିବାଜୀ କଂଗ୍ରେସରେ ଯୋଗ ଦେଇଥିଲେ । ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସର ବିଧାୟକ ଥିଲେ । ଦଳର ଅଣଦେଖା ଯୋଗୁଁ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ଶିବାଜୀ ମାଝୀ ।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ଶିବାଜୀ ମାଝୀ ୨୦୦୯ରେ କଂଗ୍ରେସ ଟିକେଟ୍‌ରେ ଲାଞ୍ଜିଗଡ଼ରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୯ ନିର୍ବାଚନରେ ସେ ପୁଣି ଏହି ଆସନରୁ କଂଗ୍ରେସ ଟିକେଟ୍‌ରେ ପ୍ରାର୍ଥୀ ହୋଇଥିଲେ ମଧ୍ୟ ହାରି ଯାଇଥିଲେ। ଶ୍ରୀ ମାଝୀ କେଉଁ ଦଳକୁ ଯିବେ, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

ସୂଚନା ଯୋଗ୍ୟ ଯେ, ପୂର୍ବରୁ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝି ମଧ୍ୟ କଂଗ୍ରେସରୁ ଇସ୍ତଫା ଦେଇଥିବା ବେଳେ ଆଜି ବିଜୁ ଜନତା ଦଳରେ ଯୋଗଦେଇଛନ୍ତି । ଏକ ବିରାଟ ରାଲିରେ ସମର୍ଥକଙ୍କ ସହ ଆସିବା ସହ ବିଜେଡିରେ ମିଶିଛନ୍ତି ପ୍ରଦୀପ ମାଝୀ । ନବରଙ୍ଗପୁର ଚାଉଁରିଆଗୁଡ଼ାରେ ଆୟୋଜିତ ସ୍ୱତନ୍ତ୍ର ମିଶ୍ରଣ ପର୍ବରେ ଶଙ୍ଖ ଧରିଛନ୍ତି ପ୍ରଦୀପ ।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର