ରାଜ୍ୟରୁ ଆଜି ସୁସ୍ଥ ହେଲେ ୧୦ ହଜାର ୩୬ ଜଣ କରୋନା ଆକ୍ରାନ୍ତ

The Sakala Picture
Published On

ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଜି କରୋନାରୁ ୧୦ ହଜାର ୩୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୭୧ ଜଣ ଅଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୪୬ ହଜାର […]

ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଜି କରୋନାରୁ ୧୦ ହଜାର ୩୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୭୧ ଜଣ ଅଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୪୬ ହଜାର ୬୩୧କୁ ବୃଦ୍ଧି ପାଇଛି ।

ଆହୁରି ପଢ଼ନ୍ତୁ: ଶବ ସତ୍କାରରୁ ଫେରୁଥିଲେ, ନିଜେ ପାଲଟିଗଲେ ଶବ; ବନ୍ୟା ସ୍ରୋତରେ ଚାଲିଗଲା ଜୀବନ

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ସୁନ୍ଦରଗଡ଼ରୁ ୮୧୪ ଜଣ ଥିବା ବେଳେ, କଟକରୁ ୭୧୮, ଅନୁଗୁଳରୁ ୫୧୦, ବରଗଡ଼ରୁ ୪୫୫, କଳାହାଣ୍ଡିରୁ ୪୩୭, ଯାଜପୁରରୁ ୪୦୭, ଗଞ୍ଜାମରୁ ୩୬୬, ପୁରୀରୁ ୩୫୧, ବଲାଙ୍ଗିରରୁ ୩୪୨, ଝାରସୁଗୁଡ଼ାରୁ ୩୩୪, ସମ୍ବଲପୁରରୁ ୩୦୦, ଭଦ୍ରକରୁ ୨୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଆହୁରି ପଢ଼ନ୍ତୁ: ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପିପିଲି ତହସିଲର ଦୁଇ ରାଜସ୍ୱ ଅଧିକାରୀ

ଏହାସହ ନୟାଗଡ଼ରୁ ୨୪୫ ଜଣ ଥିବା ବେଳେ, ଢେଙ୍କାନାଳରୁ ୨୩୬, ବାଲେଶ୍ବରରୁ ୨୩୦, ବୌଦ୍ଧରୁ ୨୧୮, ନୂଆପଡ଼ାରୁ ୨୦୨, ରାୟଗଡ଼ାରୁ ୧୯୯, କେନ୍ଦୁଝରରୁ ୧୮୬, ମୟୂରଭଞ୍ଜରୁ ୧୬୫, ଜଗତସିଂହପୁରରୁ ୧୫୫, ସୋନପୁରରୁ ୧୪୮, କେନ୍ଦ୍ରାପଡ଼ାରୁ ୧୪୧, ଦେବଗଡ଼ରୁ ୧୩୮, କୋରାପୁଟରୁ ୧୧୧, ଗଜପତିରୁ ୧୦୨, କନ୍ଧମାଳରୁ ୯୫, ମାଲକାନଗିରିରୁ ୮୩ ଓ ଷ୍ଟେଟ୍ ପୁଲରୁ ୨୭୧ ଜଣ ଅଛନ୍ତି ।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର