ଝାରସୁଗୁଡ଼ା ଉପନିର୍ବାଚନ ପାଇଁ କଂଗ୍ରେସର ୪୦ ଜଣିଆ ଷ୍ଟାର ପ୍ରଚାରକ ନାମ ଘୋଷଣା

The Sakala Picture
Published On

ଭୁବନେଶ୍ୱର:  ଚଳିତ ଝାରସୁଗୁଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କ ନିମନ୍ତେ ପ୍ରଚାର କରିବା ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ୪୦ ଜଣିଆ ତାରକା ପ୍ରଚାରକ ମାନଙ୍କ ନାମ ତାଲିକା ଘୋଷଣା କରାଯାଇଛି । ଏହି ତାଲିକାରେ ଓଡ଼ିଶା ପ୍ରଭାରୀ ତଥା ଏ.ଆଇ.ସି.ସି. ସାଧାରଣ ସମ୍ପାଦକ ସାଂସଦ ଡଃ ଏ. ଚେଲା କୁମାର, ପି.ସି.ସି. ସଭାପତି ଶରତ ପଟ୍ଟନାୟକଙ୍କ ସମେତ […]

ଭୁବନେଶ୍ୱର:  ଚଳିତ ଝାରସୁଗୁଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କ ନିମନ୍ତେ ପ୍ରଚାର କରିବା ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ୪୦ ଜଣିଆ ତାରକା ପ୍ରଚାରକ ମାନଙ୍କ ନାମ ତାଲିକା ଘୋଷଣା କରାଯାଇଛି । ଏହି ତାଲିକାରେ ଓଡ଼ିଶା ପ୍ରଭାରୀ ତଥା ଏ.ଆଇ.ସି.ସି. ସାଧାରଣ ସମ୍ପାଦକ ସାଂସଦ ଡଃ ଏ. ଚେଲା କୁମାର, ପି.ସି.ସି. ସଭାପତି ଶରତ ପଟ୍ଟନାୟକଙ୍କ ସମେତ କାର୍ଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ୱାଳ, କଂଗ୍ରେସ ଦଳର ବିଧାୟକ ନେତା ନରସିଂହ ମିଶ୍ର ଏ.ଆଇ.ସି.ସିର କେନ୍ଦ୍ରୀୟ ନେତା କହ୍ମେୟା କୁମାର, ପୂର୍ବତନ ପି.ସି.ସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ ପ୍ରମୁଖ ରହିଥିବାବେଳେ ସାଂସଦ ଶପ୍ତଗିରୀ ଉଲ୍ଲକା, ଏ.ଆଇ.ସି.ସି. ସାଧାରଣ ସମ୍ପାଦକ – ଭକ୍ତ ଚରଣ ଦାସ, ଏଆଇସିସି ସମ୍ପାଦକ ଶରତ ରାଉତ, ପୂର୍ବତନ ଏ.ଆଇ.ସି.ସି. ସମ୍ପାଦକ – ବିଶ୍ୱରଞ୍ଜନ ମହାନ୍ତି, ପୂର୍ବତନ ସାଂସଦ ଡଃ ରାମଚନ୍ଦ୍ର ଖୁଂଟିଆ, ସୁଶିଲା ତିରିଆ, ଅନନ୍ତ ସେଠୀ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ପଂଚାନନ କାନୁନ୍‌ଗୋ, ଗଣେଶ୍ୱର ବେହେରା, ବିଜୟଲକ୍ଷ୍ମୀ ସାହୁ, ଯୁଧିଷ୍ଟିର ଜେନା, ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ ପ୍ରମୁଖ ରହିଥିବାବେଳେ ବିଧାୟକ ସୁରେଶ କୁମାର ରାଉତରାୟ, ସନ୍ତୋସ ସିଂ ସାଲୁଜା, ତାରା ପ୍ରସାଦ ବାହିନପତି, ଅଧିରାଜ ମୋହନ ପାଣିଗ୍ରାହୀ, ରମେଶ ଜେନା, ସି.ଏସ୍‌. ରାଜନ ଏକା ପ୍ରମୁଖ ମଧ୍ୟ ରହିଛନ୍ତି ।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

ଏହି କମିଟିରେ ଅନ୍ୟମାନଙ୍କ ମଧ୍ୟରେ ଏ.ଆଇ.ସି.ସି. ମହିଳା ସମ୍ପାଦକ ଶସ୍ମିତା ବେହେରା, ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ପୂର୍ବତନ ବିଧାୟକ ଭୂଜବଳ ମାଝୀ, ଦେବାଶିଷ ପଟ୍ଟନାୟକ, ମହିଳା କଂଗ୍ରେସର ସଭାନେତ୍ରୀ – ବନ୍ଦିତା ପରିଡ଼ା, ଛାତ୍ର ସଭାପତି – ୟାଶିର ନୱାଜ, ଯୁବ କଂଗ୍ରେସ ସଭାପତି – ସ୍ମୁତିରଞ୍ଜନ ଲେଙ୍କା, ଅନୁସୂଚିତ ଜାତି ଅଧ୍ୟକ୍ଷ – ବାଙ୍କନିଧି ବେହେରା, ସଂଖ୍ୟାଲଘୁ ଅଧ୍ୟକ୍ଷ – ଜିୟା ଉଲ୍ଲ ହକ୍‌, କିଷାନ ସେଲ୍‌ର ଅଧ୍ୟକ୍ଷ – ଅମୀୟ ପଟ୍ଟନାୟକ, ରାଜ୍ୟ ମୁଖପାତ୍ର – ଅମୀୟ ପାଣ୍ଡବ, ଅମିତା ବିଶ୍ୱାଳ ଓ ମହେନ୍ଦ୍ର ନାୟକ ପ୍ରମୁଖ କଂଗ୍ରେସ ନେତୃବୃନ୍ଦ ରହିଛନ୍ତି । ଏହି ପ୍ରଚାରକମାନେ ଚଳିତ ମାସ ଅପ୍ରିଲ ୨୫ ତାରିଖ ରୁ ମଇ ୮ ତାରିଖ ପର୍ଯ୍ୟନ୍ତ ଝାରସୁଗୁଡ଼ାରେ ଉପସ୍ଥିତ ରହି କଂଗ୍ରେସ ପ୍ରାର୍ଥୀ ଶ୍ରୀ ପାଣ୍ଡେଙ୍କ ସପକ୍ଷରେ ପ୍ରଚାର କରିବାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଅନୁରୋଧ କରିଛନ୍ତି ବୋଲି ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ ଜଣାଇଛନ୍ତି

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର