ପଞ୍ଚାୟତ ନିର୍ବାଚନ ସମୟରେ ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ପରିବାରକୁ ମିଳିବ ୩୦ଲକ୍ଷ ଟଙ୍କା

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରହିଛି। ରାଜ୍ୟରେ ପାଞ୍ଚଟି ପର୍ଯ୍ଯାୟରେ ଅନୁଷ୍ଠିତ ହେବ ପଞ୍ଚାୟତ ନିର୍ବାଚନ । ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ମଧ୍ୟ ଆରମ୍ଭ ହୋଇସାରିଛି । ପଞ୍ଚାପତ ନିର୍ବାଚନ ସୁରୁଖୁରୁରେ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛି ରାଜ୍ୟ ନିର୍ବାଚନ ଆୟୋଗ । ନିର୍ବାଚନ ଲାଗି ଜିଲ୍ଲାଗୁଡ଼ିକୁ ବାଲଟ ପେପର ପଠାଯିବା ଆରମ୍ଭ ହୋଇଛି । ଗତକାଲି ପ୍ରଥମ ଦିନର ନାମାଙ୍କନ […]

ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରହିଛି। ରାଜ୍ୟରେ ପାଞ୍ଚଟି ପର୍ଯ୍ଯାୟରେ ଅନୁଷ୍ଠିତ ହେବ ପଞ୍ଚାୟତ ନିର୍ବାଚନ । ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ମଧ୍ୟ ଆରମ୍ଭ ହୋଇସାରିଛି । ପଞ୍ଚାପତ ନିର୍ବାଚନ ସୁରୁଖୁରୁରେ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛି ରାଜ୍ୟ ନିର୍ବାଚନ ଆୟୋଗ । ନିର୍ବାଚନ ଲାଗି ଜିଲ୍ଲାଗୁଡ଼ିକୁ ବାଲଟ ପେପର ପଠାଯିବା ଆରମ୍ଭ ହୋଇଛି । ଗତକାଲି ପ୍ରଥମ ଦିନର ନାମାଙ୍କନ ପତ୍ର ଦାଖଲ ସରିଥିବାବେଳେ ୧୦ଟି ଜିଲ୍ଲାକୁ ଓ୍ୱାର୍ଡ ମେମ୍ବର, ସରପଞ୍ଚ ଓ ସମିତି ସଭ୍ୟଙ୍କ ଅକ୍ଷର ଅନୁସାରେ ବାଲଟ ପେପର ପଠାଯାଇଛି। । ପଞ୍ଚାୟତ ନିର୍ବାଚନ ଠିକ୍ ଭାବରେ କରିବା ପାଇଁ ବହୁ ସଂଖ୍ୟାରେ ସରକାରୀ କର୍ମଚାରୀ ନିୟୋଜିତ ହେବେ । ତେବେ ଚଳିତ ପଞ୍ଚାୟତ ନିର୍ବାଚନରେ ଡ୍ୟୁଟି କରିବା ପାଇଁ ଯାଉଥିବା ସମସ୍ତ କର୍ମଚାରୀଙ୍କ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରେ ଅଟୋ ରଖି କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ପଞ୍ଚାୟତ ନିର୍ବାଚନ ସମୟରେ ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ପରିବାରକୁ ମିଳିବ ୩୦ଲକ୍ଷ ଟଙ୍କା । ସେହିପରି ହିଂସାକାଣ୍ଡ, ବିସ୍ଫୋରଣ ବା ଆତଙ୍କବାଦୀ ଆକ୍ରମଣଜନିତ ମୃତ୍ୟୁରେ ମିଳିବ କ୍ଷତିପୂରଣ । ଅନ୍ୟ କୌଣସି କାରଣରୁ ମୃତ୍ୟୁ ହେଲେ ମଧ୍ୟ ପରିବାରକୁ ୧୫ ଲକ୍ଷ ଟଙ୍କା ମିଳିବ । ଆକ୍ରମଣରେ ସମ୍ପୂର୍ଣ୍ଣ ବିକଳାଙ୍ଗ ହେଲେ ମଧ୍ୟ ମିଳିବ ୧୫ ଲକ୍ଷ ଟଙ୍କାର ସହାୟତା । ସେହିପରି ଦୁର୍ଘଟଣାରେ ବିକଳାଙ୍ଗ ହେଲେ ମିଳିବ ୭ ଲକ୍ଷ ୫୦ ହଜାର ଟଙ୍କାର ସହାୟତା ମିଳିବ । ଦୁର୍ଘଟଣାରେ ଗୁରୁତର ଆହତ ହେଲେ ସର୍ବାଧିକ ୨ଲକ୍ଷ ପର୍ୟ୍ୟନ୍ତ ସହାୟତା ଦିଆଯିବ । ଏଥିସହ ନିର୍ବାଚନ ଡ୍ୟୁଟି ସମୟରେ କୋଭିଡ-୧୯ରେ ମୃତ୍ୟୁ ହେଲେ ୩୦ ଲକ୍ଷ ଟଙ୍କାର ସହାୟତା ମିଳିବ । ସେହିପରି ଡ୍ୟୁଟିରେ ଯଦି କୋଭିଡ-୧୯ରେ ସଂକ୍ରମିତ ହେବେ ତେବେ ମାଗଣାରେ ଚିକିତ୍ସା କରାଯିବ ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

 

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର