ସାତକୋଶିଆ ଓ ଏହାର ପରିସୀମା ଅଞ୍ଚଳରେ ବ୍ୟାପକ ବନ୍ୟଜନ୍ତୁ ଶିକାର: କେଜି ପିଛା ବିକ୍ରି ହେଉଛି ୪ଶହରୁ ୭ଶହ ଟଙ୍କା

The Sakala Picture
Published On

ଅନୁଗୁଳ : ସାତକୋଶିଆ ଅଭୟାରଣ୍ୟ ଏବଂ ଏହାର ପରିସୀମା ଅଞ୍ଚଳରେ ଥିବା ଅନୁଗୋଳ ଓ ଆଠମଲ୍ଲୀକ୍ ବନଖଣ୍ଡ ଜଙ୍ଗଲରେ ବ୍ୟାପକ ଭାବେ ବନ୍ୟଜନ୍ତୁ ଶିକାର ହେଉଛି। ପ୍ରତିଦିନ ଶିକାର କରାଯାଇ ମୃତ ଗୋଟା ଜନ୍ତୁକୁ ଅନୁଗୁଳ ଓ ଏହାର ଆଖପାଖ ସହରକୁ ଅଣାଯାଉଛି। ନିର୍ଦ୍ଧିଷ୍ଟ ଶିକାରୀ ମାନେ ଜଙ୍ଗଲରେ ଶିକାର କରୁଥିବା ବେଳେ କିଛି ବ୍ୟବସାୟୀ ଗୋଟା ଜନ୍ତୁକୁ ବିଭିନ୍ନ ଜାଗାକୁ ଚାଲାଣ କରୁଛନ୍ତି । ସହର ଓ ଆଖପାଖ ଛକ ଜାଗାରେ ମାଂସକୁ କଟାଯାଇ କିଲୋପ୍ରତି […]

ଅନୁଗୁଳ : ସାତକୋଶିଆ ଅଭୟାରଣ୍ୟ ଏବଂ ଏହାର ପରିସୀମା ଅଞ୍ଚଳରେ ଥିବା ଅନୁଗୋଳ ଓ ଆଠମଲ୍ଲୀକ୍ ବନଖଣ୍ଡ ଜଙ୍ଗଲରେ ବ୍ୟାପକ ଭାବେ ବନ୍ୟଜନ୍ତୁ ଶିକାର ହେଉଛି। ପ୍ରତିଦିନ ଶିକାର କରାଯାଇ ମୃତ ଗୋଟା ଜନ୍ତୁକୁ ଅନୁଗୁଳ ଓ ଏହାର ଆଖପାଖ ସହରକୁ ଅଣାଯାଉଛି। ନିର୍ଦ୍ଧିଷ୍ଟ ଶିକାରୀ ମାନେ ଜଙ୍ଗଲରେ ଶିକାର କରୁଥିବା ବେଳେ କିଛି ବ୍ୟବସାୟୀ ଗୋଟା ଜନ୍ତୁକୁ ବିଭିନ୍ନ ଜାଗାକୁ ଚାଲାଣ କରୁଛନ୍ତି । ସହର ଓ ଆଖପାଖ ଛକ ଜାଗାରେ ମାଂସକୁ କଟାଯାଇ କିଲୋପ୍ରତି ୪ଶହରୁ ୭ଶହ ଟଙ୍କା ପର୍ଯ୍ଯନ୍ତ ବିକ୍ରି ହେଉଛି । ସବୁଠାରୁ କୁଟୁରା ଏବଂ ଗୁରାଣ୍ଡି ମାଂସ କିଲୋ ପ୍ରତି ୭ଶହ ଟଙ୍କା ଅଧିକା ଦାମ୍ ରେ ବିକ୍ରି ହେଉଛି । ବାରହା ମାଂସ ୪ଶହ ରୁ ୫ ଶହ ଏବଂ ସମ୍ବର ଓ ହରିଣ ମାଂସ ୫ଶହ ରୁ ୬ଶହ ଟଙ୍କାରେ କିଲୋ ବିକ୍ରି ହେଉଛି । ସବୁଠାରୁ ଆଶ୍ଚର୍ଯ୍ଯର କଥା ଜଙ୍ଗଲ ଓ ଅଭୟାରଣ୍ୟ ଅଞ୍ଚଳରେ ବିଭିନ୍ନ ଉପାୟରେ ଏକ ସ୍ବତନ୍ତ୍ର ଗୋଷ୍ଠୀ ଶିକାର କରୁଛନ୍ତି । ଶିକାରୀ ମାନଙ୍କ ଠାରୁ ଆଉ ଗୋଟେ ଗୋଷ୍ଠୀ ସିଧା ସିଧା କ୍ରୟକରି ଗୋଟା ଶିକାରକୁ ସହରକୁ ଆଣୁଛନ୍ତି । ସହରରେ ଏକ ସ୍ବତନ୍ତ୍ର ଗୋଷ୍ଠୀ ମଧ୍ୟମ ଗୋଷ୍ଠୀ ଠାରୁ ଗୋଟା ଜନ୍ତୁ କ୍ରୟ କରି ମାଂସ ବିଭିନ୍ନ ପରିଚିତ ଗୋଷ୍ଠୀକୁ ପ୍ରତିଦିନ ବିକ୍ରି କରୁଛନ୍ତି । ଅଭୟାରଣ୍ୟ ଓ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ଠାରୁ , ଗୋଟା ଜନ୍ତୁ ଚାଲାଣ ହେବା ଏବଂ ସହରରେ ମାଂସ ବିକ୍ରି ହେବା ଯାଏ ବନ ବିଭାଗ ପାଖରେ କୌଣସି ସୁରାକ୍ ନାହିଁ । ପ୍ରତିଦିନ ବନ୍ୟଜନ୍ତୁ ଶିକାର ହେଉଥିବା ବେଳେ ବନ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଛି। ବିଭିନ୍ନ ସମୟରେ ବନ ବିଭାଗକୁ ଶିକାର ସମ୍ବନ୍ଧୀୟ ସୂଚନା ଦିଆଯାଉଥିଲେ ମଧ୍ୟ ଘଟଣା ଗୁଡିକୁ ଜାଣିଶୁଣି ଚପାଇ ଦିଆଯାଉଅଛି। କେତେକ ଅସାଧୁ ବନ କର୍ମଚାରୀ ସୂଚନାଦାତାଙ୍କ ସଂମ୍ପର୍କରେ ଶିକାରୀ ମାନଙ୍କୁ ଜଣାଇବା ଦ୍ବାରା ସୂଚନାଦାତାଙ୍କୁ ଶିକାରୀ ମାନେ ଧମକଚମକ୍ ଦେଉଥିବା ଜଣାଯାଇଛି । ପରିସ୍ଥିତି ଏଭଳି ହୋଇଛି ସୂଚନାଦାତା ମାନେ ଆଉ ବନ ବିଭାଗକୁ ସୂଚନା ଦେବା ପାଇଁ ଆଦୌ ସୁରକ୍ଷିତ ମନେ କରୁନାହାଁନ୍ତି ।

ଆହୁରି ପଢ଼ନ୍ତୁ: ଗେରୁଆ ଗାମୁଛା ପକାଇଲେ ରାସନ୍‌ କାର୍ଡରେ ଯୋଡ଼ା ଯାଉଛି ନାମ: ବିରୋଧୀ

ଅନ୍ୟପକ୍ଷରେ ବନ ବିଭାଗର ତୃଣମୂଳ କର୍ମଚାରୀ ଓ ଅସ୍ଥାୟୀ ୱାଚର୍ ମାନେ ବିଭିନ୍ନ କାର୍ଯ୍ଯରେ ବ୍ୟସ୍ତ ରହୁଥିବା ଏବଂ ଫଲସ୍ ବିଲ୍ ଭାଉଚର୍ ତିଆରି କରିବାରେ ସମୟ ବିତାଉଥିବାର ଶିକାରୀ ମାନେ ମଉକାର ସୁଯୋଗ ନେଉଛନ୍ତି । ସାତକୋଶିଆ ଅଭୟାରଣ୍ୟରେ ବିଭିନ୍ନ ଜଙ୍ଗଲରେ ଫାସ ବସାଯାଉଥିବା ବେଳେ , ବିଦ୍ୟୁତ୍ କରେଣ୍ଟ ସଂଯୋଗ କରାଯାଉଅଛି ଏବଂ ବାରୁଦ ଦେଇ ଜନ୍ତୁଙ୍କର ପାଟି ଓ ମୁଣ୍ଡକୁ ଆଘାତ ଦିଆଯାଉଅଛି । କେତେକ ଶିକାରୀ ହାତ ତିଆରି ବନ୍ଧୁକ ସାହାର୍ଯ୍ଯରେ ଜନ୍ତୁ ଶିକାର କରୁଅଛନ୍ତି । ଅଭୟାରଣ୍ୟ ପରିସୀମା ବନ୍ତଳା ରେଞ୍ଜ , ଧଣ୍ଡାତୋପା, ଜରପଡା ଓ ହଣ୍ଡପା ରେଞ୍ଜରେ ବ୍ୟାପକ ଭାବେ ଜନ୍ତୁ ଶିକାର ହୋଇ ଗୋଟା ଜନ୍ତୁ ଚାଲାଣ ହେଉଛି । ମାଂସ ଖାଇବା ପାଇଁ ହରିଣ, କୁଟୁରା, ବାରହା, ସମ୍ବର ଓ ଗୁରାଣ୍ଡି ଶିକାର କରାଯାଉଅଛି । ବେଳେବେଳେ ଶିକାରୀ ମାନେ ଗୟଳକୁ ମାରି ସମ୍ବର ମାଂସ କହି ବଜାରରେ ମଧ୍ୟ ବିକ୍ରି କରୁଥିବାର ବିଭିନ୍ନ ସୂତ୍ରରୁ ଜଣାଯାଇଛି ।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ସାତକୋଶିଆ ଓ ଏହାର ପରିସୀମା ଅଞ୍ଚଳ ବନ୍ୟଜନ୍ତୁ ଶିକାରୀ ମାନଙ୍କର ଏକ ଚରାଭୂଇଁ ପାଲଟିଛି। ବନ୍ୟଜନ୍ତୁ ଶିକାରୀ ମାନଙ୍କୁ ଧରିବାରେ ବନ ବିଭାଗ ପାଖରେ କୌଣସି ଗୁପ୍ତ ସୂଚନା ଓ ନେଟୱାର୍କ ନାହିଁ । ଜନ୍ତୁ ଶିକାରୀକୁ ଧରିବା ପାଇଁ ବନ ବିଭାଗର ଅଫିସର୍ ଠାରୁ ଫରେଷ୍ଟ ଗାର୍ଡ ପର୍ଯ୍ଯନ୍ତ କାହାରି ଆଗ୍ରହ ନାହିଁ । ବାଧ୍ୟବାଧକତାରେ କାଁ ଭାଁ ଶିକାରୀକୁ ଧରି ବାହାବାହ ନେଉଛନ୍ତି । ଶିକାରୀ ମାନଙ୍କ ସହିତ ବନ କର୍ମଚାରୀ ମାନଙ୍କ ର ଅସାଧୁ ସଂପର୍କ ରହିଛି । ଶିକାର ଘଟଣାକୁ ଲୁଚାଇବା ଦ୍ବାରା ଶିକାରୀ ମାନଙ୍କର ମନୋବଳ ବୃଦ୍ଧି ପାଉଛି । ସାତକୋଶିଆରେ ଏକ ଦନ୍ତା ହାତୀକୁ ମାରି ତାହାର ଦାନ୍ତକୁ ନେଇଯିବାପରେ ପୋତି ଦିଆଯାଇଥିଲା । ଏହି ହାତୀ ଶିକାର ଘଟଣାରେ ରେଞ୍ଜର, ବନପାଳ ଓ ଅନ୍ୟକର୍ମଚାରୀ ସଂପୃକ୍ତି ଥିବାର ଜଣାପଡିବା ପରେ ବନ ବିଭାଗ କୁ ବନ୍ୟପ୍ରାଣୀ ପ୍ରେମୀ ମାନେ ଆଉ ବିଶ୍ବାସକୁ ନେଉନାହାନ୍ତି ।

ଆହୁରି ପଢ଼ନ୍ତୁ: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ବ୍ୟବସ୍ଥା: ଗୋଟିଏ ବିଷୟରେ ଦେଇପାରିବେ ଇମ୍‌ପ୍ରୁଭମେଣ୍ଟ ପରୀକ୍ଷା

ସାତକୋଶିଆର ମହାବଳ ଜଙ୍ଗଲୀ ବୀଘୁଣୀର ଶିକାର ଗତବର୍ଷ ନଭେମ୍ବର ମାସରେ ଅଭୟାରଣ୍ୟ ପରିସୀମା ନୂଆକ୍ଷେତାରେ ହୋଇଥିବା ବେଳେ ଘଟଣାକୁ ବନ ବିଭାଗର ଅଫିସର୍ ଓ କର୍ମଚାରୀ ମାନେ ଜାଣିଶୁଣି ଲୁଚାଇଦେଲ । ମଧ୍ୟପ୍ରଦେଶ କାହ୍ନା ଜଙ୍ଗଲରୁ ଆସିଥିବା ମହାବୀର୍ ଶିକାରୀ ଫାସରେ ମରିଥିଲେ ମଧ୍ୟ ତାହାର ତଦନ୍ତ ତଦନ୍ତ ହୋଇ ରହିଗଲା । ବନ୍ୟଜନ୍ତୁ ଶିକାରକୁ ପ୍ରତିରୋଧ କରିବା, ବନ୍ୟଜନ୍ତୁ ଶିକାରୀକୁ ଧରିବା ଏବଂ ପ୍ରକୃତ ତଦନ୍ତ କରିବାକୁ ବନ ବିଭାଗ ଆଦୌ ଇଚ୍ଛା ପ୍ରକାଶ କରୁ ନ ଥିବା ସାଧାରଣରେ ଆଲୋଚନା ହେଉଛି । ମାଳମାଳ ଗାଡି ମଟରରେ ଅଫିସର୍ ଓ କର୍ମଚାରୀ ମଉଜ୍ ମଜଲିସ୍ କରୁଥିବାକୁ ବୁଦ୍ଧିଜୀବି ମହଲରେ ନିନ୍ଦା କରାଯାଉଛି । ଅନୁରୂପ ଭାବରେ ବନ ବିଭାଗ ବ୍ୟାପକ ଦୁର୍ନୀତିରେ ଛନ୍ଦି ହେଉଥିବାକୁ ସାଧାରଣରେ ବନ ବିଭାଗକୁ ଲୋକମାନେ ବିଶ୍ବାସକୁ ନେଉନାହାନ୍ତି।

21 Aug 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର