ପାଚେରୀ ଡେଇଁ ଜେଲରୁ ଚମ୍ପଟ ମାରିଲେ ୨ କଏଦୀ, ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି

The Sakala Picture
Published On

ପାଲଲହଡା: ପାଚେରୀ ଡେଇଁ ପାଲଲହଡା ଉପଖଣ୍ଡ କାରାଗାରରୁ ଦୁଇ ବିଚରାଧୀନ କଏଦୀ ଫେରାର ହୋଇଯାଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା। ଫେରାର ଦୁଇ କଏଦୀ ହେଲେ ଡ଼ିମିରିଆ ଗ୍ରାମର ବସନ୍ତ ମହାକୁଳ ଏବଂ ଖମାର ଥାନା ଓଡ଼ଶ ଗ୍ରାମର ନେଣ୍ଟୁ ନାଏକ। ସୂଚନା ଅନୁଯାୟୀ, କଏଦୀ ମାନେ ରାତ୍ର ଭୋଜନ କରିବା ପରେ ନିଜ ନିଜର କୋଠରୀକୁ ଯାଇଥିଲେ। ଝିପିଝିପି ବର୍ଷାର ସୁଯୋଗରେ ଏହି ଦୁଇ କଏଦୀ ଜେଲରୁ ପାଚେରୀ ଡେଇଁ ଫେରାର ହୋଇଯାଇଥିବା […]

ପାଲଲହଡା: ପାଚେରୀ ଡେଇଁ ପାଲଲହଡା ଉପଖଣ୍ଡ କାରାଗାରରୁ ଦୁଇ ବିଚରାଧୀନ କଏଦୀ ଫେରାର ହୋଇଯାଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା। ଫେରାର ଦୁଇ କଏଦୀ ହେଲେ ଡ଼ିମିରିଆ ଗ୍ରାମର ବସନ୍ତ ମହାକୁଳ ଏବଂ ଖମାର ଥାନା ଓଡ଼ଶ ଗ୍ରାମର ନେଣ୍ଟୁ ନାଏକ।

ସୂଚନା ଅନୁଯାୟୀ, କଏଦୀ ମାନେ ରାତ୍ର ଭୋଜନ କରିବା ପରେ ନିଜ ନିଜର କୋଠରୀକୁ ଯାଇଥିଲେ। ଝିପିଝିପି ବର୍ଷାର ସୁଯୋଗରେ ଏହି ଦୁଇ କଏଦୀ ଜେଲରୁ ପାଚେରୀ ଡେଇଁ ଫେରାର ହୋଇଯାଇଥିବା ଅନୁମାନ କରାଯାଉଛି। ଜେଲ କର୍ତ୍ତୃପକ୍ଷ ବହୁତ ଖୋଜାଖୋଜି କରି ନ ପାଇବାରୁ ଥାନାରେ ଏତଲା ଦେଇଥିଲେ। ପୁଲିସ ତଦନ୍ତ ଆରମ୍ଭ କରି ରାତି ତମାମ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ମାତ୍ର ବର୍ତ୍ତମାନ ଯାଏ ଧରିବାରେ ସକ୍ଷମ ହୋଇପାରିନି। ତେବେ ବର୍ତ୍ତମାନ ଜେଲରେ ମାତ୍ର ଛଅରୁ ସାତ ଜଣ କଏଦୀ ରହିଛନ୍ତି। କଏଦୀଙ୍କ ଠାରୁ ଜେଲ କର୍ମଚାରୀଙ୍କ ସଂଖ୍ୟା ଅଧିକ ରହିବା ପରେ ମଧ୍ଯ ଦୁଇ ଜଣ କଏଦୀ ୩୦ ଫୁଟ ଉଚ୍ଚ ପାଚେରୀ ଡେଇଁ ଫେରାର ହୋଇଯିବା ଜେଲ କର୍ତ୍ତୃପକ୍ଷଙ୍କ ପାରିବା ପଣିଆକୁ ପଦାରେ ପକାଇଛି।

19 Jul 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର