ସତକୋଶିଆରେ ପୁଣିଥରେ ଖୁସି: ଦ୍ୱିତୀୟ ଥର ପାଇଁ ସାତକୋଶିଆ ଗଣ୍ଡରେ ଜନ୍ମ ନେଲେ ୩୨ ଘଡ଼ିଆଳ ଛୁଆ
ଅନୁଗୁଳ: ସତକୋଶିଆରେ ପୁଣିଥରେ ଖୁସି ଖବର ଦେଖିବାକୁ ମିଳିଛି। ଗତ କାଲି ମହାନଦୀ ସାତକୋଶିଆ ଗଣ୍ଡର ବଲଦମରା ଠାରେ ଘଡ଼ିଆଳ ୩୨ଟି ଛୁଆ ଜନ୍ମ କରିଛି। ବନ ବିଭାଗ କର୍ମଚାରୀମାନେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଏହା ଦେଖିଥିଲେ। ଏହାଛଡା ସେଠାରେ ଲଗାଯାଇଥିବା କ୍ୟାମେରାରେ ଘଡ଼ିଆଳ ଛୁଆ ଓ ମାର ଫୋଟ ମଧ୍ୟ ଉତ୍ତୋଳନ ହୋଇଛି। ତେଣୁ ସେଠାରେ ବନ କର୍ମଚାରୀ ମାନେ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେଉଛନ୍ତି। ସେ ଅଞ୍ଚଳକୁ କୌଣସି ସ୍ଥାନୀୟ ବାସିନ୍ଦା, ପର୍ଯ୍ଯଟକ ଏବଂ […]
ଅନୁଗୁଳ: ସତକୋଶିଆରେ ପୁଣିଥରେ ଖୁସି ଖବର ଦେଖିବାକୁ ମିଳିଛି। ଗତ କାଲି ମହାନଦୀ ସାତକୋଶିଆ ଗଣ୍ଡର ବଲଦମରା ଠାରେ ଘଡ଼ିଆଳ ୩୨ଟି ଛୁଆ ଜନ୍ମ କରିଛି। ବନ ବିଭାଗ କର୍ମଚାରୀମାନେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଏହା ଦେଖିଥିଲେ। ଏହାଛଡା ସେଠାରେ ଲଗାଯାଇଥିବା କ୍ୟାମେରାରେ ଘଡ଼ିଆଳ ଛୁଆ ଓ ମାର ଫୋଟ ମଧ୍ୟ ଉତ୍ତୋଳନ ହୋଇଛି। ତେଣୁ ସେଠାରେ ବନ କର୍ମଚାରୀ ମାନେ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେଉଛନ୍ତି। ସେ ଅଞ୍ଚଳକୁ କୌଣସି ସ୍ଥାନୀୟ ବାସିନ୍ଦା, ପର୍ଯ୍ଯଟକ ଏବଂ ମତ୍ସ୍ୟଜୀବୀ ମାନଙ୍କୁ ବାରଣ କରାଅ ଯାଇଛି। ଘଡ଼ିଆଳ ଛୁଆ ମାନଙ୍କୁ ମାଆ ଘଡ଼ିଆଳ ଜଗି ରହିଛି। ଘଡ଼ିଆଳ ଭଳି ଏକ ବିରଳ ପ୍ରଜାତିର କୁମ୍ଭୀର ଏଠାରେ ପ୍ରାକୃତିକ ପରିବେଶରେ ବଂଶ ବୃଦ୍ଧି କରୁଥିବାରୁ ଏହା ନିଶ୍ଚିତ ଭାବେ ଶୁଭଙ୍କର ବୋଲି ପରିବେଶ ବିତ ମାନେ କହିଛନ୍ତି। ତେବେ ସେମାନଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକଟ କରାଯାଇଛି। କାରଣ ଦୀର୍ଘ ୪୦ବର୍ଷ ପରେ ଗତ ୨୦୨୧ ମେ ମାସରେ ସେହି ସ୍ଥାନରେ ଏକ ଘଡ଼ିଆଳ ୨୮ଟି ଛୁଆ ଜନ୍ମ କରିଥିଲା। ହେଲେ ଏବେ ଗୋଟିଏ ହେଲେ ଛୁଆର ପତା ମିଳୁନି। କେବଳ ୪ଟି ଛୁଆକୁ ପୁରୀ କେନାଳରୁ ଉଧାର କରାଯାଇ ନନ୍ଦନକାନନରେ ରଖାଯାଇଛି। କିନ୍ତୁ ଏବେ ବନ୍ୟା ଓ ବର୍ଷାର ଆଶଙ୍କା ନଥିବାରୁ ଛୁଆ ଗୁଡିକ ସେହି ଆବାସସ୍ଥଳିରେ ବଞ୍ଚି ଯାଇ ପାରନ୍ତି ବୋଲି ଆଶା ପ୍ରକଟ କରା ଯାଉଛି।