ସାଇକେଲ ରଖିବାକୁ ନେଇ ଝଗଡ଼ା: ନବମ ଶ୍ରେଣୀ ଛାତ୍ରାକୁ କଟୁରିରେ ହାଣିଲା ଦଶମ ଛାତ୍ର

The Sakala Picture
Published On

ଅନୁଗୁଳ: ଦଶମ ଶ୍ରେଣୀ ଛାତ୍ରର କଟୁରି ଚୋଟରେ ନବମ ଶ୍ରେଣୀ ଛାତ୍ର ଆହତ। ସ୍କୁଲ ଛୁଟି ବେଳେ ଏଭଳି ଘଟଣା ଘଟିଥିବା ବେଳେ ସାଇକେଲ ଷ୍ଟାଣ୍ଡରେ ସାଇକେଲ ରଖିବାକୁ ନେଇ ଏଭଳି ଘଟଣା ଘଟିଥିବା ଜଣା ପଡ଼ିଛି । ସୂଚନା ଅନୁସାରେ, ଅନୁଗୁଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ରାଧାରମଣପଡା ଅଞ୍ଚଳର ଜଣେ ନବମ ଶ୍ରେଣୀର ଛାତ୍ର ଓ ହାତିଶାଳପଡା ଅଞ୍ଚଳର ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରଙ୍କ ମଧ୍ୟରେ କିଛିଦିନ ପୂର୍ବରୁ ସାଇକେଲ ଷ୍ଟାଣ୍ଡରେ ସାଇକେଲ ରଖିବାକୁ […]

ଅନୁଗୁଳ: ଦଶମ ଶ୍ରେଣୀ ଛାତ୍ରର କଟୁରି ଚୋଟରେ ନବମ ଶ୍ରେଣୀ ଛାତ୍ର ଆହତ। ସ୍କୁଲ ଛୁଟି ବେଳେ ଏଭଳି ଘଟଣା ଘଟିଥିବା ବେଳେ ସାଇକେଲ ଷ୍ଟାଣ୍ଡରେ ସାଇକେଲ ରଖିବାକୁ ନେଇ ଏଭଳି ଘଟଣା ଘଟିଥିବା ଜଣା ପଡ଼ିଛି ।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

ସୂଚନା ଅନୁସାରେ, ଅନୁଗୁଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ରାଧାରମଣପଡା ଅଞ୍ଚଳର ଜଣେ ନବମ ଶ୍ରେଣୀର ଛାତ୍ର ଓ ହାତିଶାଳପଡା ଅଞ୍ଚଳର ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରଙ୍କ ମଧ୍ୟରେ କିଛିଦିନ ପୂର୍ବରୁ ସାଇକେଲ ଷ୍ଟାଣ୍ଡରେ ସାଇକେଲ ରଖିବାକୁ ନେଇ ଝଗଡା ହୋଇଥିଲା। ତେବେ ଆଜି ସ୍କୁଲ ଛୁଟି ହେବା ପରେପରେ ସ୍କୁଲ ଫାଟକ ଆଗରେ ନବମ ଶ୍ରେଣୀ ଛାତ୍ର ଜଣଙ୍କ ଘରକୁ ଯାଉଥିବା ବେଳେ ତାଙ୍କୁ ହଠାତ ଏକ କଟୁରିରେ ଦଶମ ଶ୍ରେଣୀ ଛାତ୍ର ଜଣଙ୍କ ଆକ୍ରମଣ କରିଥିଲ । ମୁଣ୍ଡରେ କଟୁରି ଚୋଟ ବାଜିବା ଫଳରେ ନବମ ଶ୍ରେଣୀ ଛାତ୍ର ଜଣଙ୍କ ତଳେ ପଡି ଯିବାରୁ ଆକ୍ରମଣକାରୀ ଛାତ୍ର ଜଣଙ୍କ ଦୌଡ଼ି ପଳାଇଥିଲେ। ସ୍କୁଲର ଅନ୍ୟ ଛାତ୍ର ମାନେ ଗୁରୁତର ଅବସ୍ଥାରେ ନବମ ଶ୍ରେଣୀ ଛାତ୍ରଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଖବର ପାଇ ପରିବାର ଲୋକ ଡାକ୍ତରଖାନାରେ ପହଞ୍ଚିବା ସହ ଚିକିତ୍ସା ପରେ ଅନୁଗୁଳ ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ଏଭି ଘଟଣା ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର