ସାତକୋଷିଆରେ ଜନ୍ତୁ ମଡକ, ଗୋଟିଏ ମାସରେ ୭ ବନ୍ୟଜନ୍ତୁ ମୃତ

The Sakala Picture
Published On

ଅନୁଗୁଳ: ଅନୁଗୁଳ ସାତକୋଷିଆରେ ଏବେ ବନ୍ୟଜନ୍ତୁ ବିପନ୍ନ। ଗୋଟିଏ ମାସରେ ୩ଟି ହାତୀ, ୩ଟି ଗୟଲ ଏବଂ ଗୋଟିଏ ହରିଣର ମୃତ୍ୟୁ ହୋଇଛି। ସବୁ ବନ୍ୟଜନ୍ତୁ ରୋଗର ଶିକାର ହୋଇ ପ୍ରାଣ ହରାଇଛନ୍ତି। ବନ ବିଭାଗ କହିବା କଥା ସମସ୍ତ ମୃତ ଜନ୍ତୁ ମାନଙ୍କ ନମୁନା ପରୀକ୍ଷା ପାଇଁ ପଠା ଯାଇଛି। ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣା ପଡିବ। ତେବେ କୃମି ଜନିତ କାରଣରୁ ମୃତ୍ୟୁ ହୋଇଥିବା ସ୍ଥାନୀୟ ପଶୁ ଡାକ୍ତର ସୂଚନା ଦେଇଛନ୍ତି। ଗତ […]

ଅନୁଗୁଳ: ଅନୁଗୁଳ ସାତକୋଷିଆରେ ଏବେ ବନ୍ୟଜନ୍ତୁ ବିପନ୍ନ। ଗୋଟିଏ ମାସରେ ୩ଟି ହାତୀ, ୩ଟି ଗୟଲ ଏବଂ ଗୋଟିଏ ହରିଣର ମୃତ୍ୟୁ ହୋଇଛି। ସବୁ ବନ୍ୟଜନ୍ତୁ ରୋଗର ଶିକାର ହୋଇ ପ୍ରାଣ ହରାଇଛନ୍ତି। ବନ ବିଭାଗ କହିବା କଥା ସମସ୍ତ ମୃତ ଜନ୍ତୁ ମାନଙ୍କ ନମୁନା ପରୀକ୍ଷା ପାଇଁ ପଠା ଯାଇଛି। ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣା ପଡିବ। ତେବେ କୃମି ଜନିତ କାରଣରୁ ମୃତ୍ୟୁ ହୋଇଥିବା ସ୍ଥାନୀୟ ପଶୁ ଡାକ୍ତର ସୂଚନା ଦେଇଛନ୍ତି। ଗତ କିଛିଦିନ ହେଲା ସତକୋଶିଆରେ ବନ୍ୟଜନ୍ତୁ ମଡକ ଦେଖା ଦେଇଛି। କେବଳ ଗତ ଜୁନ ମାସରେ ୭ଟି ପ୍ରାଣୀର ଜୀବନ ଗଲାଣି। ସେଥି ମଧ୍ୟରୁ ଗୋଟିଏ ଦନ୍ତା ହାତୀ, ଦୁଇଟି ଛୁଆ ହାତୀ, ୩ଟି ଗୟଲ ଏବଂ ଗୋଟିଏ ହରିଣ ବୋଲି ଜଣା ପଡ଼ିଛି। ତେବେ ବନ ବିଭାଗ ପକ୍ଷରୁ ପ୍ରକୃତ ଜନ୍ତୁ ମୃତ୍ୟୁ ସଂଖ୍ୟାକୁ କୁହା ଯାଉ ନ ଥିବାରୁ ଏହାର ସଂଖ୍ୟା ଆହୁରି ଅଧିକ ହେବ ବୋଲି ସ୍ଥାନୀୟ ଅଧିବାସୀ କହିଛନ୍ତି। କାହିଁକି ଏତେ ସଂଖ୍ୟାରେ ଜନ୍ତୁ ମାରୁଛନ୍ତି ତାହାର ପ୍ରକୃତ କାରଣ ଜଣା ପଡି ନାହିଁ। କିନ୍ତୁ କୌଣସି ଏକ ରୋଗରେ ସେମାନଙ୍କ ମୃତ୍ୟୁ ହେଉଥିବା ସ୍ପଷ୍ଟ ହୋଇ ଯାଇଛି। ପ୍ରାଥମିକ ତଦନ୍ତରୁ କୃମି ଜନିତ ରୋଗ ଯୋଗୁ ଜନ୍ତୁ ମାରୁଥିବା ଜଣା ପଡ଼ିଛି। ମୃତ ଜନ୍ତୁ ମାନଙ୍କ ନମୁନା ପରୀକ୍ଷା ପାଇଁ ପଠା ଯାଇଛି। ରିପୋର୍ଟ ଆସିବା ପରେ ଅନ୍ୟାନ୍ୟ କାରଣ ଜଣା ପଡିବ ବୋଲି ବନ ବିଭାଗ ସୂଚନା ଦେଇଛି।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

କିନ୍ତୁ ଦୁଃଖର ବିଷୟ ଅଭୟାରଣ୍ୟ ଭିତରେ ହଜାର ହଜାର ସଂଖ୍ୟାରେ ବିଭିନ୍ନ ପ୍ରଜାତିର ଜନ୍ତୁ ରହୁଥିବାରୁ ଏଭଳି ସଂକ୍ରମଣ ଲାଗି ରହିଲେ ଖୁବ ଶୀଘ୍ର ଅଭୟାରଣ୍ୟ ଜନ୍ତୁ ଶୂନ୍ୟ ହୋଇ ଯିବାର ଆଶଙ୍କା ରହିଛି। ଏହାକୁ ନେଇ ଏବେ ବନ୍ୟଜନ୍ତୁ ପ୍ରେମୀ ଏବଂ ପରିବେଶବିତ ଚିନ୍ତା ପ୍ରକଟ କରିଛନ୍ତି। ଏବଂ ଏଭଳି ଘଟଣାକୁ ବନ ବିଭାଗକୁ ଦାୟୀ କରିଛନ୍ତି। ପରିବେଶବିତ ଓ ବନ୍ୟଜନ୍ତୁ ବିଶେଷଜ୍ଞଙ୍କ କହିବା କଥା ଜଙ୍ଗଲରେ ପର୍ୟ୍ୟାପ୍ତ ଖାଦ୍ୟ ଓ ପାଣି ଅଭାବ ଯୋଗୁଁ ବନ୍ୟଜନ୍ତୁ ଜନ ବସତି ମୁହାଁ ହେଉଛନ୍ତି। ଗୃହପାଳିତ ପଶୁ ସଂସ୍ପର୍ଶରେ ଆସୁଛନ୍ତି। ଏହାଛଡା ସେମାନଙ୍କ ଖାଦ୍ୟ ବଦଳରେ ଅଲଗା ଖାଦ୍ୟ ଖାଇବାକୁ ବାଧ୍ୟ ହେଇଛନ୍ତି। ତେଣୁ ଗୃହ ପାଳିତ ପଶୁ ମାନଙ୍କୁ ଫାଟୁଆ ଓ କୃମି ଭଳି ରୋଗ ବ୍ୟାପୁଛି। ଏହାଛଡା ଜଙ୍ଗଲ ନିକଟବର୍ତୀ ଗାଁ ଗୁଡିକରେ ଲୋକେ ନିଜର ଗାଈ ଛେଳି ଜଙ୍ଗଲକୁ ଚରାଇବାକୁ ନେଉଛନ୍ତି। ତେଣୁ ଜଙ୍ଗଲ ବିଭାଗ ପ୍ରତିବର୍ଷ ଜଙ୍ଗଲ ନିକଟବର୍ତୀ ଗାଁ ଗୁଡିକରେ ଗୃହ ପାଳିତ ପଶୁ ମାନଙ୍କୁ ଟୀକା କରଣ କରିବା କଥା। ସେମାନଙ୍କୁ ଉପଯୁକ୍ତ ଚିକିତ୍ସା କରିବା କଥା। କିନ୍ତୁ ତାହା କରା ଯାଉ ନାହିଁ। ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ଅନ୍ୟ ପକ୍ଷରେ ସାତକୋଶିଆ ଫିଲଡ଼ ଡ଼ାଇରେକ୍ଟର କହିଛନ୍ତି ଆମେ ଜଙ୍ଗଲ ଭିତରେ ବ୍ୟାପକ ଖାଦ୍ୟ ଓ ପାଣିର ସୁବିଧା କରିବାକୁ ପଦକ୍ଷେପ ନେଉଛୁ। ସ୍ୱତନ୍ତ୍ର ଟିମ କରି ବନ୍ୟଜନ୍ତୁଙ୍କ ଗତିବିଧି ଉପରେ ନଜର ରଖିଛୁ। କୌଣସି ସ୍ଥାନରେ ଯେ କୌଣସି ଜନ୍ତୁ ଅସୁସ୍ଥ ଥିବା ଜଣା ପଡିବା ମାତ୍ରେ ଚିକିତ୍ସା ବ୍ୟବସ୍ଥା କରୁଚୁ। ସାତକୋଶିଆରେ ବନ୍ୟଜନ୍ତୁ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ନିହାତି ଆବଶ୍ୟକ। ନଚେତ ଆଗକୁ କେବଳ ଜଙ୍ଗଲ ଥିବ, କିନ୍ତୁ ଜନ୍ତୁ ନଥିବେ

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଠାରୁ ରାଜ୍ୟରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ଦିନ ତାପମାତ୍ରା

13 Jul 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର