ବିଦ୍ୟୁତ ବିଭାଗ ଓ ବନବିଭାଗର ମନମାନି: ହାତୀ ନାଁ କହି କାଟୁଛନ୍ତି ବିଦ୍ଯୁତ, ସତକୋଶିଆର ୬ ପଞ୍ଚାୟତବାସୀ ହନ୍ତସନ୍ତ

The Sakala Picture
Published On

ସତକୋଶିଆ: ଅନଗୁଳ ବ୍ଲକ ଅନ୍ତୁଳିଆ, ଟାଇଁସୀ, କଠୋଭୋଇ, ଜଗନ୍ନାଥପୁର, ପୁରୁଣାକୋଟ, ଟିକରପଡା ପଞ୍ଚାୟତର ସମସ୍ତ ଗ୍ରାମକୁ ଜରପଡା ବିଦ୍ଯୁତ ବିଭାଗ ଲାଇନ ଦେଇଥିଲେ ମଧ୍ୟ ବିଦ୍ଯୁତବିଭାଗ ଓ ବନବିଭାଗର ଖାମଖିଆଲି ମନୋଭାବ ଯୋଗୁଁ  ସତକୋଶିଆ ଅଧିକାଂଶ ସମୟ ଅନ୍ଧାର ଘେରରେ ରହୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ସନ୍ଧ୍ୟା ହେଲେ ବନବିଭାଗ ହାତୀ ପାଇଁ ପାଟ୍ରୋଲଙ୍ଗିକୁ ନ ଯାଇ ହାତୀ ଅଛନ୍ତି କହି ଲାଇନ କାଟି ଦେଉଛନ୍ତି। ଯାହା ଫଳରେ କି ଅଞ୍ଚଳବାସୀ ଅନ୍ଧାରରେ ଜୀବନ […]

ସତକୋଶିଆ: ଅନଗୁଳ ବ୍ଲକ ଅନ୍ତୁଳିଆ, ଟାଇଁସୀ, କଠୋଭୋଇ, ଜଗନ୍ନାଥପୁର, ପୁରୁଣାକୋଟ, ଟିକରପଡା ପଞ୍ଚାୟତର ସମସ୍ତ ଗ୍ରାମକୁ ଜରପଡା ବିଦ୍ଯୁତ ବିଭାଗ ଲାଇନ ଦେଇଥିଲେ ମଧ୍ୟ ବିଦ୍ଯୁତବିଭାଗ ଓ ବନବିଭାଗର ଖାମଖିଆଲି ମନୋଭାବ ଯୋଗୁଁ  ସତକୋଶିଆ ଅଧିକାଂଶ ସମୟ ଅନ୍ଧାର ଘେରରେ ରହୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ବ୍ୟାଙ୍କ୍‌କୁ ଜମା ପାଇଁ ଗଲା ବେଳେ ୨ଟି ବାଇକ୍‌ରେ ଆସି ୨ ଲକ୍ଷ ଝାମ୍ପିନେଲେ ଲୁଟେରା

ସୂଚନା ଅନୁଯାୟୀ, ସନ୍ଧ୍ୟା ହେଲେ ବନବିଭାଗ ହାତୀ ପାଇଁ ପାଟ୍ରୋଲଙ୍ଗିକୁ ନ ଯାଇ ହାତୀ ଅଛନ୍ତି କହି ଲାଇନ କାଟି ଦେଉଛନ୍ତି। ଯାହା ଫଳରେ କି ଅଞ୍ଚଳବାସୀ ଅନ୍ଧାରରେ ଜୀବନ କାଟୁଛନ୍ତି। ଆଜି ଛେଣ୍ଡିପଦା ବନବିଭାଗର ଉପର କର୍ମଚାରୀଙ୍କୁ ପଚାରିବାରୁ ସେ କହିଛନ୍ତି, ରଥଯାତ୍ରା ପରେ ବନବିଭାଗ ସହ ବୈଠକ କରି ଏହାର ସମାଧାନ କରାଯିବ ଏବଂ ବନବିଭାଗ ଯଥା ଶ୍ରୀଘ୍ର କେବୁଲ ପକାଇବ। ସେପରିକି ବିଦ୍ଯୁତ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ବନବିଭାଗ ଓ ବିଦ୍ଯୁତ ବିଭାଗର ମୋବାଇଲରେ ଏକ ଗ୍ରୁପ କରାଯାଇଛି। ହାତୀ ନ ଥିଲେ ମଧ୍ୟ୍ୟ ସେ ହାତୀ ଅଛନ୍ତି କହି ଗ୍ରୁପୁରେ ପକଉଛନ୍ତି। ଯାହାଫଳରେ ବିଦ୍ଯୁତ କାଟ୍ କାରାଯାଉଛି। ଏଥିପାଇଁ ପିଲାଙ୍କ ପାଠ ପଢ଼ା ସହ ସତକୋଶିଆରେ ରହୁଥିବା ବାହାର ପର୍ଯ୍ଯଟଙ୍କ ମଧ୍ୟ ବହୁତ ଅସୁବିଧା ସମ୍ମୁଖୀନ ହଉଛନ୍ତି ବୋଲି ଅନ୍ତୁଳିଆ ସରପଞ୍ଚ ମଧୁସ୍ମିତା ସାହୁ, ଟାଇଁସୀ ସରପଞ୍ଚ ସୌଦାମିନୀ ପ୍ରଧାନ, କୋଠଭୁଇ ସରପଞ୍ଚ ଜୟନ୍ତୀ ବେହେରା ସହ ସତକୋଶିଆର ଯୁବ ନେତା ସହ ମତ ପ୍ରକାଶ କରିଛନ୍ତି। ଲୋକମାନେ ଠିକ ସମୟରେ ବିଦ୍ୟୁତ ବିଲ୍ ଭରୁଥିବା ବେଳେ ମାତ୍ର  ୧୨ ଘଣ୍ଟାରୁ ୬ଘଣ୍ଟା ଲାଇନ ପାଉଛନ୍ତି। କେବଳ ଦିନରେ ଲାଇନ ରହୁଛି, ରାତିରେ ବିଦ୍ୟୁତ ବିଭାଗ ଲାଇନ କାଟି ନିଜେ ଆରମରେ ରହୁଥିବା ବେଳେ ସାଧାରଣ ଲୋକଙ୍କୁ  ହନ୍ତସନ୍ତ କରୁଛି। ସତକୋଶିଆବାସୀ ବନବିଭାଗ ଓ ବିଦ୍ୟୁତ ବିଭାଗକୁ ଏହାର ଶୀଘ୍ର ସମାଧାନ କରିବାକୁ ଦାବି କରିଛନ୍ତି। ଯଦି ଏହି ସମସ୍ଯାର ସମାଧାନ ନ ହୁଏ ତେବେ ସାତକୋଶିଆ ବାସୀ ରାଜରାସ୍ତାକୁ ଓଲ୍ହାଇବେ ବୋଲି ଅଞ୍ଚଳବସୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ଏବେ ଅଲୋଡ଼ା, ମାତ୍ର 'ଉତ୍ତରପ୍ରଦେଶ ଏବେ ‘୫-ଟି’ର ଶ୍ରେଷ୍ଠ ମଡେ଼ଲ'

27 Jun 2022 By The Sakala

ବିଦ୍ୟୁତ ବିଭାଗ ଓ ବନବିଭାଗର ମନମାନି: ହାତୀ ନାଁ କହି କାଟୁଛନ୍ତି ବିଦ୍ଯୁତ, ସତକୋଶିଆର ୬ ପଞ୍ଚାୟତବାସୀ ହନ୍ତସନ୍ତ

ସତକୋଶିଆ: ଅନଗୁଳ ବ୍ଲକ ଅନ୍ତୁଳିଆ, ଟାଇଁସୀ, କଠୋଭୋଇ, ଜଗନ୍ନାଥପୁର, ପୁରୁଣାକୋଟ, ଟିକରପଡା ପଞ୍ଚାୟତର ସମସ୍ତ ଗ୍ରାମକୁ ଜରପଡା ବିଦ୍ଯୁତ ବିଭାଗ ଲାଇନ ଦେଇଥିଲେ ମଧ୍ୟ ବିଦ୍ଯୁତବିଭାଗ ଓ ବନବିଭାଗର ଖାମଖିଆଲି ମନୋଭାବ ଯୋଗୁଁ  ସତକୋଶିଆ ଅଧିକାଂଶ ସମୟ ଅନ୍ଧାର ଘେରରେ ରହୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, ସନ୍ଧ୍ୟା ହେଲେ ବନବିଭାଗ ହାତୀ ପାଇଁ ପାଟ୍ରୋଲଙ୍ଗିକୁ ନ ଯାଇ ହାତୀ ଅଛନ୍ତି କହି ଲାଇନ କାଟି ଦେଉଛନ୍ତି। ଯାହା ଫଳରେ କି ଅଞ୍ଚଳବାସୀ ଅନ୍ଧାରରେ ଜୀବନ କାଟୁଛନ୍ତି। ଆଜି ଛେଣ୍ଡିପଦା ବନବିଭାଗର ଉପର କର୍ମଚାରୀଙ୍କୁ ପଚାରିବାରୁ ସେ କହିଛନ୍ତି, ରଥଯାତ୍ରା ପରେ ବନବିଭାଗ ସହ ବୈଠକ କରି ଏହାର ସମାଧାନ କରାଯିବ ଏବଂ ବନବିଭାଗ ଯଥା ଶ୍ରୀଘ୍ର କେବୁଲ ପକାଇବ। ସେପରିକି ବିଦ୍ଯୁତ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ବନବିଭାଗ ଓ ବିଦ୍ଯୁତ ବିଭାଗର ମୋବାଇଲରେ ଏକ ଗ୍ରୁପ କରାଯାଇଛି। ହାତୀ ନ ଥିଲେ ମଧ୍ୟ୍ୟ ସେ ହାତୀ ଅଛନ୍ତି କହି ଗ୍ରୁପୁରେ ପକଉଛନ୍ତି। ଯାହାଫଳରେ ବିଦ୍ଯୁତ କାଟ୍ କାରାଯାଉଛି। ଏଥିପାଇଁ ପିଲାଙ୍କ ପାଠ ପଢ଼ା ସହ ସତକୋଶିଆରେ ରହୁଥିବା ବାହାର ପର୍ଯ୍ଯଟଙ୍କ ମଧ୍ୟ ବହୁତ ଅସୁବିଧା ସମ୍ମୁଖୀନ ହଉଛନ୍ତି ବୋଲି ଅନ୍ତୁଳିଆ ସରପଞ୍ଚ ମଧୁସ୍ମିତା ସାହୁ, ଟାଇଁସୀ ସରପଞ୍ଚ ସୌଦାମିନୀ ପ୍ରଧାନ, କୋଠଭୁଇ ସରପଞ୍ଚ ଜୟନ୍ତୀ ବେହେରା ସହ ସତକୋଶିଆର ଯୁବ ନେତା ସହ ମତ ପ୍ରକାଶ କରିଛନ୍ତି। ଲୋକମାନେ ଠିକ ସମୟରେ ବିଦ୍ୟୁତ ବିଲ୍ ଭରୁଥିବା ବେଳେ ମାତ୍ର  ୧୨ ଘଣ୍ଟାରୁ ୬ଘଣ୍ଟା ଲାଇନ ପାଉଛନ୍ତି। କେବଳ ଦିନରେ ଲାଇନ ରହୁଛି, ରାତିରେ ବିଦ୍ୟୁତ ବିଭାଗ ଲାଇନ କାଟି ନିଜେ ଆରମରେ ରହୁଥିବା ବେଳେ ସାଧାରଣ ଲୋକଙ୍କୁ  ହନ୍ତସନ୍ତ କରୁଛି। ସତକୋଶିଆବାସୀ ବନବିଭାଗ ଓ ବିଦ୍ୟୁତ ବିଭାଗକୁ ଏହାର ଶୀଘ୍ର ସମାଧାନ କରିବାକୁ ଦାବି କରିଛନ୍ତି। ଯଦି ଏହି ସମସ୍ଯାର ସମାଧାନ ନ ହୁଏ ତେବେ ସାତକୋଶିଆ ବାସୀ ରାଜରାସ୍ତାକୁ ଓଲ୍ହାଇବେ ବୋଲି ଅଞ୍ଚଳବସୀ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର