‘ସୁଭଦ୍ରା’ ଯୋଜନାରେ ଆକାଉଣ୍ଟକୁ ଟଙ୍କା ନ ଆସିବାରୁ କଙ୍ଗାରୁକୋର୍ଟରେ ଅଙ୍ଗନବାଡ଼ି କର୍ମୀଙ୍କୁ ଗଛରେ ବାନ୍ଧି ପିଟିଲେ

The Sakala Picture
Published On

ବାଲେଶ୍ୱର: ‘ସୁଭଦ୍ରା’ ଯୋଜନାରେ ଆକାଉଣ୍ଟକୁ ଟଙ୍କା ନ ଆସିବାରୁ କଙ୍ଗାରୁ କୋର୍ଟ‌‌ରେ ଜଣେ ଅଙ୍ଗନବାଡ଼ି ମହିଳାଙ୍କୁ ଗଛରେ ବାନ୍ଧି ମାଡ଼ ମରାଯିବା ଭଳି ଅଭାବନୀୟ ଘଟଣା ବାଲେଶ୍ବର ଜିଲ୍ଲା ସମେତ ପୂରା ରାଜ୍ୟରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ବାଲେଶ୍ୱର ଜିଲ୍ଲା ସିିଂଲା ଥାନା କୁଣ୍ଡୁଳି ପଞ୍ଚାୟତ ମହାପଦା ଗ୍ରାମରେ ଏହି ଅମାନବୀୟ କାଣ୍ଡ ଘଟିଛି। ପଞ୍ଚାୟତର କିଛି ମହିଳା ଓ ପୁରୁଷ ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀ ଉର୍ମିଳା ସାମଲଙ୍କୁ ଏକ ଗଛରେ ବାନ୍ଧି ନିସ୍ତୁକ ମାଡ଼ […]

ବାଲେଶ୍ୱର: ‘ସୁଭଦ୍ରା’ ଯୋଜନାରେ ଆକାଉଣ୍ଟକୁ ଟଙ୍କା ନ ଆସିବାରୁ କଙ୍ଗାରୁ କୋର୍ଟ‌‌ରେ ଜଣେ ଅଙ୍ଗନବାଡ଼ି ମହିଳାଙ୍କୁ ଗଛରେ ବାନ୍ଧି ମାଡ଼ ମରାଯିବା ଭଳି ଅଭାବନୀୟ ଘଟଣା ବାଲେଶ୍ବର ଜିଲ୍ଲା ସମେତ ପୂରା ରାଜ୍ୟରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ବାଲେଶ୍ୱର ଜିଲ୍ଲା ସିିଂଲା ଥାନା କୁଣ୍ଡୁଳି ପଞ୍ଚାୟତ ମହାପଦା ଗ୍ରାମରେ ଏହି ଅମାନବୀୟ କାଣ୍ଡ ଘଟିଛି। ପଞ୍ଚାୟତର କିଛି ମହିଳା ଓ ପୁରୁଷ ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀ ଉର୍ମିଳା ସାମଲଙ୍କୁ ଏକ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି। ସବୁଠୁ ବଡ଼ ଓ ଆଶ୍ଚର୍ଯ୍ୟର କଥା ହେଲା, ଖବର ପାଇ ସିଂଲା ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଏହି ବର୍ବରତାର ସବୁ ଦୃଶ୍ୟ ଦେଖିଥିଲେ ହେଁ ମହିଳାଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ଘଟଣାସ୍ଥଳ ଛାଡ଼ି ପଳାଇଥିଲା। ତେବେ ଉର୍ମିଳାଙ୍କ ପରିବାରଲୋକ କୌଣସି ପ୍ରକାରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। କିନ୍ତୁ ସେଠା‌ରେ ଅବସ୍ଥା ଉଦ୍‌ବେଗଜନକ ରହିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ଉର୍ମିଳା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛନ୍ତି।

ଆହୁରି ପଢ଼ନ୍ତୁ: ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପିପିଲି ତହସିଲର ଦୁଇ ରାଜସ୍ୱ ଅଧିକାରୀ

ଗତକାଲି ସଂଧ୍ୟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସଂପୃକ୍ତ ଅଙ୍ଗନବାଡ଼ି କର୍ମୀଙ୍କୁ ଫୋନ୍‌ କରି ଘଟଣା ସଂପର୍କରେ ପଚାରି ବୁଝିଛନ୍ତି। ଏହି ଘଟଣାରେ ପୀଡିତାଙ୍କୁ ନିଶ୍ଚିତ ନ୍ୟାୟ ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: କନ୍ଧମାଳରେ ସଶସ୍ତ୍ର ଲୁଟେରା ଗ୍ୟାଙ୍ଗ୍‌ ଠାବ: ୩ ଗିରଫ, ବନ୍ଧୁକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

ସୂଚନାନୁଯାୟୀ, ଗତ ୧୯ ତାରିଖ ଦିନ ୧୧ଟାରେ ଉର୍ମିଳା ଅଙ୍ଗନବାଡ଼ି କେନ୍ଦ୍ରରେ ଥିଲା ବେଳେ ହଠାତ ମହାପଦା ଗ୍ରାମର ୧୫ରୁ ୨୦ଜଣ ମହିଳା ଓ ପୁରୁଷ ସେଠାରେ ପହଞ୍ଚିଥିଲେ। ଆମ ଆକାଉଣ୍ଟକୁ କାହିଁକି ‘ସୁଭଦ୍ରା’ ଟଙ୍କା ଆସିଲାନି ବୋଲି ପ୍ରଶ୍ନ କରିବା ସହ ତାଙ୍କୁ ଘୋଷାଡ଼ି ଆଣି ଏକ ଗଛରେ ବାନ୍ଧି ପକାଇ ନିସ୍ତୁକ ମାଡ଼ ମାରିଥିଲେ। ସେଠାରେ ଉପସ୍ଥିତ ଥିବା ଶିକ୍ଷକ ଓ ଗ୍ରାମବାସୀମାନଙ୍କ ମଧ୍ୟରୁ କେହି ଜଣେ ହେଲେ ଅଙ୍ଗନବାଡ଼ି କର୍ମୀଙ୍କୁ ଉଦ୍ଧାର କରିବାକୁ ଆସିନଥିଲେ। ତେବେ କିଛି ଭଦ୍ରଲୋକ ଏ ସଂପର୍କରେ ସିଂଲା ଥାନା ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ପହଞ୍ଚି ଆଖି ଆଗରେ ସବୁ ଘଟଣା ଦେଖିଥିଲେ ହେଁ ଉର୍ମିଳାଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ଘଟଣାସ୍ଥଳ ଛାଡ଼ି ପଳାଇଥିଲେ। ଖବର ପାଇ ସଡିପିଓ ଓ ଅଙ୍ଗନବାଡ଼ି ସୁପରଭାଇଜର ଘଟଣାସ୍ଥଳରେ ପହଞ୍ଚି ମହିଳାମାନଙ୍କୁ ବୁଝାସୁଝା କରି ଉର୍ମିଳାଙ୍କୁ ଛାଡ଼ିଦେବା ପାଇଁ କହିଥିଲେ। ହେଲେ ଉତ୍ତ୍ୟକ୍ତ ମହିଳାମାନେ ସିଡିପିଓ ଓ ସୁପରଭାଇଜର୍‌ଙ୍କୁ ବି ଗାଳିଗୁଲଜ କରିଥିଲେ। ପରେ ଉର୍ମିଳାଙ୍କ ପରିବାରଲୋକ କୌଣସି ପ୍ରକାରେ ତାଙ୍କୁ ଉଦ୍ଧାର କରିଥିଲେ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

ଏହି ବର୍ବୋରଚିତ ଘଟଣାରେ ଏଆଇଟିୟୁସି ସଂଯୁକ୍ତ ନିଖିଳ ଓଡ଼ିଶା ଅଙ୍ଗନବାଡି କର୍ମୀ ସଂଘର ଜିଲ୍ଲା ସଭାପତି ପ୍ରତିଭା ପାଲ, ଜିଲ୍ଲା ସମ୍ପାଦକ ଲକ୍ଷ୍ମୀପ୍ରିୟା ଦାସ ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ବାଲିଆପାଳ ସିଡିପିଓ, ସିିଂଲା ଥାନା ଅଧିକାରୀ, ଉପଜିଲ୍ଲାପାଳ, ଏସପି, ଜିଲ୍ଲାପାଳଙ୍କୁ ଜଣାଇଥିଲେ ବି ଏପର୍ଯ୍ୟନ୍ତ କେହି ଜଣେ ହେଲେ ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ।

ଏ ସଂପର୍କରେ ବାଲେଶ୍ୱର ଏସ୍‌‌ପି ସାଗରିକା ନାଥଙ୍କୁ ଯୋଗାଯୋଗ କରାଯାଇଥିଲା। କିନ୍ତୁ ତାଙ୍କ ପ୍ରତିକ୍ରିୟା ମିଳିପାରିନି। ଉକ୍ତ ଘଟଣାରେ ଏଆଇଟିୟୁସି ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ଜେନା, ରାଜ୍ୟ ସମ୍ପାଦକ ଜୟନ୍ତ ଦାସ ପ୍ରମୁଖ ସମସ୍ତ ଅପରାଧୀଙ୍କୁ ତୁରନ୍ତ ଗିରଫ ସହ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ନଚେତ୍‌ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

ନିଖିଳ ଓଡ଼ିଶା ଅଙ୍ଗନବାଡି କର୍ମୀ ସଂଘର କର୍ମକର୍ତ୍ତାମାନେ କହିଛନ୍ତି, ଜୀବିକା ମିଶନ୍‌ ଅଧୀନରେ ଜିଲ୍ଲାର ପ୍ରତି ପଞ୍ଚାୟତରେ ୨୦ରୁ ୨୫ ଇସି ସଦସ୍ୟା ଏବଂ ଏମ୍‌ବିକେ ସଦସ୍ୟା ଥିଲା ବେଳେ ସେମାନଙ୍କ ଦ୍ୱାରା ‘ସୁଭଦ୍ରା’ ଯୋଜନାରେ ଫର୍ମ ପୂରଣ କରାନଯାଇ ଅଙ୍ଗନବାଡି କର୍ମୀଙ୍କ ଦ୍ୱାରା କାହିଁକି କରାଯାଉଛି ବୋଲି ପ୍ରଶ୍ନ ଉଠାଇଛନ୍ତି। ସୁଭଦ୍ରା ଯୋଜନାରେ ଟଙ୍କା ଆସିବା ବିଳମ୍ୱ ହେବାନେଇ ଅଙ୍ଗନବାଡି କର୍ମୀଙ୍କୁ ଆକ୍ରମଣ କରାଯିବା, ମହିଳାମାନଙ୍କୁ ବିଭାଜନ କରିବା ପାଇଁ ସରକାରଙ୍କର ଏକ ସୁପରିକଳ୍ପିତ ଯୋଜନା ବୋଲି ସଂଘର କର୍ମକର୍ତ୍ତାମାନେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର