‘AWSOME’ ଆପ୍ ଜରିଆରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ତଦାରଖ କରାଯାଉଛି: ଉପମୁଖ୍ୟମନ୍ତ୍ରୀ

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟରେ ମୋଟ ୭୪,୨୨୪ଟି ଅଙ୍ଗନଓ୍ୱାଡି କେନ୍ଦ୍ର ଅଛି । ସେଥିମଧ୍ୟରୁ ୨୦୧୫୦ଟି ଅଙ୍ଗନଓ୍ୱାଡି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ । ୩୮୯୦ ଅଙ୍ଗନଓ୍ୱାଡି କେନ୍ଦ୍ର ଭଡ଼ା ଘରେ ଚାଲୁଛି ବୋଲି ବିଧାନସଭାରେ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ସେହିପରି ମନ୍ତ୍ରୀ ଆହୁର ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ୫୦ଟି ଅଙ୍ଗନଓ୍ୱାଡ଼ି କେନ୍ଦ୍ର ପାଇଁ ୧୨ ଲକ୍ଷ ହିସାବରେ ୬ କୋଟି ଟଙ୍କାର ମଞ୍ଜୁର ହୋଇଛି । ଗୋଟିଏର ଅଙ୍ଗନବାଡ଼ି କାର୍ଯ୍ୟ ଆରମ୍ଭ ହୋଇଛି। ଏ ସବୁ ଅଙ୍ଗନବାଡ଼ି କେନ୍ଦ୍ର ସହରାଞ୍ଚଳରେ ଉଦ୍ଦିଷ୍ଟ। ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଜମି ଚିହ୍ନଟ ହୋଇସାରିଛି। ରାଜ୍ୟରେ ଏବେ ୩୮୯୦ଟି ଅଙ୍ଗନବାଡି କେନ୍ଦ୍ର ଭଡା ଘରେ ଚାଲୁଛି। ୧୦୪୬୯ଟି ଅଙ୍ଗନବାଡି କମ୍ୟୁନିଟି ସେଣ୍ଟରରେ ଚାଲିଛି। ବାକି ୪୫୭୪ଟି ଅଙ୍ଗନବାଡି କେନ୍ଦ୍ର ସ୍କୁଲ ଘରେ ଚାଲିଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ସେହିପରି 'AWSOME ' ଆପ ଦ୍ବାରା ଅଙ୍ଗନଓ୍ୱାଡି କେନ୍ଦ୍ରର ତଦାରଖ କରାଯିବ । ଜିଓ ଟାଗ୍‌ ଫଟୋ ସେଥିରେ ଅପଲୋଡ୍‌ ହେଉଛି । କେଉଁ କେନ୍ଦ୍ରରେ କିପରି କାର୍ଯ୍ୟ ହେଉଛି । ଏହି ଆପ୍‌ ଦ୍ୱାରା ତଦାରଖ ହେଉଛି । ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଅତ୍ୟାଧୁନିକ କରିବା ପାଇଁ 'ସକ୍ଷମ ଅଙ୍ଗନବାଡ଼ି' ଯୋଜନା ହାତକୁ ନିଆଯାଇଛି । ଯେଉଁ କେନ୍ଦ୍ରଗୁଡ଼ିକର ନିଜସ୍ୱ ଘର, ବିଜୁଳି ଏବଂ ପାଣିର ସୁବିଧା ଉପଲବ୍ଧ ଅଛି, ସେଗୁଡ଼ିକୁ 'ସକ୍ଷମ ଅଙ୍ଗନବାଡ଼ି' ଭାବେ ଘୋଷଣା କରାଯିବ । ୧୨୧୪୦ ସକ୍ଷମ ଅଙ୍ଗନଓ୍ୱାଡି କେନ୍ଦ୍ରରେ ପରିଣତି କରିବାକୁ ପ୍ରସ୍ତାବ ଦିଆଯାଇଛି । ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ଉନ୍ନତୀକରଣ ପାଇଁ ପ୍ରତ୍ୟେକ କେନ୍ଦ୍ରକୁ ମୋଟ ୮୪,୦୦୦ ଟଙ୍କା ଯୋଗାଇ ଦିଆଯାଉଛି । ସକ୍ଷମ ଅଙ୍ଗନବାଡ଼ିରେ Led ଟିଭି ପାଇଁ ୨୫ ହଜାର, RO ପାଇଁ ୧୦ ହଜାର, ପୋଷଣ ପାଇଁ ୧୦ ହଜାର ଟଙ୍କା ବିନିଯୋଗ ହେବ ।

ଆହୁରି ପଢ଼ନ୍ତୁ: ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପିପିଲି ତହସିଲର ଦୁଇ ରାଜସ୍ୱ ଅଧିକାରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର