ଆନ୍ଧ୍ରକୁ ବଡ଼ ଝଟକା, ଜିଲ୍ଲା ପରିଷଦ ଓ ମଣ୍ଡଳ ପରିଷଦ ନିର୍ବାଚନକୁ ରଦ୍ଦ କଲେ ଆନ୍ଧ୍ର ହାଇକୋର୍ଟ

The Sakala Picture
Published On

ଆନ୍ଧ୍ର ସରକାରଙ୍କୁ ବଡ଼ ଝଟକା । ଆନ୍ଧ୍ରପ୍ରଦେଶରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ଆନ୍ଧ୍ର ହାଇକୋର୍ଟ। ଆନ୍ଧ୍ର ସରକାର ୪ ସପ୍ତାହ ପୂର୍ବରୁ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ନ କରି ନିର୍ବାଚନ କରିଥିବାରୁ ବିରୋଧୀ ଦଳ ହାଇକୋର୍ଟର ଦ୍ଵାରସ୍ତ ହୋଇ ଥିଲେ । ଆଜି ଆନ୍ଧ୍ର ହାଇକୋର୍ଟ ନିର୍ବାଚନକୁ ବେଆଇନ ଘୋଷଣା କରିଛନ୍ତି । ସେହି କ୍ରମରେ କୋଟିଆରେ ବି ଆନ୍ଧ୍ର ନିର୍ବାଚନ କରିଥିବା ବେଳେ କୋଟିଆର ନିର୍ବାଚନ ବେଆଇନ ପ୍ରମାଣିତ ହୋଇଛି । […]

ଆନ୍ଧ୍ର ସରକାରଙ୍କୁ ବଡ଼ ଝଟକା । ଆନ୍ଧ୍ରପ୍ରଦେଶରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ଆନ୍ଧ୍ର ହାଇକୋର୍ଟ। ଆନ୍ଧ୍ର ସରକାର ୪ ସପ୍ତାହ ପୂର୍ବରୁ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ନ କରି ନିର୍ବାଚନ କରିଥିବାରୁ ବିରୋଧୀ ଦଳ ହାଇକୋର୍ଟର ଦ୍ଵାରସ୍ତ ହୋଇ ଥିଲେ । ଆଜି ଆନ୍ଧ୍ର ହାଇକୋର୍ଟ ନିର୍ବାଚନକୁ ବେଆଇନ ଘୋଷଣା କରିଛନ୍ତି । ସେହି କ୍ରମରେ କୋଟିଆରେ ବି ଆନ୍ଧ୍ର ନିର୍ବାଚନ କରିଥିବା ବେଳେ କୋଟିଆର ନିର୍ବାଚନ ବେଆଇନ ପ୍ରମାଣିତ ହୋଇଛି । ଏହି ପଞ୍ଚାୟତ ନିର୍ବାଚନରେ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଉଲ୍ଲଂଘନ ହୋଇଥିବା କହିଲେ କୋର୍ଟ। ଏବେ ନିର୍ବାଚନ ଅସିଦ୍ଧ ସହ ପୁଣି ଥରେ ନିୟମାନୁସାରେ ନିର୍ବାଚନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର: ଖସୁଛି ନଦୀର ଜଳସ୍ତର

ସୂଚନା ଯୋଗ୍ୟ ଯେ, ଫେବ୍ରୁଆରୀ ୧୩ ତାରିଖରେ କୋଟିଆ ପଞ୍ଚାୟତ ଫାଟୁସିନେରୀ ଗାଁରେ ଆରମ୍ଭ ନିର୍ବାଚନ କରାଇଥିଲା ଆନ୍ଧ୍ର । ଫାଟୁସିନେରୀ ପାଇଁ ୨ ଜଣ ପ୍ରାର୍ଥୀ ହୋଇଥିବା ବେଳେ ପୋଲିଂ ବୁଥ ମଧ୍ୟ ସେଠାରେ କରାଯାଇଥିଲା । ଆନ୍ଧ୍ରପ୍ରଦେଶ ଗଠନ ପୂର୍ବରୁ ୧୯୫୧ ମସିହାରୁ କୋଟିଆ ଅଧିବାସୀ ଓଡିଶାର କୋରାପୁଟ ଲୋକସଭା ନିର୍ବାଚନମଣ୍ଡଳୀ ଓ ପଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟ ଦେଇ ଆସୁଛନ୍ତି। ଏହାର ପ୍ରାୟ ୧୫ବର୍ଷ ପରେ ୧୯୫୬ ମସିହାରେ ଆନ୍ଧ୍ରପ୍ରଦେଶ ଗଠନ ହୋଇଛି।

ଆହୁରି ପଢ଼ନ୍ତୁ: ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପିପିଲି ତହସିଲର ଦୁଇ ରାଜସ୍ୱ ଅଧିକାରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର