ଆସିପାରିଲାନି ଆମ୍ବୁଲାନ୍ସ: ଅଧାବାଟରେ ପ୍ରସବ କଲେ ମହିଳା ତ’ ଆଉ କେଉଁଠାରେ ସାପ କାମୁଡ଼ାରେ ଚାଲିଗଲା ମା’ର ଜୀବନ…

The Sakala Picture
Published On

ଅଧାବାଟରେ ପ୍ରସବ କଲେ ମହିଳା କୋକସରା: ରାଜ୍ୟରେ ଜନନୀ ଯନ୍ତ୍ରଣା ଥମିବାର ନାଁ ନେଉନାହିଁ। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍‌ ଆମପାଣି ପଞ୍ଚାୟତର ସର୍ଗିପାନୀ ଗାଁରୁ ପୁଣି ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି। ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଗର୍ଭବତୀଙ୍କୁ ଖଟିଆ‌ରେ ବୋହି ବୋହି ନେବା ବେଳେ ମହିଳାଜଣଙ୍କ ବାଟରେ ଏକ ଶିଶୁପୁତ୍ର ଜନ୍ମ ଦେଇଛନ୍ତି। ସୂଚନାନୁଯାୟୀ, ସର୍ଗିପାନୀ ଗାଁର ଚକ୍ର ସାନ୍ତାଙ୍କ ସ୍ତ୍ରୀ ହିରାମଣୀ ସାନ୍ତା (୨୬)ଙ୍କ ଶୁକ୍ରବାର ଗର୍ଭ‌ବେଦନା ହୋଇଥିଲା। ଘରଲୋକଙ୍କଠାରୁ […]

ଅଧାବାଟରେ ପ୍ରସବ କଲେ ମହିଳା

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

କୋକସରା: ରାଜ୍ୟରେ ଜନନୀ ଯନ୍ତ୍ରଣା ଥମିବାର ନାଁ ନେଉନାହିଁ। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍‌ ଆମପାଣି ପଞ୍ଚାୟତର ସର୍ଗିପାନୀ ଗାଁରୁ ପୁଣି ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି। ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଗର୍ଭବତୀଙ୍କୁ ଖଟିଆ‌ରେ ବୋହି ବୋହି ନେବା ବେଳେ ମହିଳାଜଣଙ୍କ ବାଟରେ ଏକ ଶିଶୁପୁତ୍ର ଜନ୍ମ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ବିଜେପିର ଜନବିରୋଧୀ ନୀତି ପାଇଁ ଓଡ଼ିଶା ଉପେକ୍ଷିତ: ବିଜେଡି

ସୂଚନାନୁଯାୟୀ, ସର୍ଗିପାନୀ ଗାଁର ଚକ୍ର ସାନ୍ତାଙ୍କ ସ୍ତ୍ରୀ ହିରାମଣୀ ସାନ୍ତା (୨୬)ଙ୍କ ଶୁକ୍ରବାର ଗର୍ଭ‌ବେଦନା ହୋଇଥିଲା। ଘରଲୋକଙ୍କଠାରୁ ଖବର ପାଇ ଆଶାକର୍ମୀ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। କିନ୍ତୁ ଖରାପ ରାସ୍ତା ଯୋଗୁଁ ଗାଁ ପର୍ଯନ୍ତ ଆମ୍ବୁଲାନ୍ସ ଆସିପାରିନଥିଲା। ଅଧାରାସ୍ତାରେ ଅଟକି ରହିଥିଲା। ତେଣୁ, ହୀରାମଣିଙ୍କୁ ତାଙ୍କ ପରିବାରଲୋକ ଓ ଆଶାର୍କମୀ ପ୍ରାୟ ୩କିମି ଦୂର ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଖଟିଆରେ ବୋହି ବୋହି ନେବାକୁ ସ୍ଥିର କରିଥିଲେ। କିନ୍ତୁ ଏହି ସମୟରେ ଅଧାବାଟରେ ହିରାମଣୀଙ୍କ ପ୍ରସବ ହୋଇଯାଇଥିଲା। ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ପରେ ମା’, ଶିଶୁକୁ ଆମ୍ବୁଲାନ୍ସ ଯୋଗେ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଉଭୟ ମା’ ଓ ନବଜାତ ଶିଶୁପୁତ୍ର ସୁସ୍ଥ ଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

କୋକସରା ବ୍ଲକର ଆମପାଣି ପଞ୍ଚାୟତର ଉପାନ୍ତ ସର୍ଗିପାନୀ ଗାଁ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ରହିଛି। ଏହି ଗାଁକୁ ଯିବାକୁ ହେଲେ ଭଲ ରାସ୍ତା ନାହିଁ। ତେଣୁ ରାସ୍ତା ସମସ୍ୟା ସମାଧାନ କରିବା ପାଇଁ ପ୍ରଶାସନ ପାଖରେ ଗାଁ ଲୋକେ ବାରମ୍ୱାର ଦାବି କରିଆସୁଛନ୍ତି। ହେଲେ ରାସ୍ତା ମରାମତି ଦିଗରେ ଜଙ୍ଗଲ ବିଭାଗ ବାଧା ସାଜୁଥିବାରୁ ତାହା ସମାଧାନ ହୋଇପାରୁନାହିଁ। ରାସ୍ତା ନଥିବା କାରଣରୁ ପୂର୍ବରୁ ମଧ୍ୟ ଆମପାଣି ପଞ୍ଚାୟତର ଉପାନ୍ତରେ ଥିବା ଗାଁଗୁଡ଼ିକରୁ ରୋଗୀ ଓ ଗର୍ଭବତୀ ଖଟିଆରେ ବୁହାହେବାର ନଜିର ରହିଛି। ଏ ସଂପର୍କରେ କୋକସରା ବିଡିଓ ହିମାଞ୍ଚଳ ମାଝୀ କହିଛନ୍ତି, ସଂରକ୍ଷିତ ଅଞ୍ଚଳ ହୋଇଥିବାରୁ ରାସ୍ତା ନିର୍ମାଣରେ ବାଧକ ସୃଷ୍ଟି ହେଉଛି।

ମା’କୁ ୮ କିମି କାନ୍ଧରେ ବୋହି ମେଡ଼ିକାଲ ନେଲେ, ସାପ କାମୁଡ଼ାରେ ଚାଲିଗଲା ମା’ର ଜୀବନ

ବାଲିଗୁଡ଼ା: ମା’କୁ ସାପ କାମୁଡ଼ିଲା। ଆମ୍ବୁଲାନ୍ସକୁ ଫୋନ୍‌ କଲେ। କିନ୍ତୁ ଗାଁକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିଲାନି। ତେଣୁ, ଅନ୍ୟନ୍ୟୋପାୟ ହୋଇ ମା’କୁ କାନ୍ଧରେ ବୋହି ୮କିମି ଦୂର ମେଡିକାଲରେ ଭର୍ତ୍ତି କରାଇଲେ। ହେଲେ ସବୁ ପରିଶ୍ରମ ନିରର୍ଥକ ହୋଇଗଲା। ପୁଅ-ଝିଅଙ୍କ ଆଖି ଆଗରେ ମା’ର ଜୀବନ ଚାଲିଗଲା। କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ବ୍ଲକ୍‌ ମୁଣ୍ଡିଗଡ଼ ପଞ୍ଚାୟତ ତେରଲାଙ୍ଗୀ ଗ୍ରାମ ଡୁମେରିପଡ଼ା‌ରେ ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି। ମୃତ ମହିଳା ହେଲେ, ବଡ଼ ମାଡୁ। ତୁମୁଡ଼ିବନ୍ଧ ପୁଲିସ୍‌ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

ସୂଚନାନୁସାରେ, ବଡ଼ ମାଡ଼ୁ ଦୀର୍ଘ ଦିନ ତଳୁ ତାଙ୍କର ସ୍ବାମୀଙ୍କୁ ହରାଇଛନ୍ତି। ଗୁରୁବାର ଘର ପାଖ ବଗିଚାରେ ସେ କାମ କରୁଥିବା ବେଳେ ଏକ ବିଷଧର ସାପ ତାଙ୍କୁ କାମୁଡ଼ି ଦେଇଥିଲା। ଏହା ଦେଖି ପାଖରେ ଥିବା ତାଙ୍କର ପୁଅ ଓ ଝିଅ ତାଙ୍କୁ ମେଡିକାଲ ନେବାକୁ ଆମ୍ବୁଲାନ୍ସକୁ ଡାକିଥିଲେ। କିନ୍ତୁ ଗାଁକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସି ପାରିଲାନି। ତେଣୁ, ଉପାୟଶୂନ୍ୟ ହୋଇ କାନ୍ଧରେ ମା’କୁ ୮କିମି ବୋହିବୋହି ତୁମୁଡ଼ିବନ୍ଧ ଡାକ୍ତରଖାନାରେ ପହଞ୍ଚାଇଥିଲେ ପୁଅ-ଝିଅ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ବାଲିଗୁଡ଼ା ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। କିନ୍ତୁ ଗୁରୁବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର