କଟକ ବାଲିଯାତ୍ରାରେ ଯୋଗଦେବେ ୧୩ ରାଷ୍ଟ୍ରର ରାଷ୍ଟ୍ରଦୂତ

The Sakala Picture
Published On

କଟକ: ଚଳିତବର୍ଷ ବାଲିଯାତ୍ରାରେ ୧୩ଟିରାଷ୍ଟ୍ରର ରାଷ୍ଟ୍ରଦୂତ ଯୋଗ ଦେବେ। କୌଣସି କାର୍ଯ୍ୟକ୍ରମରେ ଏକ ସଙ୍ଗେ ୧୩ ରାଷ୍ଟ୍ରର ରାଷ୍ଟ୍ରଦୂତ ଯୋଗଦେବା ପ୍ରଥମ । ଉଦଘାଟନୀ ସଂଧ୍ୟାରେ ଏହି ଆନ୍ତର୍ଜାତୀୟ ଅତିଥିମାନଙ୍କୁ ବାଲିଯାତ୍ରା ପଡିଆକୁ ପାଛୋଟି ନେବା ନିମନ୍ତେ ବିଭିନ୍ନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ଦତାତ୍ରୟ ଭାଉସାହେବ ସିନ୍ଦେ । ଅତିଥିମାନେ ସିଲଭର ସିଟି ବୋଟ କ୍ଲବଠାରେ ପହଞ୍ଚିବେ । ପରେ ସେଠାରେ ସୁସଜ୍ଜିତ ଡଙ୍ଗାରେ ଗଡଗଡିଆ ଘାଟ ପର୍ଯ୍ୟନ୍ତ ଯିବେ। ସେଠାରୁ ଦକ୍ଷିଣ-ପୂର୍ବ ରାଷ୍ଟ୍ରସମୂହ ସହ […]

କଟକ: ଚଳିତବର୍ଷ ବାଲିଯାତ୍ରାରେ ୧୩ଟିରାଷ୍ଟ୍ରର ରାଷ୍ଟ୍ରଦୂତ ଯୋଗ ଦେବେ। କୌଣସି କାର୍ଯ୍ୟକ୍ରମରେ ଏକ ସଙ୍ଗେ ୧୩ ରାଷ୍ଟ୍ରର ରାଷ୍ଟ୍ରଦୂତ ଯୋଗଦେବା ପ୍ରଥମ । ଉଦଘାଟନୀ ସଂଧ୍ୟାରେ ଏହି ଆନ୍ତର୍ଜାତୀୟ ଅତିଥିମାନଙ୍କୁ ବାଲିଯାତ୍ରା ପଡିଆକୁ ପାଛୋଟି ନେବା ନିମନ୍ତେ ବିଭିନ୍ନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ଦତାତ୍ରୟ ଭାଉସାହେବ ସିନ୍ଦେ । ଅତିଥିମାନେ ସିଲଭର ସିଟି ବୋଟ କ୍ଲବଠାରେ ପହଞ୍ଚିବେ । ପରେ ସେଠାରେ ସୁସଜ୍ଜିତ ଡଙ୍ଗାରେ ଗଡଗଡିଆ ଘାଟ ପର୍ଯ୍ୟନ୍ତ ଯିବେ। ସେଠାରୁ ଦକ୍ଷିଣ-ପୂର୍ବ ରାଷ୍ଟ୍ରସମୂହ ସହ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ନେଇ ସ୍ୱତନ୍ତ୍ର ପାଭିଲିୟନ୍  ପରିଦର୍ଶନ କରିବେ ଏବଂ କଟକ ଇନ୍ କଟକ ବୁଲିବେ । ପରେ ପରେ ଓରମାସ ଯାଇ ସେଠାରେ ବିଭିନ୍ନ ପ୍ରଦର୍ଶନୀ ବୁଲି ଦେଖିବା ନିମନ୍ତେ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି । ଏହା ପରେ ଗଣକବି ବୈଷ୍ଣବ ପାଣି ମଞ୍ଚର ଉଦଘାଟନୀ ଉତ୍ସବରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ବିଦେଶୀ ରାଷ୍ଟ୍ରଦୂତମାନଙ୍କର ସମସ୍ତ ଗମନାଗମନ ଓ ପରିଦର୍ଶନକୁ ସୁବ୍ୟବସ୍ଥିତ କରିବା ନିମନ୍ତେ ସ୍ୱତନ୍ତ୍ର ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି । ସେମାନେ ଅତିଥିମାନଙ୍କୁ ବାଲିଯାତ୍ରା ଓ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ ମଧ୍ୟ କରାଇବେ।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

13 Nov 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର