ରାଜଧାନୀରେ ନକଲି ଔଷଧ ବିକ୍ରି ଅଭିଯୋଗ

The Sakala Picture
Published On

ଭୁବନେଶ୍ୱର: ଲୁଣ ଓ ସର୍ଫ ପରେ ଏବେ ରାଜଧାନୀରେ ନକଲି ଔଷଧ କାରବାର ଭଳି ଗୁରୁତର ଅଭିଯୋଗ ଆସିଛି । ଘଟଣା ସମ୍ପର୍କରେ ଜଣେ ଗ୍ରାହକ ଡ୍ରଗ କଣ୍ଟ୍ରୋଲରଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଶୈଳଶ୍ରୀ ବିହାରର ଏକ ଔଷଧ ଦୋକାନରୁ ଜଣେ ଗ୍ରାହକ ବ୍ଲଡ ପ୍ରେସର ପାଇଁ ଔଷଧ କିଣିଥିଲେ । ସେହି ଔଷଧ ସେବନ କରିବା ପରେ କିଛି କାମ ନ କରିବାରୁ ସନ୍ଦେହ ସୃଷ୍ଟି […]

ଭୁବନେଶ୍ୱର: ଲୁଣ ଓ ସର୍ଫ ପରେ ଏବେ ରାଜଧାନୀରେ ନକଲି ଔଷଧ କାରବାର ଭଳି ଗୁରୁତର ଅଭିଯୋଗ ଆସିଛି । ଘଟଣା ସମ୍ପର୍କରେ ଜଣେ ଗ୍ରାହକ ଡ୍ରଗ କଣ୍ଟ୍ରୋଲରଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଶୈଳଶ୍ରୀ ବିହାରର ଏକ ଔଷଧ ଦୋକାନରୁ ଜଣେ ଗ୍ରାହକ ବ୍ଲଡ ପ୍ରେସର ପାଇଁ ଔଷଧ କିଣିଥିଲେ । ସେହି ଔଷଧ ସେବନ କରିବା ପରେ କିଛି କାମ ନ କରିବାରୁ ସନ୍ଦେହ ସୃଷ୍ଟି ହୋଇଥିଲା । ପରେ ସେହି ଔଷଧକୁ ଅନ୍ୟ ଏକ ଔଷଧ ଦୋକାନରୁ କିଣି ଉଭୟ ଔଷଧର ମାନ ପରଖିଥିଲେ । ସନ୍ଦେହ ହେବା ପରେ ଡ୍ରଗ କଣ୍ଟ୍ରୋଲରଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ଔଷଧ ନିୟନ୍ତ୍ରକଙ୍କ କାର୍ଯ୍ଯାଳୟରୁ ଏକ ସ୍ବତନ୍ତ୍ର ଟିମ୍ ସମ୍ପୃକ୍ତ ଦୋକାନରେ ଚଢଉ କରି ସେହି ଔଷଧକୁ ସିଜ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଭୋଟର ଲିଷ୍ଟରୁ ୯.୮ଲକ୍ଷ ଭୋଟରଙ୍କ ନାଁ କଟିବା ପ୍ରସଙ୍ଗ: ପୁନର୍ବିଚାର ପାଇଁ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର

ଦୋକାନୀଙ୍କ ପାଖକୁ ସେହି ଔଷଧ କେଉଁଠାରୁ ଆସିଥିଲା ଏବଂ ଏହାର ଷ୍ଟକିଷ୍ଟ କିଏ ସେସବୁ ତଥ୍ୟ ସଂଗ୍ରହ କରାଯାଉଛି । ସିଜ ହୋଇଥିବା ଔଷଧ ନକଲି କି ନୁହେଁ ତାହାର ମାନ ନିରୂପଣ କରିବାକୁ ରାଜ୍ୟ ଔଷଧ ପରୀକ୍ଷଣ କେନ୍ଦ୍ରକୁ ପଠାଇ ତଦନ୍ତ କରାଯିବ ବୋଲି କହିଛନ୍ତି ସହକାରୀ ଡ୍ରଗ କଣ୍ଟ୍ରୋଲର । ସେପଟେ ଔଷଧ ଦୋକାନୀ ଏନେଇ କିଛି ଜାଣି ନ ଥିବା କହିଥିବା ବେଳେ ବ୍ଲଡ ପ୍ରେସର ଔଷଧ ନହରକଣ୍ଟାରୁ ଆସିଥିବା କହିଛନ୍ତି।

ଆହୁରି ପଢ଼ନ୍ତୁ: ବ୍ୟବସାୟୀଙ୍କୁ ଅପହରଣ କରି ୨ କୋଟି ଦାବି କଲେ ଦୁବୃର୍ତ୍ତ, ପରିବାର ପୁଲିସର ଦ୍ୱାରସ୍ଥ ହେବାରୁ ମାରି ଜଙ୍ଗଲରେ ଫିଙ୍ଗିଦେଲେ

ଏହି  ଅଭିଯୋଗ ସତ୍ୟ ହୋଇଥିଲେ ସାଙ୍ଘାତିକ ବୋଲି ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ଡ୍ରଗିଷ୍ଟ ଆଣ୍ଡ କେମିଷ୍ଟ ଆସୋସିଏସନର ସଭାପତି ପ୍ରଗତି ମହାନ୍ତି । ଔଷଧ କମ୍ପାନୀ କୋଡ଼ରେ ଲୁଗା କମ୍ପାନୀର ନାମ ଆସିବା ଆଶ୍ଚର୍ଯ୍ଯ । ଏଭଳି ଘଟଣା ପ୍ରଥମ ଡ୍ରଗ୍ସ କଂଟ୍ରୋଲର ତଦନ୍ତ କରନ୍ତୁ । ଆମେ ସହଯୋଗ କରିବୁ । ଲୋକଙ୍କ ଜୀବନ ସହ ଖେଳିବା ଭଳି ଘଟଣା ଏହାକୁ ସଙ୍ଘ କେବେବି ବରଦାସ୍ତ କରିବ ନାହିଁ । ନିଜ ଆଡୁ ତଦନ୍ତ କରାଯିବ। ଅଭିଯୋଗ ସତ୍ୟ ହେଲେ ସମ୍ପୃକ୍ତ ଦୋକାନୀ ଓ ଷ୍ଟକିଷ୍ଟଙ୍କୁ କଳା ତାଲିକାଭୁକ୍ତ କରିବ ବୋଲି ଡ୍ରଗିଷ୍ଟ ଆଣ୍ଡ କେମିଷ୍ଟ ଆସୋସିଏସନ ପକ୍ଷରୁ କୁହାଯାଇଛି ।

ଆହୁରି ପଢ଼ନ୍ତୁ: ବ୍ଲକସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ସାନଅଁଳକୁ ହରାଇ ଚାମ୍ପିୟନ ହେଲା ତିଛିଣି ତ୍ରିଲୋଚନେଶ୍ୱର ଟିମ୍

06 Sep 2022 By The Sakala

ରାଜଧାନୀରେ ନକଲି ଔଷଧ ବିକ୍ରି ଅଭିଯୋଗ

ଭୁବନେଶ୍ୱର: ଲୁଣ ଓ ସର୍ଫ ପରେ ଏବେ ରାଜଧାନୀରେ ନକଲି ଔଷଧ କାରବାର ଭଳି ଗୁରୁତର ଅଭିଯୋଗ ଆସିଛି । ଘଟଣା ସମ୍ପର୍କରେ ଜଣେ ଗ୍ରାହକ ଡ୍ରଗ କଣ୍ଟ୍ରୋଲରଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଶୈଳଶ୍ରୀ ବିହାରର ଏକ ଔଷଧ ଦୋକାନରୁ ଜଣେ ଗ୍ରାହକ ବ୍ଲଡ ପ୍ରେସର ପାଇଁ ଔଷଧ କିଣିଥିଲେ । ସେହି ଔଷଧ ସେବନ କରିବା ପରେ କିଛି କାମ ନ କରିବାରୁ ସନ୍ଦେହ ସୃଷ୍ଟି ହୋଇଥିଲା । ପରେ ସେହି ଔଷଧକୁ ଅନ୍ୟ ଏକ ଔଷଧ ଦୋକାନରୁ କିଣି ଉଭୟ ଔଷଧର ମାନ ପରଖିଥିଲେ । ସନ୍ଦେହ ହେବା ପରେ ଡ୍ରଗ କଣ୍ଟ୍ରୋଲରଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ଔଷଧ ନିୟନ୍ତ୍ରକଙ୍କ କାର୍ଯ୍ଯାଳୟରୁ ଏକ ସ୍ବତନ୍ତ୍ର ଟିମ୍ ସମ୍ପୃକ୍ତ ଦୋକାନରେ ଚଢଉ କରି ସେହି ଔଷଧକୁ ସିଜ କରିଛନ୍ତି ।

ଦୋକାନୀଙ୍କ ପାଖକୁ ସେହି ଔଷଧ କେଉଁଠାରୁ ଆସିଥିଲା ଏବଂ ଏହାର ଷ୍ଟକିଷ୍ଟ କିଏ ସେସବୁ ତଥ୍ୟ ସଂଗ୍ରହ କରାଯାଉଛି । ସିଜ ହୋଇଥିବା ଔଷଧ ନକଲି କି ନୁହେଁ ତାହାର ମାନ ନିରୂପଣ କରିବାକୁ ରାଜ୍ୟ ଔଷଧ ପରୀକ୍ଷଣ କେନ୍ଦ୍ରକୁ ପଠାଇ ତଦନ୍ତ କରାଯିବ ବୋଲି କହିଛନ୍ତି ସହକାରୀ ଡ୍ରଗ କଣ୍ଟ୍ରୋଲର । ସେପଟେ ଔଷଧ ଦୋକାନୀ ଏନେଇ କିଛି ଜାଣି ନ ଥିବା କହିଥିବା ବେଳେ ବ୍ଲଡ ପ୍ରେସର ଔଷଧ ନହରକଣ୍ଟାରୁ ଆସିଥିବା କହିଛନ୍ତି।

ଏହି  ଅଭିଯୋଗ ସତ୍ୟ ହୋଇଥିଲେ ସାଙ୍ଘାତିକ ବୋଲି ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ଡ୍ରଗିଷ୍ଟ ଆଣ୍ଡ କେମିଷ୍ଟ ଆସୋସିଏସନର ସଭାପତି ପ୍ରଗତି ମହାନ୍ତି । ଔଷଧ କମ୍ପାନୀ କୋଡ଼ରେ ଲୁଗା କମ୍ପାନୀର ନାମ ଆସିବା ଆଶ୍ଚର୍ଯ୍ଯ । ଏଭଳି ଘଟଣା ପ୍ରଥମ ଡ୍ରଗ୍ସ କଂଟ୍ରୋଲର ତଦନ୍ତ କରନ୍ତୁ । ଆମେ ସହଯୋଗ କରିବୁ । ଲୋକଙ୍କ ଜୀବନ ସହ ଖେଳିବା ଭଳି ଘଟଣା ଏହାକୁ ସଙ୍ଘ କେବେବି ବରଦାସ୍ତ କରିବ ନାହିଁ । ନିଜ ଆଡୁ ତଦନ୍ତ କରାଯିବ। ଅଭିଯୋଗ ସତ୍ୟ ହେଲେ ସମ୍ପୃକ୍ତ ଦୋକାନୀ ଓ ଷ୍ଟକିଷ୍ଟଙ୍କୁ କଳା ତାଲିକାଭୁକ୍ତ କରିବ ବୋଲି ଡ୍ରଗିଷ୍ଟ ଆଣ୍ଡ କେମିଷ୍ଟ ଆସୋସିଏସନ ପକ୍ଷରୁ କୁହାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର