ମନୋରଞ୍ଜନ
ଓଡ଼ିଶା
ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ
ମହାକାଳପଡା: ମହାକାଳପଡା ଥାନା ଅନ୍ତର୍ଗତ ପାତ୍ରଗଡ ଗ୍ରାମରେ ସୋମବାର ଏକ ଅମାନବୀୟ ଘଟଣା ଘଟିଛି। ଜଣେ ନାବାଳିକାଙ୍କୁ କିଛି ଦୁର୍ବୃତ୍ତ ରୁମାଲରେ କିଛି ନିଶା ଦ୍ରବ୍ଯ ସୁଙ୍ଘାଇ ଅପହରଣ କରିନେଇ ଗଣଦୁଷ୍କର୍ମ କରିଛନ୍ତି। ଏ ନେଇ ନାବାଳିକାଙ୍କ ବାପା ମହାକାଳପଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଆଜି ସକାଳ ସମୟରେ ଘର ପାଖରୁ ଉକ୍ତ ନାବାଳିକାଙ୍କୁ କିଛି ଦୁର୍ବୃତ୍ତ ରୁମାଲରେ ନିଶା ଦ୍ରବ୍ଯ ସୁଙ୍ଘାଇ ଅପହରଣ କରିନେଇଥିଲେ। ପରେ ଆବଦ୍ଧ ଘର ଭିତରେ ରଖି […]
ମହାକାଳପଡା: ମହାକାଳପଡା ଥାନା ଅନ୍ତର୍ଗତ ପାତ୍ରଗଡ ଗ୍ରାମରେ ସୋମବାର ଏକ ଅମାନବୀୟ ଘଟଣା ଘଟିଛି। ଜଣେ ନାବାଳିକାଙ୍କୁ କିଛି ଦୁର୍ବୃତ୍ତ ରୁମାଲରେ କିଛି ନିଶା ଦ୍ରବ୍ଯ ସୁଙ୍ଘାଇ ଅପହରଣ କରିନେଇ ଗଣଦୁଷ୍କର୍ମ କରିଛନ୍ତି। ଏ ନେଇ ନାବାଳିକାଙ୍କ ବାପା ମହାକାଳପଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଆଜି ସକାଳ ସମୟରେ ଘର ପାଖରୁ ଉକ୍ତ ନାବାଳିକାଙ୍କୁ କିଛି ଦୁର୍ବୃତ୍ତ ରୁମାଲରେ ନିଶା ଦ୍ରବ୍ଯ ସୁଙ୍ଘାଇ ଅପହରଣ କରିନେଇଥିଲେ। ପରେ ଆବଦ୍ଧ ଘର ଭିତରେ ରଖି ଦୁଷ୍କର୍ମ କରାଯାଇଥିବା ନାବାଳିକାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି। ପୀଡିତା ନାବାଳିକା ଜଣଙ୍କ ମହାକାଳପଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଅଭିଯୋଗ ପାଇ ପୁଲିସ ତଦନ୍ତ ଜାରି ରଖିଥିବା ଜଣାପଡିଛି ।





