କର୍ମଚାରୀଙ୍କୁ ଶୋଷଣ କରୁଛନ୍ତି ସୌମ୍ୟରଞ୍ଜନ : ଅଜାଣତରେ ଉଠାଯାଉଛି ଲକ୍ଷ ଲକ୍ଷ ଲୋନ୍‌

The Sakala Picture
Published On

ଭୁବନେଶ୍ବର : ରାଜ୍ୟର ନମ୍ବର ଓ୍ବାନ୍ ଖବରକାଗଜ ବୋଲାଉଥିବା ସମ୍ବାଦ ଖବରକାଗଜରେ କିଭଳି ନିଜ କର୍ମଚାରୀଙ୍କୁ ଶୋଷଣ କରାଯାଇଛି, ତାହା ଏବେ ପଦାକୁ ଆସିଛି । ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ମାନବସମ୍ବଳ ବିଭାଗର ଅଧିକାରୀ ବୈଜୟନ୍ତି କରଙ୍କ ବିରୋଧରେ ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ ହୋଇଛି । ଫେକ୍ ଆକାଉଣ୍ଟ ତିଆରି କରି ନିଜ କର୍ମଚାରୀଙ୍କ ନାଁରେ ଋଣ କରାଯାଉଥିବା ଅଭିଯୋଗ ହୋଇଛି । ସଂପୃକ୍ତ ଖବରକାଗଜର ଜଣେ ପୂର୍ବତନ କର୍ମଚାରୀ ଏଭଳି ଅଭିଯୋଗ ଆଣିଛନ୍ତି […]

ଭୁବନେଶ୍ବର : ରାଜ୍ୟର ନମ୍ବର ଓ୍ବାନ୍ ଖବରକାଗଜ ବୋଲାଉଥିବା ସମ୍ବାଦ ଖବରକାଗଜରେ କିଭଳି ନିଜ କର୍ମଚାରୀଙ୍କୁ ଶୋଷଣ କରାଯାଇଛି, ତାହା ଏବେ ପଦାକୁ ଆସିଛି । ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ମାନବସମ୍ବଳ ବିଭାଗର ଅଧିକାରୀ ବୈଜୟନ୍ତି କରଙ୍କ ବିରୋଧରେ ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ ହୋଇଛି । ଫେକ୍ ଆକାଉଣ୍ଟ ତିଆରି କରି ନିଜ କର୍ମଚାରୀଙ୍କ ନାଁରେ ଋଣ କରାଯାଉଥିବା ଅଭିଯୋଗ ହୋଇଛି । ସଂପୃକ୍ତ ଖବରକାଗଜର ଜଣେ ପୂର୍ବତନ କର୍ମଚାରୀ ଏଭଳି ଅଭିଯୋଗ ଆଣିଛନ୍ତି । ଓକିଲଙ୍କ ଜରିଆରେ ଇଓଡବ୍ଲୁରେ ସେ ଅଭିଯୋଗ କରିଛନ୍ତି ଯେ, ତାଙ୍କର ବିନା ଅନୁମତିରେ ନକଲି ଆକାଉଣ୍ଟ ତିଆରି କରି ୫ ଲକ୍ଷ ଟଙ୍କା ୠଣ ଉଠାଯାଇଛି।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

କେବଳ ସେ ଜଣେ କର୍ମଚାରୀ ନୁହନ୍ତି ଯାହାଙ୍କ ନାଁରେ ଲୋନ୍‌ ଉଠିଛି। ଏଭଳି ବହୁ କର୍ମଚାରୀଙ୍କ ନାଁରେ ୠଣ କରାଯାଇଥିବା ଅଭିଯୋଗ କରିଛନ୍ତି ସଂପୃକ୍ତ ପୂର୍ବତନ କର୍ମଚାରୀ। ମାଲିକ ସୌମ୍ୟରଞ୍ଜନ ପଟ୍ଟନାୟକ ନିଜ ଇଷ୍ଟର୍ଣ୍ଣ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥାର ମାନବ ସମ୍ବଳ ବିଭାଗ ଏବଂ ବିତ୍ତ ବିଭାଗ ଜରିଆରେ ଏପରି କରୁଥିଲେ। ବ୍ୟାଙ୍କରେ ନିଜ ସଂସ୍ଥାର ବିଭିନ୍ନ କର୍ମଚାରୀ ଏବଂ ସାମ୍ବାଦିକଙ୍କ ଫେକ୍ ସାଲାରି ସାର୍ଟିଫିକେଟ୍ ଜରିଆରେ ଲକ୍ଷ ଲକ୍ଷ ଲୋନ୍‌ ଉଠାଉଥିଲେ। ବହୁ କର୍ମଚାରୀଙ୍କୁ ଶୋଷଣ ବର୍ଷ ବର୍ଷ ଧରି ଚାଲି ଆସୁଥିଲେ ମଧ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ଏନେଇ କେହି ମୁହଁ ଖୋଲୁନଥିଲେ । କର୍ମଚାରୀମାନେ ଋଣ କରିବାକୁ ମନାକଲେ ସେମାନଙ୍କୁ ଚାକିରିରୁ ବହିଷ୍କାର କରିବା ଲାଗି ମଧ୍ୟ ଧମକ ଦିଆଯାଇଥାଏ ବୋଲି ସଂପୃକ୍ତ ଅଭିଯୋଗକାରୀ ଅର୍ଥନୈତିକ ଅପରାଧ ଶାଖାରେ ଜଣାଇଛନ୍ତି ।

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନକୁ ବିରୋଧ: ୯ରେ ଲୋକଭବନ ସମ୍ମୁଖରେ ବିଜେଡିର ଗଣଧାରଣା

ଏପରିକି  ସୌମ୍ୟରଞ୍ଜନ ପଟ୍ଟନାୟକ ନିଜ ସଂସ୍ଥାର ପାଖାପାଖି ୩ଶହରୁ ଅଧିକ କର୍ମଚାରୀଙ୍କ ନାଁରେ ୫୦ କୋଟି ଟଙ୍କାରୁ ଅଧିକ ଋଣ କରି ହଡ଼ପ କରିଥିବା ଅଭିଯୋଗ ହୋଇଛି । ଏହି ଘୋଟାଲା ସୌମ୍ୟରଞ୍ଜନ ପଟ୍ଟନାୟକ ଓ ବ୍ୟାଙ୍କର ମ୍ୟାନେଜରମାନଙ୍କ ମଧ୍ୟରେ ଅପରାଧିକ ମଧୁଚନ୍ଦ୍ରିକା ଯୋଗୁ ସମ୍ଭବ ହୋଇଛି ବୋଲି କୁହାଯାଉଛି । ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଭୁବନେଶ୍ବରସ୍ଥିତ ଜୟଦେବ ବିହାର ଶାଖା, ଭାରତୀୟ ଷ୍ଟେଟ୍ ବ୍ୟାଙ୍କର କଟକ ମଙ୍ଗଳାବାଗ ଶାଖା, କଟକ ଅରୁଣୋଦୟ ମାର୍କେଟ୍ ଶାଖା, ବ୍ରହ୍ମପୁର ଭାପୁର ଶାଖା, ସମ୍ବଲପୁର ଇଭିନିଂ ଶାଖା, ବାଲେଶ୍ବର ଇଣ୍ଡଷ୍ଟ୍ରିଆଲ ବ୍ରାଞ୍ଚ, ଜୟପୁର ଇଭିନିଂ ବ୍ରାଞ୍ଚ, ଅନୁଗୁଳ, ରାଉରକେଲା ଶିଳ୍ପାଞ୍ଚଳ ଆଦି ବ୍ରାଞ୍ଚରେ ଏହି ଘୋଟାଲା ହୋଇଥିବା ଅଭିଯୋଗ ହୋଇଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ରାଜ୍ୟ ସରକାର: ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ

ଏପରିକି କଟକ ଅରୁଣୋଦୟ ମାର୍କେଟ୍ ଶାଖାର ଜଣେ ବ୍ୟାଙ୍କ ମ୍ୟାନେଜର ଏହି ଘୋଟାଲା ଲାଗି ଏକ ମାରୁତି ଏଇଟ୍ ହଣ୍ଡ୍ରେଡ କାର ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଠାରୁ ନେଇଥିବା ଅଭିଯୋଗ ହୋଇଛି । କର୍ମଚାରୀଙ୍କୁ ଲୋନ୍ ଦେବା ପାଇଁ ଇଷ୍ଟର୍ଣ୍ଣ ମିଡିଆ ମାନବ ସମ୍ବଳ ବିଭାଗର ଅଧିକାରୀ ବୈଜୟନ୍ତି କର ବାଧ୍ୟ କରିବା ସହ ଚାକିରି ନେଇଯିବାର ଧମକ ଦେଇଥିବା ଭଳି ସାଂଘାତିକ ଅଭିଯୋଗ ହୋଇଛି । ଏଥିରେ ମାନବ ସମ୍ବଳ ବିଭାଗ ଓ ବିତ୍ତ ବିଭାଗର କିଛି କର୍ମଚାରୀ ସଂପୃକ୍ତ ଥିବା ଅଭିଯୋଗ ପତ୍ରରେ ସ୍ପଷ୍ଟ ଉଲ୍ଲେଖ ରହିଛି । ଏହି ଅଭିଯୋଗକୁ ଋଙଡ ତଦନ୍ତ ପାଇଁ ଗ୍ରହଣ କରିଥିବା ଜଣାପଡିଛି । ଅର୍ଥନୈତିକ ଅପରାଧ ଶାଖା ତଦନ୍ତରୁ ତାଙ୍କୁ ନ୍ୟାୟ ମିଳିବ ବୋଲି ଅଭିଯୋଗକାରୀ ଆଶା ରଖିଛନ୍ତି ।

ଯେଉଁ ପୂର୍ବତନ କର୍ମଚାରୀ ଅଭିଯୋଗ କରିଛନ୍ତି ତାଙ୍କ କହିବା ଅନୁସାରେ ସେ ୨୦୧୫ ମସିହାରେ ସମ୍ବାଦରେ ଜିଲ୍ଲା ପ୍ରତିନିଧି ଭାବେ ଯୋଗ ଦେଇଥିଲେ । ସେତେବେଳେ ତାଙ୍କ ଦରମା ଥିଲା ୧୨ ହଜାର ୬୦୦ଟଙ୍କା । ସମ୍ବାଦରେ ଯୋଗ ଦେବାର ଅଳ୍ପ ଦିନ ଭିତରେ ମାନବ ସମ୍ବଳ ବିଭାଗର ଅଧିକାରୀ ବୈଜୟନ୍ତି କର ତାଙ୍କୁ ଫୋନରେ ଏକ ଲୋନ କରିବା ଲାଗି କହିଲେ । ଏହି ଜିଲ୍ଲା ପ୍ରତିନିଧି ତାଙ୍କର ଲୋନ କରିବା କିଛି ଆବଶ୍ୟକ ନାହିଁ ବୋଲି କହିଥିଲେ । ଫଳରେ ବୈଜୟନ୍ତୀ ତାଙ୍କୁ ଧମକ ଦେଇ କହିଥିଲେ ଯେ, ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ରହିଛି । ସେଥିପାଇଁ ସେ ଲୋନ କରିବାକୁ ବାଧ୍ୟ । ଲୋନ ନକଲେ ଚାକିରିରୁ ବିଦା ହେବ । ଏମିତି ଧମକ ପାଇବାପରେ ଅଭିଯୋଗକାରୀ ସମ୍ବାଦରେ ଥିବା ତାଙ୍କ ସହକର୍ମୀଙ୍କ ସହ କଥା ହୋଇ ଜାଣିଥିଲେ ଯେ, ଅଧିକାଂଶଙ୍କୁ ଏଭଳି ଧମକ ଦିଆଯାଇଛି ଓ ସେମାନେ ସବୁ ଭୟରେ ବ୍ୟାଙ୍କରୁ ଋଣ ମଧ୍ୟ କରିଛନ୍ତି ।

ଏହା ପରେ ପରେ ବୈଜୟନ୍ତୀ କର ତାଙ୍କୁ ଭୁବନେଶ୍ବର ରସୁଲଗଡରେ ଥିବା ସମ୍ବାଦ ମୁଖ୍ୟ କାର୍ଯ୍ୟାଳୟକୁ ଡାକିଥିଲେ । ସମ୍ବାଦରେ ଜଣେ କର୍ମଚାରୀ ତାଙ୍କୁ ଓଡିଶା ଗ୍ରାମ୍ୟ ବ୍ୟାଙ୍କର ଜୟଦେବ ବିହାର ଶାଖାକୁ ନେଇଯାଇଥିଲେ । ସେଠାରେ ତାଙ୍କ ଅନିଚ୍ଛା ସତ୍ତେ ବିଭିନ୍ନ କାଗଜପତ୍ରରେ ଦସ୍ତଖତ କରିବାକୁ କହିଥିଲେ । ଏପରିକି ଦସ୍ତଖତ ଥିବା ଏସବିଆଇର ୬ଟି ବ୍ଲାଙ୍କ ଚେକ ମଧ୍ୟ ତାଙ୍କଠୁ ସଂପୃକ୍ତ ସମ୍ବାଦ କର୍ମଚାରୀ ନେଇଯାଇଥିଲେ । ଏହାପରେ ଲୋନ ପାସ ହୋଇଥିଲା ଆଉ ତାଙ୍କୁ ଗୋଟେ ଚେକ ବହି ମଧ୍ୟ ମିଳିଥିଲେ । ତେବେ ନୂଆ ମିଳିଥିବା ଚେକ ଗୁଡିକରେ ତାଙ୍କ ଦସ୍ତଖତ କରାଇ ସାଙ୍ଗରେ ଯାଇଥିବା ସଂପୃକ୍ତ ସମ୍ବାଦ କର୍ମଚାରୀ ନେଇଯାଇଥିଲେ ।

ତେବେ ତାଙ୍କ ନାଁରେ କେତେ ଟଙ୍କା ଋଣ ହୋଇଛି ଓ ଋଣ ଟଙ୍କା କଣ ହେବ ସେ ସମ୍ପର୍କରେ ଅଭିଯୋଗକାରୀଙ୍କୁ ଅନ୍ଧାରରେ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ନିଜ ଉଦ୍ୟମରେ ବ୍ୟାଙ୍କ କର୍ମଚାରୀଙ୍କଠୁ ସେ ଜାଣିବାକୁ ପାଇଥିଲେ ଯେ, ତାଙ୍କ ନାଁ ରେ ୫ଲକ୍ଷ ଟଙ୍କାର ଋଣ ହୋଇଛି । ଏହାପରେ ତାଙ୍କୁ ପୁଣି ସମ୍ବାଦ ଅଫିସକୁ ଡକାଇ ଆକାଉଣ୍ଟସ ବିଭାଗର ମୁଖ୍ୟ ୪୦ ହଜାର ଟଙ୍କା ଦେଇଥିଲେ । ଏ ଟଙ୍କା କାହିଁକି ଦିଆଯାଉଛି ବୋଲି ସେ ଜାଣିବାକୁ ଚାହିଁଥିଲେ । ଆକାଉଣ୍ଟସ ବିଭାଗ କହିଥିଲା ଯେ, ଏ ଟଙ୍କାରେ ସେ ଗୋଟେ ମଟର ସାଇକେଲ କିଣନ୍ତୁ ବୋଲି ସୋମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି । ତେବେ ପୂର୍ବରୁ ତାଙ୍କର ମୋଟର ସାଇକେଲ ଅଛି ଓ ସେ ଏ ଟଙ୍କା ଚାହାନ୍ତି ନାହିଁ ବୋଲି କହିଥିଲେ ମଧ୍ୟ ଆକାଉଣ୍ଟ ବିଭାଗ ଏସବୁ କିଛି ଶୁଣି ନଥିଲେ । କିନ୍ତୁ ତା ପରବର୍ତ୍ତୀ ସମୟରେ ତାଙ୍କ ମାସିକ ଦରମାରୁ ଋଣ କିସ୍ତି କଟିବା ଆରମ୍ଭ କରିଥିଲା । ଏ ସମ୍ପର୍କରେ ସେ ଜାଣିବାକୁ ଚାହିଁଥିଲେ ମଧ୍ୟ କେହି ସନ୍ତୋଷଜନକ ଉତ୍ତର ଦେଇନଥିଲେ ବରଂ ବାରମ୍ବାର ଚାକିରି ହରେଇବାର ଭୟ ଦେଖାଉଥିଲେ ବୋଲି ସେ ଅଭିଯୋଗ କରିଛନ୍ତି ।

ଏମିତି ଚାଲିଥିବା ବେଳେ ପୁଣି ତାଙ୍କୁ ଆଉ ଏକ ଲୋନ କରିବା ଲାଗି କୁହାଯାଇଥିଲା । ଏଥର ତାଙ୍କୁ ନିଜେ ବୈଜୟନ୍ତୀ କର ସାଙ୍ଗରେ ନେଇ ଭାରତୀୟ ଷ୍ଟେଟ ବ୍ୟାଙ୍କର କଟକ ମଙ୍ଗଳାବାଗ ଶାଖାକୁ ଯାଇଥିଲେ । ସେଠାରେ ମଧ୍ୟ ସମାନ ଢଙ୍ଗରେ ଆଉ ଏକ ଋଣ କରାଯାଇଥିଲା । କିନ୍ତୁ ସେ ଜାଣି ପାରିନଥିଲେ ଯେ, ତାଙ୍କ ନାଁରେ କେତେ ଟଙ୍କାର ଋଣ କରି ହଡପ କରାଯାଇଛି । ତେବେ ପରବର୍ତ୍ତୀ ସମୟରେ ବ୍ୟାଙ୍କ କର୍ମଚାରୀଙ୍କ ସୂତ୍ରରୁ ସେ ଜାଣିବାକୁ ପାଇଥିଲେ ଯେ, ଜାଲିଆତି କରି ଲୋନ ଗ୍ରହିତାଙ୍କ ନାଁ ବଦଳାଯାଇ ଇଷ୍ଟର୍ଣ୍ଣ ମିଡିଆ ବୋଲି କରି ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର