ବିବାହର ବର୍ଷେ ନ ପୁରୁଣୁ ଯୌତୁକ ଜୁଇରେ ଜଳିଲା ନବବଧୂ !

Madhusudan Das Picture
Published On

ଚାନ୍ଦବାଲି: ଯୌତୁକ ଯୁଇରେ ନବବଧୂ , ବିବାହର ବର୍ଷେ ନ ପୁରୁଣୁ ମାରିଦେଲେ ଶାଶୂଘର ଲୋକେ । ଏମିତି ଏକ ଅଭିଯୋଗ ହୋଇଛି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଥାନାରେ । ଧୁଷୁରୀ ଥାନା ଅଧିନ ନଦୀଗାଁର କନ୍ୟା ପିତା ଧର୍ମାଶୁ ଶେଖର ନାୟକଙ୍କ ଅଭିଯୋଗ ଅନୁଯାୟୀ - ୨୦୨୪ମସିହା ଡିସେମ୍ବର ୧୦ତାରିଖ ଦିନ ତାଙ୍କ ଝିଅ ପ୍ରଲିପ୍ତ।ର ବିବାହ ବୈଦିକ ରୀତିନୀତି ଅନୁସାରେ ଚାନ୍ଦବାଲି ଥାନା ଅଧିନ କୁଲିବିନ୍ଧା ଗ୍ରାମର ନିର୍ମଳ ମହାନ୍ତିଙ୍କ ପୁଅ ନିରାକାରଙ୍କ ସହ ସମ୍ପର୍ଣ୍ଣ ହୋଇଥିଲା । ବିବାହ ବେଳେ ବରପକ୍ଷରୁ ଯୌତୁକ ବାବଦକୁ ୨ଲକ୍ଷ ଟଙ୍କା ଦାବି କରାଯାଇଥିଲା । ମାତ୍ର କନ୍ୟା ପକ୍ଷ ନଗତ ୧ଲକ୍ଷ ଦେଇ ପରେ ୧ଲକ୍ଷ ଟଙ୍କା ଦେବାକୁ ଅନୁରୋଧ କରିଥିଲେ । ଆଉମାତ୍ର କିଛି ଦିନ ପରେ ବିବାହକୁ ୧ ବର୍ଷ ପୁରିବାକୁ ଯାଉଥିଲେ ମଧ୍ୟ ଯୌତୁକ ବାବଦକୁ ବାକି ଥିବା ୧ ଲକ୍ଷ ଦେବାକୁ ଭିନ୍ନକ୍ଷମ ପିତା ଧର୍ମାଶୁ ସକ୍ଷମ ହୋଇ ପାରି ନ ଥିଲେ । ଯାହାକୁ ନେଇ ସ୍ୱାମୀ ସହିତ ଶାଶୁ, ଶଶୁର, ଦିଅର, ନଣଦ ବିଭିନ୍ନ ସମୟରେ ପ୍ରଲିପ୍ତ।କୁ ନିର୍ଯ୍ୟାତନା ଦେବା ସହ ମାଡ଼ ମାରୁଥିଲେ । 

ଆହୁରି ପଢ଼ନ୍ତୁ: ଅନ୍ଧାରରେ ପୂଜା ପାଉଛନ୍ତି ମା’ ତାରାତାରିଣୀ; ତିକ୍ତ ଅନୁଭୂତି ନେଇ ଫେରୁଛନ୍ତି ଶ୍ରଦ୍ଧାଳୁ

ଶେଷରେ ଗତକାଲି ସମସ୍ତେ ମିଶି ଜୀବନରୁ ମାରିଦେଇଥିବା ନେଇ ଅଭିଯୋଗ କରିଛନ୍ତି କରିଛନ୍ତି କନ୍ୟା ପିତାଘର ଲୋକ । ବୋହୂର ମୃତଦେହକୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପକାଇ ଦେଇ ସମସ୍ତ ଶାଶୂଘର ଲୋକ ଫେରାର ହୋଇଯାଇଥିବା ନେଇ ଅଭିଯୋଗ ହୋଇଛି । ଖବରପାଇ ବାପଘର ଲୋକ ପହଞ୍ଚି ଚାନ୍ଦବାଲି ଥାନାରେ ଅଭିଯୋଗ କରିବା ପରେ ଚାନ୍ଦବାଲି ପୋଲିସ ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

Join Us @ WhatsApp

About The Author

Google News
Join Us @ WhatsApp