ସରିଛି ସମସ୍ତ ପ୍ରକାର ପ୍ରସ୍ତୁତି, ଆଜି ରାତି ୮ ଟା ୩୦ରୁ କାଲି ରାତି ୮ ଟା ୩୦ ଯାଏଁ ରେଡ ୱାର୍ଣ୍ଣିଂ: ମନ୍ତ୍ରୀ ସୁରେଶ ପୂଜାରୀ

The Sakala Picture
Published On

ଭୁବନେଶ୍ବର: ସରକାର ବାତ୍ୟା ପ୍ରସ୍ତୁତି କରିଛନ୍ତି। ମନ୍ତ୍ରୀ ମାନେ ଗ୍ରାଉଣ୍ଡ ଜିରୋରେ ଏହାର ନିରୀକ୍ଷଣ କରୁଛନ୍ତି। ବରିଷ୍ଠ IAS ଅଫିସର ସେହି ଜିଲ୍ଲା ଯାଇଛନ୍ତି ଯେଉଁଠି ସେମାନେ କାମ କରିଛନ୍ତି ଓ ବନ୍ୟା ବାତ୍ୟାରେ କାମ କରିବାର ଅନୁଭବ ଅଛି। ମୟୁରଭଞ୍ଜ, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ପରି ଜିଲ୍ଲାରେ ବର୍ଷା ହେବ। ବାତ୍ୟାର ଗତିପଥ ସାମାନ୍ୟ ପରିବର୍ତ୍ତନ ହୋଇଛି। ଭିତରକନିକା ପାର୍ଶ୍ଵରେ ହେବା ନେଇ ଅନୁମାନ କରାଯାଉଛି। ହେଲେ ଲ୍ୟାଣ୍ଡ ନ କରିବା ଯାଏଁ କହି […]

ଭୁବନେଶ୍ବର: ସରକାର ବାତ୍ୟା ପ୍ରସ୍ତୁତି କରିଛନ୍ତି। ମନ୍ତ୍ରୀ ମାନେ ଗ୍ରାଉଣ୍ଡ ଜିରୋରେ ଏହାର ନିରୀକ୍ଷଣ କରୁଛନ୍ତି। ବରିଷ୍ଠ IAS ଅଫିସର ସେହି ଜିଲ୍ଲା ଯାଇଛନ୍ତି ଯେଉଁଠି ସେମାନେ କାମ କରିଛନ୍ତି ଓ ବନ୍ୟା ବାତ୍ୟାରେ କାମ କରିବାର ଅନୁଭବ ଅଛି। ମୟୁରଭଞ୍ଜ, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ପରି ଜିଲ୍ଲାରେ ବର୍ଷା ହେବ। ବାତ୍ୟାର ଗତିପଥ ସାମାନ୍ୟ ପରିବର୍ତ୍ତନ ହୋଇଛି। ଭିତରକନିକା ପାର୍ଶ୍ଵରେ ହେବା ନେଇ ଅନୁମାନ କରାଯାଉଛି। ହେଲେ ଲ୍ୟାଣ୍ଡ ନ କରିବା ଯାଏଁ କହି ହେବନି। ୨୮୦ କିଲୋମିଟର ପାରାଦୀପ ଓ ୩୧୦ କିଲୋମିଟର ଧାମରାରୁ ଅଛି। ଘଣ୍ଟାକୁ ୧୫  କିଲୋମିଟର ବେଗରେ ଚାଲିଛି। ଆହୁରି ବଢିବ। କାଲି ସକାଳ ସୁଦ୍ଧା କୌଣସି ସମୟରେ ହିଟ ହୋଇପାରେ। ଆଜି ରାତି ୮ ଟା ୩୦ ରୁ କାଲି ରାତି ୮ଟା ୩୦ ଯାଏଁ ରେଡ ୱାର୍ଣ୍ଣିଂ ଅଛି।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

୨୦ ସେଣ୍ଟିମିଟର ବର୍ଷା ହେବ।ମୟୁରଭଞ୍ଜ, କଟକ, ଯାଜପୁର, ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ବି ବର୍ଷା ହେବ। ସ୍ଥାନାନ୍ତର କାମ ଚାଲିଛି। ପ୍ରଶାସନ, ପୁଲିସ ଓ ସ୍ଥାନୀୟ ପ୍ରତିନିଧି କାମରେ ଅଛନ୍ତି। ଆଶ୍ରୟ ସ୍ଥଳୀରେ ଲୋକେ ପହଞ୍ଚି ସାରିଲେଣି। ରିଲିଫ ସେଣ୍ଟରକୁ ଆସୁଥିବା ଲୋକ ଗୃହପାଳିତ ପଶୁଙ୍କୁ ଘରେ ବାନ୍ଧିକି ରଖୁଛନ୍ତି। ହେଲେ ଏପରି କରନ୍ତୁ ନାହିଁ ।ସେମାନେ ପହଁରା ଜାଣୁଛନ୍ତି। ଉଚ୍ଚ ସ୍ଥାନରେ ଛାଡ଼ି ଦିଅନ୍ତୁ। ପ୍ରାଣୀ ସମ୍ପଦ ଖାଦ୍ୟ ପହଞ୍ଚି ସାରିଛି। ଗର୍ଭବତୀ ମାନେ ହସ୍ପିଟାଲ ପହଞ୍ଚି ସାରିଲେଣି। ସେମାନେ ସୁରକ୍ଷିତ ଅଛନ୍ତି। ସନ୍ତୋଷଜନକ ପ୍ରସ୍ତୁତି ଅଛି।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ପାଣିପାଗ ବିଭାଗ ଗତିପଥ ନେଇ ଯେଉଁ ଜିଲ୍ଲାକୁ ୱାର୍ଣ୍ଣିଂ ଦେଇଛି, ତାକୁ ଅଧିକ ଧ୍ୟାନ ଦିଅନ୍ତୁ। ବିଚଳିତ ହୁଅନ୍ତୁ ନାହିଁ। ଏପରି ଅନେକ ବାତ୍ୟା ଆସିଛି। ସଫଳତା ସହ ଓଡ଼ିଶାବାସୀ ଏହାକୁ ସାମ୍ନା କରିଛନ୍ତି। ୬୫୦୦ ରିଲିଫ ସେଣ୍ଟର ଅଛି। ସେଠାକୁ ଯାଆନ୍ତୁ। ଲମ୍ବା ସମୟ ଯାଏଁ ରହିବାକୁ ପଡିବ ନାହିଁ। ଆସନ୍ତକାଲି ଓ ତା’ ପରଦିନ ଅର୍ଥାତ ୪୮ ଘଣ୍ଟା ଯାଏଁ ବାତ୍ୟା କଷ୍ଟ ଦେବ। ସବୁ ରିଲିଫ ସେଣ୍ଟର ଗାଁରେ ପୁଲିସ ଅଛନ୍ତି। ମହିଳା ପୁଲିସ ବି ଅଛନ୍ତି। ଗାଁରେ ପାଟ୍ରୋଲିଙ୍ଗ ଚାଲିଛି। ବାତ୍ୟା ପରେ ରିଲିଫ ସେଣ୍ଟରରୁ ଘରକୁ ପଠାଇବାର ବ୍ୟବସ୍ଥା କରିବ ପ୍ରଶାସନ। କ୍ଷତିପୂରଣ ପର୍ଯ୍ୟାପ୍ତ ଦିଆଯିବ। ସରକାରଙ୍କୁ ସହଯୋଗ କରନ୍ତୁ।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

୧୩ ଜିଲ୍ଲାରେ ସରକାର ଆଲର୍ଟରେ ଅଛନ୍ତି। ସହରାଞ୍ଚଳରେ ପାଣି ପଶିବାର ସମ୍ଭାବନା ଅଛି। ଜଳସେଚନ ବିଭାଗ ସହ କଥା ହୋଇଛି। ନିଷ୍କାସନ କାମ ବି ଆରମ୍ଭ ହେଲାଣି। ଡ୍ୟାମରେ ଯେପରି ପାଣି ରହି ପାରିବ, ସେ ବ୍ୟବସ୍ଥା ବି ହୋଇଛି। ସାପ କାମୁଡା ଔଷଧ ସମ୍ବେଦନଶୀଳ ଅଞ୍ଚଳର ୨୦ କିଲୋମିଟର ଭିତରେ ଗଛିତ ଅଛି। ଅଧ ଘଣ୍ଟାରୁ କମ ସମୟରେ ରୋଗୀ ପାଖରେ ପହଞ୍ଚିଯିବୁ। ସଂକ୍ରମଣ ରୋକିବାକୁ ପାଣିରେ କ୍ଲୋରିନ ଓ ବ୍ଲିଚିଙ୍ଗ ଦିଆଯିବ। ସବୁ ରୋଡ଼ମ୍ୟାପ କରାଯାଇଛି।

ଗଣମାଧ୍ୟମର ପ୍ରତିନିଧିଙ୍କୁ ଧନ୍ୟବାଦ ଜଣାଇଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ। ସେମାନଙ୍କ ରିପୋର୍ଟ ବି ଆବଶ୍ୟକ ପଡୁଛି ବୋଲି ମନ୍ତ୍ରୀ କହିଛନ୍ତି।। ପ୍ରାଥମିକ ଆକଳନ ରଖିଥିଲୁ ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବୁ। ହେଲେ ଏବେ ୧୦ ଲକ୍ଷରୁ କମିଲାଣି। ପୁରୀରେ ପ୍ରକୋପ କମିଲାଣି । ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ଅଧିକ ସ୍ଥାନାନ୍ତର କରିବାକୁ ପଡିବ। ୧୮-୧୯ ଟିମ NDRF ଆସିଲେଣି, ୫୧ ODRAF, ୧୭୮ ଅଗ୍ନିଶମ ଟିମ ଚମତ୍କାର ପ୍ରସ୍ତୁତି କରିଛନ୍ତି। ୧୦ ମିନିଟିରେ ଗଛ କଟାଯିବାର ଅତ୍ୟାଧୁନିକ ମେସିନ, ଗ୍ଲାସ କଟର ମହାଜୁଦ ଅଛି। ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଛୁ ଓଡ୍ରାଫ, NDRF ଓ ଅଗ୍ନିଶମ ଟିମକୁ ସହଯୋଗ କରିବାକୁ ଜଣେ ଜଣେ ଅଧିକାରୀ ଦିଆଯାଇଛି। ସେହି ଅଧିକାରୀ ଖାଦ୍ୟ ଓ ORS ବ୍ୟବସ୍ଥା କରିବେ। ଜିଲ୍ଲା ପ୍ରଶାସନକୁ ଖର୍ଚ୍ଚ କରିବାର କ୍ଷମତା ଦିଆଯାଇଛି। ସେମାନେ ଖୋଲା ହାତରେ ଖର୍ଚ୍ଚ କରନ୍ତୁ। ପୁରୀରୁ ପର୍ଯ୍ୟଟକ ଫେରି ଗଲେଣି। ଟ୍ରେନ ବାତିଲ ଯୋଗୁଁ ସେମାନଙ୍କୁ ସଡ଼କ ପଥରେ ଭୁବନେଶ୍ୱର ପଠାଇଛି ପ୍ରଶାସନ। ଏ ଯାଏଁ ବିଜୁଳି କାଟ ଖବର ଆସିନି। ହେଲେ ପବନ ପାଇଁ ଟିକେ କଟି ପାରେ। ବ୍ୟାକଅପ ସପର୍ଟ ଯେପରି DG, ଜେନେରେଟର ଦିଆଯାଇଛି। ଡାକ୍ତର ଅଭାବ ସ୍ଥାନରେ ବାହାର ସ୍ଥାନରୁ ଡାକ୍ତର ଆସିଲେଣି ବୋଲି ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।

24 Oct 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର