ବାଟ ଦେଖାଉଛି ‘୫-ଟି’ ଉପକ୍ରମ: ଦୁଆର ମୁହଁରେ ପହଞ୍ଚିବ ପ୍ରଶାସନ, ପଞ୍ଚାୟତ ଅଫିସରେ ମିଳିବ ସବୁ ସରକାରୀ ସୁବିଧା

The Sakala Picture
Published On

ଭୁବନେଶ୍ୱର: ସାଧାରଣ ନାଗରିକଟିଏ କୌଣସି ସରକାରୀ ସୁବିଧା ପାଇଁ ବ୍ଲକ ମୁଖ୍ୟାଳୟର ଦ୍ୱାରସ୍ଥ ହେବ ନାହିଁ। ବ୍ଲକରେ ମିଳୁଥିବା ସମସ୍ତ ସୁବିଧା ତଥା ପ୍ରଶାସନିକ ସହାୟତା ଏଣିକି ପଞ୍ଚାୟତ କାର୍ଯ୍ୟାଳୟରେ ମିଳିବ। ପ୍ରଶାସନକୁ ସାଧାରଣ ଲୋକଙ୍କ ଦୁଆର ମୁହଁରେ ପହଞ୍ଚାଇବା ନେଇ ରାଜ୍ୟ ସରକାର ଏକ ବିସ୍ତୃତ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଛନ୍ତି। ‘୫-ଟି’ ରୂପାନ୍ତରଣ କାର୍ଯ୍ୟକ୍ରମରେ ଆଗାମୀ ଦିନରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏହି ପଦକ୍ଷେପ ନେବାକୁ ଯାଉଛି। ସେହିଭଳି ପଞ୍ଚାୟତସ୍ତରରେ ଖାଲି […]

ଭୁବନେଶ୍ୱର: ସାଧାରଣ ନାଗରିକଟିଏ କୌଣସି ସରକାରୀ ସୁବିଧା ପାଇଁ ବ୍ଲକ ମୁଖ୍ୟାଳୟର ଦ୍ୱାରସ୍ଥ ହେବ ନାହିଁ। ବ୍ଲକରେ ମିଳୁଥିବା ସମସ୍ତ ସୁବିଧା ତଥା ପ୍ରଶାସନିକ ସହାୟତା ଏଣିକି ପଞ୍ଚାୟତ କାର୍ଯ୍ୟାଳୟରେ ମିଳିବ। ପ୍ରଶାସନକୁ ସାଧାରଣ ଲୋକଙ୍କ ଦୁଆର ମୁହଁରେ ପହଞ୍ଚାଇବା ନେଇ ରାଜ୍ୟ ସରକାର ଏକ ବିସ୍ତୃତ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଛନ୍ତି। ‘୫-ଟି’ ରୂପାନ୍ତରଣ କାର୍ଯ୍ୟକ୍ରମରେ ଆଗାମୀ ଦିନରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏହି ପଦକ୍ଷେପ ନେବାକୁ ଯାଉଛି। ସେହିଭଳି ପଞ୍ଚାୟତସ୍ତରରେ ଖାଲି ପଡ଼ିଥିବା ସରକାରୀ ପଦଗୁଡ଼ିକ ଖୁବ୍‍ଶୀଘ୍ର ପୂରଣ କରିବା ପାଇଁ ତତ୍ପରତା ପ୍ରକାଶ ପାଇଛି। ଆଗାମୀ ଦିନରେ କେବଳ ପଞ୍ଚାୟତସ୍ତରରେ ୧୦,୦୦୦ ନିଯୁକ୍ତ ସୁଯୋଗ ସୃଷ୍ଟି କରାଯିବ ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ରାଜ୍ୟର ୬୦୦୦ରୁ ଊର୍ଦ୍ଧ୍ବ ଗ୍ରାମ ପଞ୍ଚାୟତ ଆସନ୍ତା ୨୦୨୬ ସୁଦ୍ଧା ଏହି ସୁବିଧା ପହଞ୍ଚାଇବା ପାଇଁ ସରକାର ଯୋଜନା ପ୍ରସ୍ତୁତ କରିସାରିଛନ୍ତି। ସରକାରୀଙ୍କ ବହୁ ଯୋଜନାରେ ହିତାଧିକାରୀଙ୍କୁ ସିଧାସଳଖ ଆର୍ଥିକ ସହାୟତା (ଡିବିଟି) ପ୍ରଦାନ କରାଯାଇଥାଏ। ତେଣୁ ପଞ୍ଚାୟତ ମୁଖ୍ୟାଳୟରେ ବ୍ୟାଙ୍କ ଶାଖା ଖୋଲାଯିବାକୁ ପ୍ରାଥମିକତା ଦିଆଯିବ। ପୂର୍ବରୁ ବ୍ୟାଙ୍କ୍‍ ଥିବା ପଞ୍ଚାୟତରେ ଡିଜିଟାଲ ଏବଂ ନେଟ୍‍ ବ୍ୟାଙ୍କିଙ୍ଗ୍‍ ବ୍ୟବସ୍ଥାକୁ ସୁଦୃଢୀକରଣ କରାଯିବ। ସରକାରଙ୍କ ପକ୍ଷରୁ ବ୍ୟାଙ୍କ୍‍ ନ ଥିବା ପଞ୍ଚାୟତରେ ନିଜର ଶାଖା ଖୋଲିବା ପାଇଁ ଜାତୀୟ ତଥା ଗ୍ରାମ୍ୟ ବ୍ୟାଙ୍କ୍‍ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯିବ। ବିଭିନ୍ନ ସ୍ଥାନରେ ଉପଲବ୍ଧ କରାଯାଉଥିବା ଜନ ସୁବିଧା କେନ୍ଦ୍ର ଏଣିକି ପଞ୍ଚାୟତ ମୁଖ୍ୟାଳୟ ସହ ସଂଯୋଗ କରାଯିବ। ଏହି ସବୁ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରତି ପଞ୍ଚାୟତରେ ୪ ଜଣ ଅଧିକାରୀ କାର୍ଯ୍ୟ କରିବେ। ଆଗାମୀ ଦିନରେ ହେବାକୁ ଥିବା ୧୦,୦୦୦ ନିଯୁକ୍ତି ମଧ୍ୟରୁ ୨୦୦୦ଟି ପଦ କେବଳ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ(ପିଇଓ)ଙ୍କର ରହିଛି। ସେହିପରି ହଜାରେଟି ପଦ ଜେ.ଇ ଏବଂ ବାକି ୭୦୦୦ ପଦ ପଞ୍ଚାୟତ ଆକାଉଣ୍ଟ ଅଫିସର, ଡାଟା ଏଣ୍ଟ୍ରି ଅଧିକାରୀ ପାଇଁ ଉଦ୍ଦିଷ୍ଟ ରହିଛି। ଏହି ପଦ ଗୁଡ଼ିକ ପୂରଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

ନୀତି ଆୟୋଗ ଯେପରି ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି) ସୂଚକାଙ୍କ ଆଧାରରେ କାର୍ଯ୍ୟ କରୁଛି। ପଞ୍ଚାୟତସ୍ତରରେ ସାମଗ୍ରିକ ବିକାଶମୂଳକ କାର୍ଯ୍ୟ ସମାନରୂପରେ ହେବ। ତୃଣମୂଳସ୍ତରରେ ସ୍ୱାସ୍ଥ୍ୟ, କୃଷି ଏବଂ ଶିକ୍ଷାକୁ ସର୍ବାଧିକ ପ୍ରାଥମିକତା ଦିଆଯିବ। ପୂର୍ବରୁ ଗ୍ରାମାଞ୍ଚଳ ଗୁଡ଼ିକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ ସରିଛି। ରାଜ୍ୟର ପ୍ରତି ପ୍ରାନ୍ତରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରାୟ ଖୋଲି ଗଲାଣି। ଆଗାମୀ ଦିନରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଜନସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକ ଭିତ୍ତିଭୂମି ଉନ୍ନୟନକୁ ପ୍ରାଧାନ୍ୟ ଦିଆଯିବ। ସେହିପରି ଶିକ୍ଷା କ୍ଷେତ୍ରରେ ସ୍କୁଲ ଗୁଡ଼ିକର ରୂପାନ୍ତରଣ ଜାରି ରହିଛି। ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟ ରୂପାନ୍ତରଣ କାର୍ଯ୍ୟ ଜାରି ରହିଛି। ଏହି ଶୈକ୍ଷିକ କାର୍ଯ୍ୟର ନିୟମିତ ମନିଟରିଂ ଏଣିକି ପଞ୍ଚାୟତସ୍ତରରେ ହେବ। ସ୍ଥାନୀୟ ଗାଁ କମିଟି ଏବଂ ସ୍ୱୟଂ ସହାୟିକା ଗୋଷ୍ଠୀ (ଏସଏଚଜି) ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଅନୁରୂପ ଭାବେ କୃଷି ଫସଲ ବିବିଧକରଣ, ଅର୍ଥକାରୀ ଫସଲ ଚାଷ ପାଇଁ ପ୍ରୋତ୍ସାହନ, ସାର, ବିହନ ଠାରୁ ଆରମ୍ଭ କରି ମୌଳିକ କୃଷି ସାମଗ୍ରୀ ପଞ୍ଚାୟତ କାର୍ଯ୍ୟାଳୟରେ ଉପଲବ୍ଧ କରାଯିବ। ବ୍ଲକସ୍ତରୀୟ କୃଷି ଅଧିକାରୀ ନିୟମିତ ଜୋନ୍‍ ୱାରୀ ନିରୀକ୍ଷଣ କରିବେ। ଫସଲବୀମା ହିତାଧିକାରୀଙ୍କୁ ଯୋଗାଇଦେବା, ଏହି ପ୍ରକ୍ରିୟାରେ ସେମାନଙ୍କୁ ସାମିଲ ହେବା ପାଇଁ ପଞ୍ଚାୟତସ୍ତରରେ ଅଧିକାରୀମାନେ ସହାୟତା କରିବେ। କୃଷି ସମ୍ପର୍କିତ କାଉନସେଲିଂ ପାଇଁ ଚାଷୀମାନଙ୍କୁ ଆଉ ବ୍ଲକ କିମ୍ବା ଜିଲ୍ଲା ମୁଖ୍ୟ।।ଳୟକୁ ଯିବାକୁ ପଡ଼ିବ ନାହିଁ।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

05 May 2022 By The Sakala

ବାଟ ଦେଖାଉଛି ‘୫-ଟି’ ଉପକ୍ରମ: ଦୁଆର ମୁହଁରେ ପହଞ୍ଚିବ ପ୍ରଶାସନ, ପଞ୍ଚାୟତ ଅଫିସରେ ମିଳିବ ସବୁ ସରକାରୀ ସୁବିଧା

ଭୁବନେଶ୍ୱର: ସାଧାରଣ ନାଗରିକଟିଏ କୌଣସି ସରକାରୀ ସୁବିଧା ପାଇଁ ବ୍ଲକ ମୁଖ୍ୟାଳୟର ଦ୍ୱାରସ୍ଥ ହେବ ନାହିଁ। ବ୍ଲକରେ ମିଳୁଥିବା ସମସ୍ତ ସୁବିଧା ତଥା ପ୍ରଶାସନିକ ସହାୟତା ଏଣିକି ପଞ୍ଚାୟତ କାର୍ଯ୍ୟାଳୟରେ ମିଳିବ। ପ୍ରଶାସନକୁ ସାଧାରଣ ଲୋକଙ୍କ ଦୁଆର ମୁହଁରେ ପହଞ୍ଚାଇବା ନେଇ ରାଜ୍ୟ ସରକାର ଏକ ବିସ୍ତୃତ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଛନ୍ତି। ‘୫-ଟି’ ରୂପାନ୍ତରଣ କାର୍ଯ୍ୟକ୍ରମରେ ଆଗାମୀ ଦିନରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏହି ପଦକ୍ଷେପ ନେବାକୁ ଯାଉଛି। ସେହିଭଳି ପଞ୍ଚାୟତସ୍ତରରେ ଖାଲି ପଡ଼ିଥିବା ସରକାରୀ ପଦଗୁଡ଼ିକ ଖୁବ୍‍ଶୀଘ୍ର ପୂରଣ କରିବା ପାଇଁ ତତ୍ପରତା ପ୍ରକାଶ ପାଇଛି। ଆଗାମୀ ଦିନରେ କେବଳ ପଞ୍ଚାୟତସ୍ତରରେ ୧୦,୦୦୦ ନିଯୁକ୍ତ ସୁଯୋଗ ସୃଷ୍ଟି କରାଯିବ ବୋଲି ସୂଚନା ମିଳିଛି।

ରାଜ୍ୟର ୬୦୦୦ରୁ ଊର୍ଦ୍ଧ୍ବ ଗ୍ରାମ ପଞ୍ଚାୟତ ଆସନ୍ତା ୨୦୨୬ ସୁଦ୍ଧା ଏହି ସୁବିଧା ପହଞ୍ଚାଇବା ପାଇଁ ସରକାର ଯୋଜନା ପ୍ରସ୍ତୁତ କରିସାରିଛନ୍ତି। ସରକାରୀଙ୍କ ବହୁ ଯୋଜନାରେ ହିତାଧିକାରୀଙ୍କୁ ସିଧାସଳଖ ଆର୍ଥିକ ସହାୟତା (ଡିବିଟି) ପ୍ରଦାନ କରାଯାଇଥାଏ। ତେଣୁ ପଞ୍ଚାୟତ ମୁଖ୍ୟାଳୟରେ ବ୍ୟାଙ୍କ ଶାଖା ଖୋଲାଯିବାକୁ ପ୍ରାଥମିକତା ଦିଆଯିବ। ପୂର୍ବରୁ ବ୍ୟାଙ୍କ୍‍ ଥିବା ପଞ୍ଚାୟତରେ ଡିଜିଟାଲ ଏବଂ ନେଟ୍‍ ବ୍ୟାଙ୍କିଙ୍ଗ୍‍ ବ୍ୟବସ୍ଥାକୁ ସୁଦୃଢୀକରଣ କରାଯିବ। ସରକାରଙ୍କ ପକ୍ଷରୁ ବ୍ୟାଙ୍କ୍‍ ନ ଥିବା ପଞ୍ଚାୟତରେ ନିଜର ଶାଖା ଖୋଲିବା ପାଇଁ ଜାତୀୟ ତଥା ଗ୍ରାମ୍ୟ ବ୍ୟାଙ୍କ୍‍ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯିବ। ବିଭିନ୍ନ ସ୍ଥାନରେ ଉପଲବ୍ଧ କରାଯାଉଥିବା ଜନ ସୁବିଧା କେନ୍ଦ୍ର ଏଣିକି ପଞ୍ଚାୟତ ମୁଖ୍ୟାଳୟ ସହ ସଂଯୋଗ କରାଯିବ। ଏହି ସବୁ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରତି ପଞ୍ଚାୟତରେ ୪ ଜଣ ଅଧିକାରୀ କାର୍ଯ୍ୟ କରିବେ। ଆଗାମୀ ଦିନରେ ହେବାକୁ ଥିବା ୧୦,୦୦୦ ନିଯୁକ୍ତି ମଧ୍ୟରୁ ୨୦୦୦ଟି ପଦ କେବଳ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ(ପିଇଓ)ଙ୍କର ରହିଛି। ସେହିପରି ହଜାରେଟି ପଦ ଜେ.ଇ ଏବଂ ବାକି ୭୦୦୦ ପଦ ପଞ୍ଚାୟତ ଆକାଉଣ୍ଟ ଅଫିସର, ଡାଟା ଏଣ୍ଟ୍ରି ଅଧିକାରୀ ପାଇଁ ଉଦ୍ଦିଷ୍ଟ ରହିଛି। ଏହି ପଦ ଗୁଡ଼ିକ ପୂରଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ଜଣାପଡ଼ିଛି।

ନୀତି ଆୟୋଗ ଯେପରି ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି) ସୂଚକାଙ୍କ ଆଧାରରେ କାର୍ଯ୍ୟ କରୁଛି। ପଞ୍ଚାୟତସ୍ତରରେ ସାମଗ୍ରିକ ବିକାଶମୂଳକ କାର୍ଯ୍ୟ ସମାନରୂପରେ ହେବ। ତୃଣମୂଳସ୍ତରରେ ସ୍ୱାସ୍ଥ୍ୟ, କୃଷି ଏବଂ ଶିକ୍ଷାକୁ ସର୍ବାଧିକ ପ୍ରାଥମିକତା ଦିଆଯିବ। ପୂର୍ବରୁ ଗ୍ରାମାଞ୍ଚଳ ଗୁଡ଼ିକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ ସରିଛି। ରାଜ୍ୟର ପ୍ରତି ପ୍ରାନ୍ତରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରାୟ ଖୋଲି ଗଲାଣି। ଆଗାମୀ ଦିନରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଜନସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକ ଭିତ୍ତିଭୂମି ଉନ୍ନୟନକୁ ପ୍ରାଧାନ୍ୟ ଦିଆଯିବ। ସେହିପରି ଶିକ୍ଷା କ୍ଷେତ୍ରରେ ସ୍କୁଲ ଗୁଡ଼ିକର ରୂପାନ୍ତରଣ ଜାରି ରହିଛି। ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟ ରୂପାନ୍ତରଣ କାର୍ଯ୍ୟ ଜାରି ରହିଛି। ଏହି ଶୈକ୍ଷିକ କାର୍ଯ୍ୟର ନିୟମିତ ମନିଟରିଂ ଏଣିକି ପଞ୍ଚାୟତସ୍ତରରେ ହେବ। ସ୍ଥାନୀୟ ଗାଁ କମିଟି ଏବଂ ସ୍ୱୟଂ ସହାୟିକା ଗୋଷ୍ଠୀ (ଏସଏଚଜି) ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଅନୁରୂପ ଭାବେ କୃଷି ଫସଲ ବିବିଧକରଣ, ଅର୍ଥକାରୀ ଫସଲ ଚାଷ ପାଇଁ ପ୍ରୋତ୍ସାହନ, ସାର, ବିହନ ଠାରୁ ଆରମ୍ଭ କରି ମୌଳିକ କୃଷି ସାମଗ୍ରୀ ପଞ୍ଚାୟତ କାର୍ଯ୍ୟାଳୟରେ ଉପଲବ୍ଧ କରାଯିବ। ବ୍ଲକସ୍ତରୀୟ କୃଷି ଅଧିକାରୀ ନିୟମିତ ଜୋନ୍‍ ୱାରୀ ନିରୀକ୍ଷଣ କରିବେ। ଫସଲବୀମା ହିତାଧିକାରୀଙ୍କୁ ଯୋଗାଇଦେବା, ଏହି ପ୍ରକ୍ରିୟାରେ ସେମାନଙ୍କୁ ସାମିଲ ହେବା ପାଇଁ ପଞ୍ଚାୟତସ୍ତରରେ ଅଧିକାରୀମାନେ ସହାୟତା କରିବେ। କୃଷି ସମ୍ପର୍କିତ କାଉନସେଲିଂ ପାଇଁ ଚାଷୀମାନଙ୍କୁ ଆଉ ବ୍ଲକ କିମ୍ବା ଜିଲ୍ଲା ମୁଖ୍ୟ।।ଳୟକୁ ଯିବାକୁ ପଡ଼ିବ ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର